ଭାରତରେ ୭୦୦୦ ମେଗାହର୍ଜ ବ୍ୟାଟେରୀଯୁକ୍ତ ସାମ୍‌ସଙ୍ଗ ଗ୍ୟାଲାକ୍ସି ଏମ୍‌୫୧ର ଶୁଭାରମ୍ଭ


ଭୁବନେଶ୍ୱର: ସାମ୍‌ସଙ୍ଗ ପକ୍ଷରୁ ପ୍ରଯୁକ୍ତି ପ୍ରେମୀ ଯୁବ ଉପଭୋକ୍ତାଙ୍କ ପାଇଁ ଏହାର ସବୁଠାରୁ ଶକ୍ତିଶାଳୀ ଓ ପ୍ରିମିୟମ ଏମ୍ ସିରିଜ୍ ସ୍ମାର୍ଟଫୋନ୍ ଗ୍ୟାଲାକ୍ସି ଏମ୍‌୫୧ର ଶୁଭାରମ୍ଭ କରାଯାଇଛି । କ୍ୱାଲ୍‌କମ୍ ସ୍ନାପ୍‌ଡ୍ରାଗନ୍ ୭୩୦ଜି ଦ୍ୱାରା ପରିଚାଳିତ ଗ୍ୟାଲାକ୍ସି ଏମ୍‌୫୧ ହେଉଛି ୭୦୦୦ ମେଗାହର୍ଜ ବ୍ୟାଟେରୀ ଥିବା ଭାରତର ପ୍ରଥମ ସ୍ମାର୍ଟଫୋନ୍ । ଗ୍ୟାଲାକ୍ସି ଏମ୍‌୫୧ରେ ନିମଜ୍ଜିତ ଅଭିଜ୍ଞତା ପାଇଁ ବେଷ୍ଟ-ଇନ୍‌-ସେଗ୍‌ମେଂଟ୍ ୬.୭ ଇଂଚ୍ ଏସ୍‌ଆମୋଲେଡ୍ ପ୍ଲସ୍ ଇନ୍‌ଫିନିଟି-ଓ ଡିସ୍‌ପ୍ଲେ ଏବଂ ସିଙ୍ଗଲ୍ ଟେକ୍ ଫିଚର ସହିତ ଅଗ୍ରଣୀ ସୋନି ୬୪ଏମ୍‌ପି କ୍ୱାଡ୍ କ୍ୟାମେରା ରହିଛି; ଯାହାକି ଏହାକୁ ସାମ୍‌ସଙ୍ଗର ଏମ୍ ସିରିଜ୍ ପୋର୍ଟଫୋଲିଓରେ ସବୁଠାରୁ ‘ମିନିଏଷ୍ଟ ମନ୍‌ଷ୍ଟର’ରେ ପରିଣତ କରୁଛି ।
ଏସମ୍ପର୍କରେ ସାମ୍‌ସଙ୍ଗ ଇଣ୍ଡିଆର ବରିଷ୍ଠ ଉପାଧ୍ୟକ୍ଷ ଆସିମ୍ ୱାର୍‌ସି କହିଛନ୍ତି ଯେ, “ଗ୍ୟାଲାକ୍ସି ଏମ୍‌୫୧ ହେଉଛି ଶୁଭାରମ୍ଭ ହୋଇଥିବା ସମସ୍ତ ଏମ୍ ସିରିଜ୍ ମଡେଲ୍‌ଗୁଡିକ ମଧ୍ୟରେ ସବୁଠାରୁ ନୂତନ ଓ ଶକ୍ତିଶାଳୀ ସ୍ମାର୍ଟଫୋନ୍ । ଶିଳ୍ପର ଏକମାତ୍ର ୭୦୦୦ ଏମ୍‌ଏଏଚ୍ ବ୍ୟାଟେରୀ ଏବଂ ଅନ୍ୟାନ୍ୟ ଏକାଧିକ ଅତ୍ୟାଧୁନିକ ଫିଚର ସହିତ ଗ୍ୟାଲାକ୍ସି ଏମ୍‌୫୧ ଏହାର ମାର୍କେଟିଙ୍ଗ୍ ଅଭିଯାନ ଟ୍ୟାଗ୍‌ଲାଇନ୍ ‘ମିନିଏଷ୍ଟ ମନ୍‌ଷ୍ଟର ଏଭର୍‌’କୁ ସଠିକ୍ ରୂପେ ପ୍ରତିଫଳିତ କରୁଛି । କ୍ୱାଲ୍‌କମ୍ ଇଣ୍ଡିଆ ଓ ସାର୍କର ଅଧ୍ୟକ୍ଷ ଏବଂ କ୍ୱାଲ୍‌କମ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ଉପାଧ୍ୟକ୍ଷ ରାଜେନ୍ ଭଗାଡିଆ କହିଛନ୍ତି, “ଶକ୍ତିଶାଳୀ ପ୍ରଦର୍ଶନ ହେଉଛି ସ୍ନାପ୍‌ଡ୍ରାଗନ୍ ୭୩୦ଜିର ଅନ୍ୟତମ ପ୍ରମୁଖ ଫିଚର, ଯାହାକି ଗ୍ୟାଲାକ୍ସି ଏମ୍‌୫୧ ପାଇଁ ରୋମାଂଚକର ଭିନ୍ନତା ସୃଷ୍ଟି କରିଥାଏ । ସାମସଙ୍ଗର ଏହି ନୂତନ ଏମ ସିରିଜ ଡିଭାଇସ ସହିତ କାର୍ଯ୍ୟ କରି ଆମେ ବେଶ ଉତ୍ସାହିତ । ”
ଗ୍ୟାଲାକ୍ସି ଏମ୍‌୫୧ ଦୁଇଟି ମେମୋରୀ ଭାରିଆଂଟ୍‌- ୬/୧୨୮ଜିବି ଓ ୮ଜିବି/୧୨୮ଜିବିରେ ଯଥାକ୍ରମେ ୨୪୯୯୯ ଟଙ୍କା ଓ ୨୬୯୯୯ ଟଙ୍କା ମୂଲ୍ୟରେ ଶୁଭାରମ୍ଭ ହୋଇଥିବାବେଳେ ଏହା ଇଲେକ୍‌ଟ୍ରିକ୍ ବ୍ଲୁ ଓ ସେଲେଷ୍ଟିଆଲ ବ୍ଲାକ୍ ରଙ୍ଗରେ ଉପଲବ୍ଧ ହେବ । ଏହା ଆସନ୍ତା ସେପ୍ଟେମ୍ବର ୧୮ ତାରିଖ ଦିନ ୧୨ଟାରୁ ଆମାଜନ୍ ଡଟ୍ ଇନ୍‌, ସାମ୍‌ସଙ୍ଗ ଡଟ୍ କମ୍ ଓ ନିର୍ଦ୍ଧିଷ୍ଟ ରିଟେଲ୍ ଷ୍ଟୋର୍‌ଗୁଡିକରେ ଉପଲବ୍ଧ ହେବ । ଆମାଜନ୍ ଡଟ୍ ଇନ୍‌ରେ ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ଏହି ସ୍ମାର୍ଟଫୋନ୍ ଉପରେ ଏକ ସୀମିତ ଅବଧିର ପ୍ରାରମ୍ଭିକ ଲଂଚ୍ ଅଫର ଉପଲବ୍ଧ ହେବ ।


Share It

Comments are closed.