ସାମ୍‌ସଙ୍ଗର ସ୍ୱାଧୀନତା ଦିବସ ଅଫର୍


ଭୁବନେଶ୍ୱର:ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ବ୍ରାଣ୍ଡ ସାମ୍‌ସଙ୍ଗ ପକ୍ଷରୁ ଏହାର ଟିଭି, ରେଫ୍ରିଜରେଟର୍‌, ସ୍ମାର୍ଟ ଓଭନ୍‌, ୱାଶିଙ୍ଗ୍ ମେସିନ୍ ଓ ଏୟାର କଣ୍ଡିସ୍‌ନରଗୁଡିକ ଉପରେ ସ୍ୱତନ୍ତ୍ର ସ୍ୱାଧୀନତା ଦିବସ ଅଫର୍ ଘୋଷଣା କରାଯାଇଛି । ଏହି ଆକର୍ଷଣୀୟ ଅଫର୍‌ଗୁଡିକ ସହିତ ଉନ୍ନତ ଡିଲ୍‌, ଆକର୍ଷଣୀୟ ଋଣ ଯୋଜନା ସହିତ ୧୫% ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ଓ ସର୍ବନିମ୍ନ ୯୯୦ ଟଙ୍କାରୁ ଆରମ୍ଭ ହେଉଥିବା ସହଜ ଇଏମ୍‌ଆଇ ଆଦି ସାମିଲ ରହିଛି ଏବଂ ଏହି ଅଫର୍ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବୈଧ ରହିବ । ଏହି ଅଫର୍ ଅବଧି ସମୟରେ ସାମ୍‌ସଙ୍ଗ କ୍ୟୁଏଲ୍‌ଇଡି ୮କେ ଟିଭି କିଣୁଥିବା ଉପଭୋକ୍ତାମାନେ ମାଗଣାରେ ୭୭,୯୯୦ ଟଙ୍କା ମୂଲ୍ୟର ଏକ ଗ୍ୟାଲାକ୍ସି ଏସ୍‌୨୦+ ସ୍ମାର୍ଟଫୋନ୍ ପାଇପାରିବେ । ଏଥିସହିତ ଉପଭୋକ୍ତାମାନେ ନିର୍ଦ୍ଧିଷ୍ଟ କ୍ୟୁଏଲ୍‌ଇଡି ଟିଭିରେ ୧୦ ବର୍ଷର ନୋ ସ୍କ୍ରିନ୍ ବର୍ଣ୍ଣ-ଇନ୍ ୱାରେଂଟି ଓ ପ୍ୟାନେଲ ଉପରେ ୩ ବର୍ଷର ୱାରେଂଟି ପାଇପାରିବେ ।
ସାମ୍‌ସଙ୍ଗ ସ୍ମାର୍ଟ ଟିଭି କିଣୁଥିବା ଉପଭୋକ୍ତା ୯୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ଓ ସର୍ବନିମ୍ନ ୯୯୦ ଟଙ୍କାର ସହଜ ଇଏମ୍‌ଆଇ ସହିତ ୪୩ ଇଂଚ୍ ଓ ଏହାଠାରୁ ବଡ ମଡେଲ୍ ଉପରେ ଗୋଟିଏ ଇଏମ୍‌ଆଇ ଛାଡ ସୁବିଧା ପାଇପାରିବେ । ରେଫ୍ରିଜରେଟର୍ ବର୍ଗରେ ସାମ୍‌ସଙ୍ଗ ସ୍ପେସ୍‌ମ୍ୟାକ୍ସ ଫ୍ୟାମିଲି ହବ୍ ରେଫ୍ରିଜରେଟର୍ କିଣୁଥିବା ଗ୍ରାହକ ୩୭,୯୯୯ ଟଙ୍କା ମୂଲ୍ୟର ଗ୍ୟାଲାକ୍ସି ନୋଟ୍‌୧୦ ଲାଇଟ୍ ମାଗଣାରେ ପାଇପାରିବେ । ଏହାଛଡା ସାମ୍‌ସଙ୍ଗ ରେଫ୍ରିଜରେଟର୍‌, ୱାଶିଙ୍ଗ ମେସିନ୍ କ୍ରୟ ଉପରେ ଉପଭୋକ୍ତାମାନେ ୧୫% ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ଓ ସର୍ବନିମ୍ନ ୯୯୦ ଟଙ୍କାର ସହଜ ଇଏମ୍‌ଆଇ ବିକଳ୍ପ ସହିତ ୩୦୦ ଲିଟର୍‌ରୁ ଅଧିକ କ୍ଷମତାର ରେଫ୍ରିଜରେଟର୍ ଉପରେ ଗୋଟିଏ ଇଏମ୍‌ଆଇ ଛାଡ ସୁବିଧା ପାଇପାରିବେ ।
ସାମ୍‌ସଙ୍ଗ ଏହାର ମାଇଁ ସାମ୍‌ସଙ୍ଗ ମାଇଁ ଇଏମ୍‌ଆଇ ଅଫର୍ ସହିତ ଗ୍ରାହକଙ୍କୁ ନିର୍ଦ୍ଧିଷ୍ଟ ଟିଭି, ରେଫ୍ରିଜରେଟର୍‌, ମାଇକ୍ରୋୱେଭ୍ ଓ ୱାଶିଙ୍ଗ୍ ମେସିନ୍ ଉପରେ ନିଜ ବଜେଟ୍ ଅନୁସାରେ ଇଏମ୍‌ଆଇ ଓ ଡାଉନ୍‌ପେମେଂଟ୍ ଚୟନ କରିବାର ବିକଳ୍ପ ପ୍ରଦାନ କରୁଛି । ଉପଭୋକ୍ତାମାନେ ୩୬ ମାସ ପର୍ଯ୍ୟନ୍ତ ଇଏମ୍‌ଆଇ ବିକଳ୍ପ ଏବଂ ନିର୍ଦ୍ଧିଷ୍ଟ ଟିଭି ଓ ରେଫ୍ରିଜରେଟର୍ ମଡେଲ୍‌ଗୁଡିକ ଉପରେ ଏକ ମାସର ଇଏମ୍‌ଆଇ ଛାଡ ସୁବିଧା ପାଇପାରିବେ । ଏ ସମ୍ପର୍କରେ ସାମ୍‌ସଙ୍ଗ ଇଣ୍ଡିଆର ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ବିଜ୍‌ନେସ୍‌ର ବରିଷ୍ଠ ଉପାଧ୍ୟକ୍ଷ ଶ୍ରୀ ରାଜୁ ପୁଲନ କହିଛନ୍ତି ଯେ, “ଉପଭୋକ୍ତାମାନେ ମୂଲ୍ୟ ପ୍ରସ୍ତାବ ଚାହୁଁଥିବାରୁ ଆମେ ନିଶ୍ଚିତ ଯେ, ଏହି ସ୍ୱତନ୍ତ୍ର ଅଫର୍‌ଗୁଡିକ ସେମାନଙ୍କ ଆକାଂକ୍ଷାକୁ ପୂରଣ କରିବ ଏବଂ ସେମାନଙ୍କର ଜୀବନକୁ ସାର୍ଥକ ଉଦ୍ଭାବନ ସହିତ ସମୃଦ୍ଧ କରିବ ।”
ରେଫ୍ରିଜରେଟର୍‌ଗୁଡିକ ଡିଜିଟାଲ ଇନ୍‌ଭର୍ଟର କମ୍ପ୍ରେସର ଉପରେ ୧୦ ବର୍ଷର ୱାରେଂଟି ସହିତ ଆସୁଥିବା ବେଳେ ୱାଶିଙ୍ଗ୍ ମେସିନ୍‌ଗୁଡିକ ମୋଟର ଉପରେ ୧୨ ବର୍ଷର ୱାରେଂଟି ଓ ସମ୍ପୂର୍ଣ୍ର ମେଶିନ ଉପରେ ୩୦ ବର୍ଷର ୱାରେଂଟି ସହ ଆସୁଛି । ସାମ୍‌ସଙ୍ଗ ଏୟାର କଣ୍ଡିସ୍‌ନର କିଣୁଥିବା ଗ୍ରାହକମାନେ ସର୍ବନିମ୍ନ ୯୯୦ ଟଙ୍କାର ସହଜ ଇଏମ୍‌ଆଇ ସୁବିଧା ପାଇପାରିବେ । ୨୮ ଲିଟର୍ ଅଧିକ ନିର୍ଦ୍ଧିଷ୍ଟ ମଡେଲ୍‌ର କନ୍‌ଭେକ୍ସନ ସ୍ମାର୍ଟ ଓଭନ୍‌ଗୁଡିକର କ୍ରୟ ଉପରେ ଗ୍ରାହକମାନେ ଏକ ମାଗଣା ବୋରୋସିଲ୍ କିଟ୍‌, ସେରାମିକ୍ ଏନାମେଲ୍ କାଭିଟି ଉପରେ ୧୦ ବର୍ଷର ୱାରେଂଟି ସହିତ ମାଗ୍ନେଟ୍ରନ୍ ଉପରେ ୫ ବର୍ଷର ୱାରେଂଟି ପାଇପାରିବେ ।


Share It

Comments are closed.