ସ୍ମାର୍ଟଫୋନ ପାଇଁ ସାମସଙ୍ଗର ନୂଆ ଅଲଟ୍‌ଜେଡ୍‌ଲାଇଫ୍ ପ୍ରାଇଭେଟ ମୋଡ଼ ଫିଚର


ଭୁବନେଶ୍ୱର: ଭାରତର ସବୁଠାରୁ ଅଧିକ ବିଶ୍ୱସ୍ତ ସ୍ମାର୍ଟଫୋନ ବ୍ରାଣ୍ଡ ସାମସଙ୍ଗ ପକ୍ଷରୁ ଆପଣଙ୍କ ପ୍ରାଇଭେସି ଓ ସୁରକ୍ଷା ଲାଗି ନୂଆ ଅଲଟ୍‌ଜେଡ୍‌ଲାଇଫ ପ୍ରାଇଭେଟ୍ ମୋଡ୍‌ର ଶୁଭାରମ୍ଭ କରାଯାଇଛି । ଏହା ଆପଣଙ୍କ ଫୋନର ପ୍ରାଇଭେସି ସ୍ତରକୁ ଆହୁରି ବୃଦ୍ଧି କରିବ । ଏହି ବୈଶିଷ୍ଟ୍ୟକୁ ଗ୍ରାହକମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ସେମାନେ ସେମାନଙ୍କର ମୋବାଇଲ ଡିଭାଇସ ଜରିଆରେ ନୂତନ ଡିଜିଟାଲ ଲାଇଫରେ ପ୍ରବେଶ କରିବା ସହିତ ଅଧିକ ପ୍ରାଇଭେସିର ଆବଶ୍ୟକତା କରିଥାନ୍ତି । ସାମସଙ୍ଗ ସ୍ମାର୍ଟଫୋନ ୟୁଜରମାନେ କେବଳ ପାସ୍ୱାର କି ରେ ଡବଲ କ୍ଳିକ କରି ନର୍ମାଲ ଓ ପ୍ରାଇଭେଟ ମୋଡ଼କୁ ସୁଇଚ କରିପାରିବେ । ଅନ ଡିଭାଇସ ଏଆଇ ଫଙ୍କସନ ଦକ୍ଷତା ସହିତ ପ୍ରାଇଭେଟ କଂଟେଟକୁ ସୁରକ୍ଷିତ ଫୋଲଡରକୁ ସ୍ଥାନାନ୍ତରିତ କରିଥାଏ । ଅଲଟ୍‌ଜେଡ୍‌ଲାଇଫ୍ ଫିଚର ଗ୍ୟ।।ଲାକ୍ସି ଏ୫୧ ଓ ଗ୍ୟାଲାକ୍ସି ଏ୫୧ର ପୁୁରୁଣା ତଥା ନୂଆ ଗ୍ରାହକମାନଙ୍କ ପାଇଁ ଆସନ୍ତା ଅଗଷ୍ଟ ୧୦ ତାରିଖରୁ ସଫ୍ଟଓୟାର ଅପଡେଟ ମାଧ୍ୟମରେ ଉପଲବ୍ଧ ହେବ ।
“ଏହି ଇଂଟେଲିଜେଂଟ ଫିଚରକୁ ଗ୍ରାହକମାନଙ୍କର ନୂତନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି, ବିଶେଷ କରି ଜେନଜେଡମାନଙ୍କ ପାଇଁ ଯେଉଁମାନଙ୍କର ଅଧିକ ପ୍ରାଇଭେସି, ଷ୍ଟୋରେଜ ଓ ସ୍ମାର୍ଟଫୋନ କଂଟେଟର ଆବଶ୍ୟକତା ରହିଛି । ଏହାଦ୍ୱାରା ସେମାନଙ୍କୁ ନିଜର ସ୍ମାର୍ଟଫୋନକୁ ଅନ୍ୟ କାହା ସହିତ ସେୟାର କରିବା ସମୟରେ କୌଣସି ଚିନ୍ତାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ।,” ବୋଲି ମାନୁ ଶର୍ମା, ବରିଷ୍ଠ ନିର୍ଦ୍ଦେଶକ, ମୋବାଇଲ ବିଜନେସ, ସାମସଙ୍ଗ ଇଣ୍ଡିଆ କହିଛନ୍ତି ।
ଅଲଟ୍‌ଜେଡ୍‌ଲାଇଫ୍‌, କୁଇକ ସୁଇଚ ଓ କଂଟେଟ ସଜେସନ୍ସ ଭଳି ଦୁଇଟି ଫିଚର ସହିତ ଆସିଥାଏ, ଯାହାକି ଗ୍ରାହକମାନଙ୍କୁ ଏକ ସୁରକ୍ଷିତ ଓ ବ୍ୟକ୍ତିଗତ ଅନୁବଭ ଦେଇଥାଏ । ଅନ-ଡିଭାଇସ ଏଆଇ ସସ୍ଲ୍ୟସନ୍ସ ଏହାର ସମସ୍ତ ପ୍ରକ୍ରିୟାକୁ ଡିଭାଇସ ମଧ୍ୟରେ କରିଥାଏ ଓ ଏଥିପାଇଁ ସର୍ଭର ବା କ୍ଲାଉଡ ସହିତ କୌଣସି ପାରସ୍ପରିକ କ୍ରିୟା କରିବାର ଆବଶ୍ୟକତା ନାହିଁ । ଥରେ ପ୍ରାରମ୍ଭିକ ସେଟ ଅପ ସମାପ୍ତି ହୋଇଯିବା ପରେ, ଏଆଇ ଇଞ୍ଜୀନ ଆରମ୍ଭ ହୋଇଯାଏ ଓ ସମଗ୍ର ଗ୍ୟାଲେରୀରୁ ପ୍ରଯୁଜ୍ୟ ଇମେଜକୁ ଖୋଜି ବାହାର କରିଥାଏ । ଯେହେତୁ ଏହା ଏକ ଅନ-ଡିଭାଇସ ଏଆଇ ସଲ୍ୟୁସନ୍ସ ତେଣୁ କୌଣସି ସୂଚନା ବା ଇମେଜ ସ୍ମାର୍ଟଫୋନକୁ ଯାଇନଥାଏ ।


Share It

Comments are closed.