ସାମସଙ୍ଗ ପକ୍ଷରୁ ସର୍ଭିଫାଏର ସହବନ୍ଧିତାରେ ସାମସଙ୍ଗ କେୟାର+ର ଶୁଭାରମ୍ଭ


ଭୁବନେଶ୍ୱର: ସାମ୍‌ସଙ୍ଗ ପକ୍ଷରୁ ଭାରତର ସମସ୍ତ ଗ୍ୟାଲାକ୍ସି ସ୍ମାର୍ଟଫୋନ୍ ଉପଭୋକ୍ତାଙ୍କ ପାଇଁ ଏକ ବ୍ୟାପକ କେୟାର ସର୍ଭିସ୍‌, ସାମ୍‌ସଙ୍ଗ କେୟାର+ର ଶୁଭାରମ୍ଭ କରାଯାଇଛି । ସର୍ଭିଫାଏ ଦ୍ୱାରା ପରିଚାଳିତ ସାମ୍‌ସଙ୍ଗ କେୟାର+ ଉପଭୋକ୍ତାଙ୍କୁ ସେମାନଙ୍କର ଗ୍ୟାଲାକ୍ସି ସ୍ମାର୍ଟଫୋନ୍‌ଗୁଡିକୁ ଯେକୌଣସି ପ୍ରକାରର କ୍ଷତିରୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏକାଧିକ ଲାଭ ପ୍ରଦାନ କରୁଛି । ସାମ୍‌ସଙ୍ଗ ପକ୍ଷରୁ ନିଜ ଗ୍ୟାଲାକ୍ସି ସ୍ମାର୍ଟଫୋନ୍ ପାଇଁ ସାମ୍‌ସଙ୍ଗ କେୟାର+ ପ୍ଲାନ୍ କିଣିବାକୁ ଚାହୁଁଥିବା ଉପଭୋକ୍ତାଙ୍କ ପାଇଁ ଏକ ବ୍ୟାପକ ରେଞ୍ଜର ବିକଳ୍ପ ପ୍ରଦାନ କରିବା ଲାଗି ୪ଟି କଷ୍ଟମ୍ ପ୍ୟାକ୍ ଡିଜାଇନ୍ କରାଯାଇଛି । ଯାହା ଅଧିନରେ ଏହା ୱାରେଂଟି ଅବଧି ବାହାରେ ଗ୍ୟାଲାକ୍ସି ସ୍ମାର୍ଟଫୋନ୍‌କୁ ଏକ ବର୍ଷ ପାଇଁ ଟେକ୍ନିକାଲ ଓ ମେକାନିକାଲ ବିଫଳତାରୁ ସୁରକ୍ଷା ପ୍ରଦାନ କରିଥାଏ, ପ୍ଲାନ୍ କିଣାଯାଇଥିବା ତାରିଖରୁ ଏକ ବର୍ଷ ପର୍ଯ୍ୟନ୍ତ ଫ୍ରଂଟ୍ ସ୍କ୍ରିନ୍ ଡ୍ୟାମେଜ୍‌କୁ କଭର୍ କରିଥାଏ, ଏକ ବର୍ଷ ପାଇଁ ଦୁର୍ଘଟଣାଜନିତ ଫ୍ରଂଟ୍ ଓ ବ୍ୟାକ୍ ସ୍କ୍ରିନ୍ କ୍ଷତି ଏବଂ ଲିକ୍ୱିଡ୍ ବା ତରଳ କ୍ଷତିକୁ କଭର୍ କରିଥାଏ ଏବଂ ଦୁଇ ବର୍ଷ ପାଇଁ ଦୁର୍ଘଟଣାଜନିତ ଶାରୀରିକ ଓ ତରଳ କ୍ଷତି (ସ୍କ୍ରିନ୍‌) ଏବଂ ଟେକ୍ନିକାଲ ଓ ମେକାନିକାଲ ବିଫଳତାକୁ କଭର୍ କରିଥାଏ ।
ଏସମ୍ପର୍କରେ ସାମ୍‌ସଙ୍ଗ ଇଣ୍ଡିଆ ମୋବାଇଲ ବ୍ୟବସାୟ, ବରିଷ୍ଠ ନିର୍ଦ୍ଦେଶକ ପ୍ରମୋଦ ମୁନ୍ଦ୍ରା କହିଛନ୍ତି ଯେ, “ସାମ୍‌ସଙ୍ଗ କେୟାର+ ଆପଣଙ୍କୁ କେବଳ ସାଧାରଣ ୱାରେଂଟି ବାହାରେ ସୁରକ୍ଷା ପ୍ରଦାନ କରେ ନାହିଁ ବରଂ ଦୁଇ ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ଗ୍ୟାଲାକ୍ସି ସ୍ମାର୍ଟଫୋନ୍‌ର ସମସ୍ତ ପ୍ରକାରର ଦୁର୍ଘଟଣାଜନିତ କ୍ଷତିକୁ କଭର୍ କରିଥାଏ ।” ସେହିଭଳି “ଭାରତକୁ ସାମ୍‌ସଙ୍ଗ କେୟାର+ ଆଣିବାରେ ସାମ୍‌ସଙ୍ଗ ସହ ସହଭାଗିତା କରି ଆମେ ଗର୍ବିତ ।” ବୋଲି ସର୍ଭିଫାଏର ପ୍ରତିଷ୍ଠାତା ଶ୍ରୀବତ୍ସ ପ୍ରଭାକର କହିଛନ୍ତି ।
ସାମ୍‌ସଙ୍ଗ କେୟାର+ ପ୍ୟାକ୍‌ଗୁଡିକୁ କିଣିବା ପରେ ତାହା ଅଟୋ ଆକ୍ଟିଭେଟ୍ ହୋଇଥାଏ ଏବଂ ଏଥିରେ ଏକ ବାଧାହୀନ କ୍ଲେମ୍ ପ୍ରୋସେସ୍ ବା ଦାବି ପ୍ରକ୍ରିୟା ରହିଛି ଯାହାକି ଜିରୋ ଡକ୍ୟୁମେନ୍‌ଟେସନ ବା ଶୂନ କାଗଜପତ୍ରର ଆବଶ୍ୟକ କରିଥାଏ । ସାମ୍‌ସଙ୍ଗ କେୟାର+ର ପ୍ୟାକ୍‌ର ମୂଲ୍ୟ ଗ୍ରାହକ କିଣିବାକୁ ଚାହୁଁଥିବା ଗ୍ୟାଲାକ୍ସି ସ୍ମାର୍ଟଫୋନ୍ ମଡେଲ ଉପରେ ନିର୍ଭର କରେ । ଗ୍ରାହକମାନେ ନିଜ ନୂଆ ଗ୍ୟାଲାକ୍ସି ସ୍ମାର୍ଟଫୋନ୍ ସହିତ କିମ୍ବା ଗ୍ୟାଲାକ୍ସି ସ୍ମାର୍ଟଫୋନ୍ କିଣିବାର ୩୦ ଦିନ ମଧ୍ୟରେ ସାମ୍‌ସଙ୍ଗ ଏକ୍ସପେରିଏନ୍ସ ଷ୍ଟୋର୍‌, ସ୍ମାର୍ଟ କ୍ୟାଫେ, ନିର୍ଦ୍ଧିଷ୍ଟ ମଲ୍ଟିବ୍ରାଣ୍ଡ ଆଉଟ୍‌ଲେଟ୍‌, ସାମ୍‌ସଙ୍ଗ ଡଟ୍ କମ୍‌, ସାମ୍‌ସଙ୍ଗ କେୟାର+ ଅନ୍‌ଲାଇନ୍ ଷ୍ଟୋର ଓ ମାଇଁ ଗ୍ୟାଲାକ୍ସି ଆପ୍‌ରୁ ସାମ୍‌ସଙ୍ଗ କେୟାର+ ପ୍ୟାକ୍ କିଣିପାରିବେ । ଗ୍ରାହକମାନେ ସାମ୍‌ସଙ୍ଗ ଫାଇନାନ୍ସ+ର ବ୍ୟବହାର କରି ସହଜ ଋଣ ବିକଳ୍ପକୁ ମଧ୍ୟ ଚୟନ କରିପାରିବେ ।


Share It

Comments are closed.