ସାମସଙ୍ଗ ଇଣ୍ଡିଆ ପକ୍ଷରୁ ଗାଲାକ୍ସି ୱାଚ ୪ ସିରିଜ ଏବଂ ଗାଲାକ୍ସି ବଡ୍‌ସ୨ର ଶୁଭାରମ୍ଭ


ଭୁବନେଶ୍ୱର: ସାମସଙ୍ଗ ପକ୍ଷରୁ ଭାରତରେ ଗାଲାକ୍ସି ୱାଚ୪ , ଗାଲାକ୍ସି ୱାଚ୪ କ୍ଲାସିକ ଏବଂ ଗାଲାକ୍ସି ବଡ୍‌ସ୨ର ଶୁଭାରମ୍ଭର ଘୋଷଣା କରାଯାଇଛି । ଗାଲାକ୍ସି ୱାଚ ୪ ସିରିଜ ଏକ ପ୍ରିମିୟମ ରାଉଣ୍ଡ ଡିଜାଇନ ଏବଂ ବଡି କମ୍ପୋଜିସନ, ସ୍ଲିପ ମନିଟରିଙ୍ଗ ଏବଂ ବ୍ଲଡ ଅକ୍ସିଜେନ ଟ୍ରାକିଙ୍ଗ ଭଳି ଉନ୍ନତ ସ୍ୱାସ୍ଥ୍ୟ ଏବଂ ଫିଟନେସ ବୈଶିଷ୍ଟ୍ୟ ସହିତ ହାଇ ରିଜଲ୍ୟୁସନ ଡିସପ୍ଲେ ଏବଂ ଗୁଗୁଲ ସହିତ ପ୍ରସ୍ତୁତ ବର୍ଦ୍ଧିତ ଓୟାର ଓଏସ ଆଦି ଆକର୍ଷଣୀୟ ବୈଶିଷ୍ଟ୍ୟ ସହିତ ବ୍ୟବସ୍ଥିତ ହୋଇ ଆସିଛି । ଏକ ଆରାମଦାୟକ ଫିଟ ସହିତ ଗାଲାକ୍ସି ବଡ୍‌ସ୨ ସମ୍ପୂର୍ଣ୍ଣ ଦିନ କାମ କରିବା ତଥା ଆକର୍ଷଣୀୟ ଅଡିଓ ପାଇଁ ପ୍ରିମିୟମ ଶବ୍ଦ ଗୁଣବତା ପ୍ରଦାନ ପାଇଁ ପ୍ରସ୍ତୁତ । ଗାଲାକ୍ସି ୱାଚ୪ ସିରିଜ ଏବଂ ଗାଲାକ୍ସି ବଡସ୨ର ପ୍ରି ବୁକିଙ୍ଗ ଅଗଷ୍ଟ ୩୦, ୨୦୨୧ଠାରୁ ଆରମ୍ଭ ହୋଇଯାଇଛି । ଗାଲାକ୍ସି ୱାଚ ୪ ପିଙ୍କ, ଗୋଲ୍ଡ, ବ୍ଲାକ ଏବଂ ସିଲଭର ରଙ୍ଗରେ ଉପଲବ୍ଧ ହେଉଥିବାବେଳେ ଏହାର ମୂଲ୍ୟ୨୩,୯୯୯ଟଙ୍କାରୁ ଆରମ୍ଭ ହେଉଛି, ଯେବେକି ୱାଚ ୪ କ୍ଲାସିକ ସିଲଭର ଏବଂ ବ୍ଲାକ ରଙ୍ଗରେ ୩୧,୯୯୯ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ହେଉଛି । ଗାଲାକ୍ସି ବଡସ ୨ ଗ୍ରାଫାଇଟ, ହ୍ୱାଇଟ, ଅଲିଭ ଗ୍ରିନ ଏବଂ ଲାଭେଣ୍ଡରରେ ୧୧,୯୯୯ଟଙ୍କାରେ ଉପଲବ୍ଧ ହେଉଛି ।

ଏହି ସମ୍ବନ୍ଧରେ ସାମସଙ୍ଗ ଇଣ୍ଡିଆର ମୋବାଇଲ ମାର୍କେଟିଙ୍ଗର ବରିଷ୍ଠ ନିର୍ଦ୍ଦେଶକ ତଥା ମୁଖ୍ୟ ଶ୍ରୀ ଆଦିତ୍ୟ ବାବର କହିଛନ୍ତି ଯେ, “ଗାଲାକ୍ସି ୱାଚ୪ ସିରିଜର ଶୁଭାରମ୍ଭ ସହିତ ସାମସଙ୍ଗ ସ୍ମାର୍ଟୱାଚ ଉଦ୍ୟୋଗରେ ପରିବର୍ତନ ଆଣିପାରିବ ବୋଲି ଲକ୍ଷ୍ୟ ରଖାଯାଇଛି । ଗାଲାକ୍ସି ୱାଚ୪ ସିରିଜ ସମ୍ପୂର୍ଣ୍ଣ ଶରୀରର ସଂରଚନା କ୍ଷମତା ସହିତ ଉପଲବ୍ଧ ହେଉଛି ଯାହାକି ବ୍ୟବହାରକାରୀମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟର ମାଲିକାନା ପ୍ରଦାନ କରିଥାଏ । ଓୟାର ଓଏସ ଏବଂ ଗୁଗଲ ସହିତ ଆମ୍ଭମାନଙ୍କର ସହଭାଗିତା ବ୍ୟବହାରକାରୀମାନଙ୍କୁ ବହୁ ଉପକାରୀ ଆପକୁ ଅତିଶୟ ବ୍ୟବହାର କରିବା ପାଇଁ ସୁଯୋଗ ପ୍ରଦାନ କରୁଛି । ଗାଲାକ୍ସି ବଡସ୨ ଆକ୍ଟିଭ ନଏଜ କ୍ୟାନସଲେସନ ସହିତ ଶ୍ରେଷ୍ଠ ଅଡିଓ ଅନୁଭୂତି ପ୍ରଦାନ କରୁଛି ଏବଂ ଏହା ସମ୍ପୂର୍ଣ୍ଣ ଦିନ ବ୍ୟବହାର କରିବା ପାଇଁ ଆରାମଦାୟକ ଫିଟ ମଧ୍ୟ ପ୍ରଦାନ କରୁଛି ।”
ଗାଲାକ୍ସି ୱାଚ ୪ କ୍ଲାସିକ, ଗାଲାକ୍ସି ୱାଚ ୪ ଏବଂ ଗାଲାକ୍ସି ବଡସ୨ ବିକ୍ରି ଚଳିତ ସେପ୍ଟେମ୍ବର ୧୦ରୁ ଆରମ୍ଭ ହୋଇଯିବ । ଉପଭୋକ୍ତାମାନେ ଗାଲାକ୍ସି ୱାଚ ୪ ସିରିଜର ପ୍ରି-ବୁକିଙ୍ଗରେ ଟ.୬୦୦୦ମୂଲ୍ୟର ଇ-ଭାଉଚର ପାଇଁ ଯୋଗ୍ୟ ହେବେ । ଉପଭୋକ୍ତାମାନେ ଗାଲାକ୍ସି ବଡସ୨ର ପ୍ରି-ବୁକିଙ୍ଗରେ ଟ.୩୦୦୦ ମୂଲ୍ୟର ଇ-ଭାଉଚର ପାଇଁ ଯୋଗ୍ୟ ହେବେ । ସମସ୍ତ ଅଗ୍ରଣୀ ବ୍ୟାଙ୍କରେ ଗାଲାକ୍ସି ୱାଚ ୪ ସିରିଜର ପ୍ରି-ବୁକିଙ୍ଗରେ ଟ.୩୦୦୦ର କ୍ୟାସବ୍ୟାକ ଏବଂ ଗାଲାକ୍ସି ବଡସ୨ର ପ୍ରି-ବୁକିଙ୍ଗରେ ଟ.୧୨୦୦ର ଆକର୍ଷଣୀୟ କ୍ୟାସବ୍ୟାକ ପାଇପାରିବେ ।


Share It

Comments are closed.