ସାମ୍‌ସଙ୍ଗ ପକ୍ଷରୁ ଦି ସେରିଫ୍ ଏବଂ କ୍ୟୁ-ଏଲଇଡି ୮କେ ଟିଭି ରେଞ୍ଜର ଶୁଭାରମ୍ଭ


ଭୁବନେଶ୍ୱର: ସାମ୍‌ସଙ୍ଗ ପକ୍ଷରୁ ଭାରତରେ ଏହାର ୨୦୨୦ ଲାଇଫ୍‌ଷ୍ଟାଇଲ ଟିଭିର ନୂଆ ଆକର୍ଷଣୀୟ ପୋର୍ଟଫୋଲିଓ, ଦି ସେରିଫ୍ ଓ ୨୦୨୦ କ୍ୟୁଏଲ୍‌ଇଡି ୮କେ ଟିଭି ଲାଇନ୍‌ର ଶୁଭାରମ୍ଭ କରାଯାଇଛି । ଦ ସେରିଫ୍ ହେଉଛି ଏକମାତ୍ର ଟିଭି ଯେଉଁଥିରେ ବାଧାହୀନ ମନୋରଞ୍ଜନ ପାଇଁ ଇନ୍‌-ବିଲ୍ଟ ଏନ୍‌ଏଫ୍‌ସି (ନିୟର ଫିଲ୍ଡ କମ୍ୟୁନିକେସନ) ଟେକ୍ନୋଲୋଜି ରହିଛି । ସାମ୍‌ସଙ୍ଗର ଫ୍ଲାଗ୍‌ସିପ୍ କ୍ୟୁଏଲ୍‌ଇଡି ୮କେ ଟିଭି ହେଉଛି ଏକ ଚମତ୍କାର, ଅଲ୍‌ଟ୍ରା-ଥିନ ଫର୍ମ ଫ୍ୟାକ୍ଟର, ପ୍ରିମିୟମ ୮କେ ପିକ୍‌ଚର କ୍ୱାଲିଟି ଓ ଉତ୍କୃଷ୍ଟମାନର ସରାଉଣ୍ଡ-ସାଉଣ୍ଡ ଅଡିଓକୁ ଏକତ୍ରିତ କରୁଥିବା ଇଣ୍ଡଷ୍ଟ୍ରୀର ପ୍ରଥମ ୮କେ ଟିଭି । ଏହି ୨୦୨୦ କ୍ୟୁଏଲ୍‌ଇଡି ୮କେ ଟିଭି ‘ଇନ୍‌ଫିନିଟି ସ୍କ୍ରିନ୍‌’ର ଶୁଭାରମ୍ଭ କରିଛି । ଦ ସେରିଫ୍ ଓ କ୍ୟୁଏଲ୍‌ଇଡି ୪କେ ଟିଭିଗୁଡିକରେ ୧୦ ବର୍ଷର ନୋ ସ୍କ୍ରିନ୍ ବର୍ଣ୍ଣ-ଇନ୍ ୱାରେଂଟି, ୧ ବର୍ଷର ବ୍ୟାପକ ୱାରେଂଟି ଓ ପ୍ୟାନେଲ ଉପରେ ୧ ବର୍ଷର ଅତିରିକ୍ତ ୱାରେଂଟି ରହିଛି । କ୍ୟୁଏଲ୍‌ଇଡି ୮କେ ଟିଭି କିଣୁଥିବା ଗ୍ରାହକ ଏକ ବର୍ଷର ବ୍ୟାପକ ୱାରେଂଟି ସହିତ ପ୍ୟାନେଲ ଉପରେ ୧ ବର୍ଷର ଅତିରିକ୍ତ ୱାରେଂଟି ପାଇପାରିବେ । କଂଟେଂଟ୍ ଉପଯୋଗ ଟ୍ରେଣ୍ଡକୁ ଗୁରୁତ୍ୱ ଦେଇ, ଏହି ନୂତନ ରେଞ୍ଜର ଟିଭିରେ ୟୁଟ୍ୟୁବ୍‌, ଆମାଜନ୍ ପ୍ରାଇମ୍‌, ନେଟ୍‌ଫ୍ଲିକ୍ସ, ଜି୫, ସୋନି ଲିଭ୍‌, ଭୁଟ୍ ଆଦି ଏକ ବ୍ୟାପକ ରେଞ୍ଜର ଓଟିଟି ପ୍ଲାଟ୍‌ଫର୍ମ ପାଇଁ ସପୋର୍ଟ ଉପଲବ୍ଧ ରହିଛି । ଏହି ଉତ୍ପାଦଗୁଡିକ ସମ୍ପର୍କରେ ସାମ୍‌ସଙ୍ଗ ଇଣ୍ଡିଆର ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ବିଜ୍‌ନେସର ବରିଷ୍ଠ ଉପାଧ୍ୟକ୍ଷ ରାଜୁ ପୁଲନ କହିଛନ୍ତି ଯେ, “ଏହି ନୂତନ ଟିଭିଗୁଡିକ ଆମର ବଜାର ଲିଡର୍‌ସିପ୍‌କୁ ମଜଭୁତ କରିବାରେ ସହଯୋଗ କରିବ ।”
ଦ ସେରିଫ୍ ୩ଟି ସାଇଜ୍‌- ୪୩ ଇଂଚ୍‌, ୪୯ ଇଂଚ୍ ଓ ୫୫ ଇଂଚ୍‌ରେ ଯଥାକ୍ରମେ ୮୩,୯୦୦ ଟଙ୍କା, ୧,୧୬,୯୦୦ ଟଙ୍କା ଓ ୧,୪୮,୯୦୦ ଟଙ୍କାରେ ଉପଲବ୍ଧ ହେବ । ପ୍ରାରମ୍ଭିକ ଭାବେ ଏହି ଲାଇଫ୍ ଷ୍ଟାଇଲ ଟିଭି କେବଳ ଆମାଜନ୍‌, ସାମ୍‌ସଙ୍ଗର ଅଫିସିଆଲ ଅନ୍‌ଲାଇନ୍ ଷ୍ଟୋର୍ ସାମ୍‌ସଙ୍ଗ ସପ୍ ଓ ନିର୍ଦ୍ଧିଷ୍ଟ ସାମ୍‌ସଙ୍ଗ ସ୍ମାର୍ଟ ପ୍ଲାଜାଗୁଡିକରେ ବିକ୍ରି ପାଇଁ ଉପଲବ୍ଧ ହେବ । ସେହିଭଳି ସାମ୍‌ସଙ୍ଗର ନୂତନ ରେଞ୍ଜର କ୍ୟୁଏଲ୍‌ଇଡି ୮କେ ଟିଭିର ମୂଲ୍ୟ ୬୫ ଇଂଚ୍ ଭର୍ସନ ପାଇଁ ୪.୯୯ ଲକ୍ଷ ଟଙ୍କା, ୭୫ ଇଂଚ୍ ଭର୍ସନ ପାଇଁ ୯.୯୯ ଲକ୍ଷ ଟଙ୍କା, ୮୨-ଇଂଚ୍ ଭର୍ସନ ପାଇଁ ୧୪.୨୯ ଲକ୍ଷ ଟଙ୍କା ଓ ୮୫ ଇଂଚ୍ ଭର୍ସନ ପାଇଁ ୧୫.୭୯ ଲକ୍ଷ ଟଙ୍କା ରହିଛି । ଦ ୨୦୨୦ କ୍ୟୁଏଲ୍‌ଇଡି ୪କେ ଟିଭି ଶୃଙ୍ଖଳା ୪୩ ଇଂଚ୍ ରୁ ୭୫ ଇଂଚ୍ ସ୍କ୍ରିନ୍ ସାଇଜ୍ ମଧ୍ୟରେ ଉପଲବ୍ଧ ହେବ । କ୍ୟୁଏଲ୍‌ଇଡି ୮କେ ଓ କ୍ୟୁଏଲ୍‌ଇଡି ୪କେ ମଡେଲ୍‌ଗୁଡିକ ସମସ୍ତ ସାମ୍‌ସଙ୍ଗ ସ୍ମାର୍ଟ ପ୍ଲାଜା, ଅଗ୍ରଣୀ ଉପଭୋକ୍ତା ଇଲେକ୍‌ଟ୍ରୋନିକ ଷ୍ଟୋର୍ ଓ ଅନ୍‌ଲାଇନ୍ ପ୍ଲାଟ୍‌ଫର୍ମଗୁଡିକ ସମେତ ସାମ୍‌ସଙ୍ଗର ଅଫିସିଆଲ ଅନ୍‌ଲାଇନ୍ ଷ୍ଟୋର ସାମ୍‌ସଙ୍ଗ ସପ୍‌ରେ ଉପଲବ୍ଧ ହେବ ।
ଚଳିତ ଜୁଲାଇ ୧ରୁ ୧୦ ତାରିଖ ମଧ୍ୟରେ ସାମ୍‌ସଙ୍ଗ କ୍ୟୁଏଲ୍‌ଇଡି ୮କେ ଟିଭିର ପ୍ରି-ବୁକିଙ୍ଗ ଉପରେ ଉପଭୋକ୍ତାମାନେ ନିଜର ଅଲ୍‌ଟ୍ରା-ପ୍ରିମିୟମ ଟିଭି ସହିତ ଦୁଇଟି ଗ୍ୟାଲାକ୍ସି ଏସ୍‌୨୦ ପ୍ଲସ୍ ସ୍ମାର୍ଟଫୋନ୍ ପାଇପାରିବେ । ଉପଭୋକ୍ତମାନେ କ୍ୟୁଏଲ୍‌ଇଡି ୮କେ ଟିଭି ଉପରେ ନିଜର ଏଚ୍‌ଡିଏଫ୍‌ସି ଓ ଆଇସିଆଇସିଆଇ (ଡେବିଟ୍ ଓ କ୍ରେଡିଟ୍ କାର୍ଡ) ଓ ଫେଡେରାଲ ବ୍ୟାଙ୍କ (ଡେବିଟ୍ କାର୍ଡ) ମାଧ୍ୟମରେ ୧୫,୦୦୦ ଟଙ୍କାର କ୍ୟାଶବ୍ୟାକ୍ ମଧ୍ୟ ପାଇପାରିବେ । ଗ୍ରାହକମାନେ ଜି୫, ସୋନି ଲିଭ୍ ଓ ଏରୋସ୍ ନାଓ ଭଳି ଓଟିଟି ପ୍ଲାଟ୍‌ଫର୍ମଗୁଡିକର ସବ୍‌ସ୍କ୍ରିପ୍‌ସନ ଉପରେ ୫୦% ପର୍ଯ୍ୟନ୍ତ ରିହାତି ପାଇପାରିବେ ଏବଂ ମ୍ୟୁଜିକ୍ ଷ୍ଟ୍ରିମିଙ୍ଗ୍ ଆପ୍ ଯେପରିକି ଗାନା ପ୍ଲସ୍ ପାଇଁ ୧ ବର୍ଷ ଓ ଆପଲ ମ୍ୟୁଜିକ୍ ପାଇଁ ୩ ମାସର ମାଗଣା ସବ୍‌ସ୍କ୍ରିପ୍‌ସନ ସହିତ ଅଫିସ୍ ୩୬୫ ପାଇଁ ମାଗଣା ସବ୍‌ସ୍କ୍ରିପ୍‌ସନ ଓ ୫ ଜିବିର କ୍ଲାଉଡ୍ ଷ୍ଟୋରେଜ୍ ସୁବିଧା ପାଇପାରିବେ ।


Share It

Comments are closed.