ସାମ୍‌ସଙ୍ଗ ପକ୍ଷରୁ ଭାରତରେ ଦୁଇଟି ନୂତନ ପ୍ଲାନ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ଗ୍ରାହକଙ୍କ ପାଇଁ ସାମ୍‌ସଙ୍ଗର ପ୍ରିମିୟମ ଗ୍ୟାଲାକ୍ସି ସ୍ମାର୍ଟଫୋନ୍ କିଣିବାକୁ ଅଧିକ ସହଜ ଓ ଆକର୍ଷଣୀୟ କରିବା ଲାଗି ସାମ୍‌ସଙ୍ଗ ପକ୍ଷରୁ ଦୁଇଟି ନୂତନ ଅଫର୍‌ର ଘୋଷଣା କରାଯାଇଛି । ଗ୍ୟାଲାକ୍ସି ଆସିୟୋର୍ଡ଼ ପ୍ରିମିୟମ ସ୍ମାର୍ଟଫୋନ୍ ପାଇଁ ସାମ୍‌ସଙ୍ଗର ବାୟବ୍ୟାକ୍ ଯୋଜନା ହୋଇଥିବାବେଳେ, ଗ୍ୟାଲାକ୍ସି ଫର୍‌ଏଭର୍ ପ୍ଲାନ୍ ଭାରତରେ ସାମ୍‌ସଙ୍ଗର ପ୍ରିମିୟମ ରେଞ୍ଜର ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଥିବା ଉପଭୋକ୍ତାଙ୍କ ପାଇଁ ସୁଲଭ ବିକଳ୍ପ ପ୍ରଦାନ କରିବା ଲାଗି ଲକ୍ଷ୍ୟ ରଖିଛି । ଗ୍ୟାଲାକ୍ସି ଆସିୟୋର୍ଡ଼ ସହିତ ଉପଭୋକ୍ତାମାନେ ନିଜର ତିନି ମାସ ପୁରୁଣା ଗ୍ୟାଲାକ୍ସି ଏସ୍‌୨୦ ସ୍ମାର୍ଟଫୋନ୍ ପାଇଁ ମୂଳ ଡିଭାଇସ୍‌ର ୭୦% ପର୍ଯ୍ୟନ୍ତ ନିଶ୍ଚିତ ବାୟବ୍ୟାକ୍ ମୂଲ୍ୟ ପାଇପାରିବେ । ସେହିପରି ଏକ ୬ ମାସ ପୁରୁଣା ଡିଭାଇସ୍ ଉପରେ ୬୦% ପର୍ଯ୍ୟନ୍ତ ନିଶ୍ଚିତ ବାୟବ୍ୟାକ୍ ଭାଲ୍ୟୁ , ୯ ମାସ ଓ ୧୨ ମାସ ପରେ ନିଜ ଗ୍ୟାଲାକ୍ସି ଡିଭାଇସ୍ ଉପରେ ଯଥାକ୍ରମେ ୫୦% ଓ ୪୦% ପର୍ଯ୍ୟନ୍ତ ନିଶ୍ଚିତ ବାୟବ୍ୟାକ୍ ଭାଲ୍ୟୁ ପାଇପାରିବେ । ଗ୍ୟାଲାକ୍ସି ଫର୍‌ଏଭର ଅଫର୍ ଉପଭୋକ୍ତାଙ୍କୁ ଏକ ନୂଆ ଗ୍ୟାଲାକ୍ସି ସ୍ମାର୍ଟଫୋନ୍‌କୁ ମୋଟ ମୂଲ୍ୟର ୬୦% ଅଂଶରେ କିଣିବାକୁ ଦେଇଥାଏ ଯାହା ସାମ୍‌ସଙ୍ଗର ସର୍ବାଧିକ ପ୍ରିମିୟମ ଫ୍ଲାଗ୍‌ସିପ୍ ସ୍ମାର୍ଟଫୋନ୍‌କୁ କିଣିବା ଅଧିକ ସହଜ କରିଥାଏ । ଉପଭୋକ୍ତାମାନେ ବଳକା ୪୦% ଅର୍ଥକୁ ବର୍ଷ ଶେଷ ଭାଗରେ ପଇଠ କରିପାରିବେ କିମ୍ବା ବର୍ଷ ଶେଷରେ ଡିଭାଇସ୍‌କୁ ଫେରାଇପାରିବେ । ଏହି ଗ୍ୟାଲାକ୍ସି ଫର୍‌ଏଭର୍ ଅଫର୍ ପାଇବା ପାଇଁ ଉପଭୋକ୍ତାଙ୍କୁ ଇଏମ୍‌ଆଇ ସୁବିଧାର ବ୍ୟବହାର କରି ଗ୍ୟାଲାକ୍ସି ଏସ୍‌୨୦ ସ୍ମାର୍ଟଫୋନ୍ କିଣିବାକୁ ହେବ ।
ଗ୍ୟାଲାକ୍ସି ଆସିୟୋର୍ଡ଼ ପାଇଁ ସାମ୍‌ସଙ୍ଗ ଇଣ୍ଡିଆ ଏକ ଟେକ୍ନୋଲୋଜି କମ୍ପାନୀ ସର୍ଭିଫାଏ ସହିତ ସହଭାଗିତା କରିଛି ଯାହାକି ଡିଭାଇସ୍ ଲାଇଫ୍‌ସାଇକେଲ ମ୍ୟାନେଜ୍‌ମେଂଟ୍ ସର୍ଭିସ୍ ପ୍ରଦାନ କରିଥାଏ । ଯେବେକି ଏହାର ଗ୍ୟାଲେକ୍ସି ଫର୍‌ଏଭର୍ ପାଇଁ ସର୍ଭିଫାଏ ଓ ଆଇଡିଏଫସି ସହ ସହଭାଗିତା କରିଛି । ଗ୍ୟାଲାକ୍ସି ଆସିୟୋର୍ଡ଼ ଓ ଗ୍ୟାଲାକ୍ସି ଫର୍‌ଏଭର୍ ପ୍ଲାନ୍‌ଗୁଡିକ ଦେଶବ୍ୟାପୀ ସାମ୍‌ସଙ୍ଗ ଏକ୍ସକ୍ଲୁସିଭ୍ ଷ୍ଟୋର୍‌, ପ୍ରମୁଖ ରିଟେଲ ଆଉଟ୍‌ଲେଟ୍ ଓ ସାମ୍‌ସଙ୍ଗ ଡଟ୍ କମ୍‌ରେ ଉପଲବ୍ଧ ହେଉଛି ।
ଏହା ସମ୍ପର୍କରେ ମତ ରଖି ସାମ୍‌ସଙ୍ଗ ଇଣ୍ଡିଆର ମୋବାଇଲ ବିଜ୍‌ନେସ ନିର୍ଦ୍ଦେଶକ, ଆଦିତ୍ୟ ବାବର କହିଛନ୍ତି ଯେ, “ସାମ୍‌ସଙ୍ଗରେ ଆମେ ଯାହା କିଛି କରୁ ଉପଭୋକ୍ତା ତାହାର କେନ୍ଦ୍ରରେ ରହିଥାନ୍ତି । ଆମେ ନୂଆ ଗ୍ୟାଲାକ୍ସି ଆସ୍ୟୋର୍‌ଡ ଓ ଗ୍ୟାଲାକ୍ସି ଫର୍‌ଏଭର ପ୍ଲାନ୍‌ର ଶୁଭାରମ୍ଭ ଘୋଷଣା କରିବା ପାଇଁ ଖୁବ୍ ଉତ୍ସାହିତ ଅଛୁ, ଯାହାଦ୍ୱାରା ଆମର ଉପଭୋକ୍ତାଙ୍କ ପାଖରେ ଏବେ ସାମ୍‌ସଙ୍ଗର ପ୍ରିମିୟମ ରେଞ୍ଜର ଗ୍ୟାଲାକ୍ସି ସ୍ମାର୍ଟଫୋନ୍ କିଣିବା ସମୟରେ ଏକାଧିକ ବିକଳ୍ପ ଉପଲବ୍ଧ ରହିବ ।”


Share It

Comments are closed.