ସାମସଙ୍ଗର ନୂଆ “ବ୍ୟାକ ଟୁ ବିଜ୍‌ନେସ୍‌” ସଲ୍ୟୁସନ


ଭୁବନେଶ୍ୱର: ସାମସଙ୍ଗ ପକ୍ଷରୁ ରିଟେଲ ଓ କମର୍ସିଆଲ ସଂସ୍ଥାଗୁଡ଼ିକ ପାଇଁ “ବ୍ୟାକ୍ ଟୁ ବିଜନେସ” ସଲ୍ୟୁସନର ଶଭୁାରମ୍ଭ କରାଯାଇଛି । ଏହି ନୂତନ ସମାଧାନରେ ଆଉଟଡୋର ଡିସପ୍ଲେ ଓ ଭିଡିଓ କନଫରେନ୍ସିଙ୍ଗ ସମାଧାନ ଅନ୍ତର୍ଭୁକ୍ତ, ଯାହା ସାହାଯ୍ୟରେ ବ୍ୟବସାୟୀମାନେ ନିଜର ସ୍ୱାଭାଭିକ କାର୍ଯ୍ୟକୁ ପୁଣିଥରେ ସୁରକ୍ଷିତ ଭାବରେ ଆରମ୍ଭ କରିପାରିବେ । ଏହା ସହିତ ସୁରକ୍ଷାତ୍ମକ ପଦକ୍ଷେପ ଗ୍ରହଣ କରାଯିବା ସହିତ କାର୍ଯ୍ୟ ସ୍ଥଳରେ ଦୂରେ ବସି କାର୍ଯ୍ୟ କରିବା ଆବଶ୍ୟକତାକୁ ପୂରଣ କରାଯାଇପାରିବ । ଏହି ନୂତନ ରେଂଜର ଆଉଟଡୋର ଡିସପ୍ଲେ ଓ ସାଇନେଜ ବୋର୍ଡକୁ ବ୍ୟବସାୟୀଙ୍କ ଦ୍ୱାରା ବ୍ୟବହାର କରାଯାଇପାରିବ । ଏହା ସହାୟତାରେ ଜନଗହଳି ଅନୁଧ୍ୟାନ, ଶରୀର ତାପମାତ୍ରା ଯାଂଚ ଓ ମାସ୍କ ଚିହ୍ନଟ ତଥା ସେହି ଦିନର ଅଫରକୁ ଓ କର୍ପୋରେଟ ମେସେଜକୁ ଉପସ୍ଥ୍‌ାପିତ କରାଯାଇପାରିବ । ଏହା ସାମାଜିକ ଦୂରତାର ସମସ୍ତ ନିୟମଗୁଡ଼ିକୁ ପାଳନ କରାଯାଉଛି ନା ନାହିଁ ତାହା ସୁନିଶ୍ଚିତ କରିଥାଏ ।
ବାଧାହୀନ ଅନ୍‌ଲାଇନ ବାର୍ତାଳାପ ଓ ଯେକୌଣସି ସ୍ଥାନରୁ ଦକ୍ଷତା ଓ ସହଜରେ କାର୍ଯ୍ୟ କରିବାକୁ ସୁନିଶ୍ଚିତ କରିବା ଲାଗି ମିଟିଙ୍ଗ ରୁମ ଏବଂ ଭିଡିଓ କନଫରେନ୍ସିଙ୍ଗ ସମାଧାନ ଯୋଗାଇଦେବା ପାଇଁ ସାମସଙ୍ଗ, ସିସ୍କୋ ୱେବେକ୍ସ ଓ ଲଜିଟେକ୍ ସହିତ ହାତ ମିଳାଇଛି । ଏହା ସାହାଯ୍ୟରେ ଦୂରରେ ବସି କାମ କରିବାର ଆବଶ୍ୟକତାକୁ ଦେଖି ସାମସଙ୍ଗର ବେଜୋଡ଼ ଭିଜୁଆଲ ଡିସପ୍ଲେ ଏବଂ ଉନ୍ନତ ଭିଡିଓ କନଫରେନ୍ସିଙ୍ଗ କୁ ଏକତ୍ର ଅଣାଯାଇଛି । ଏହି ସହବନ୍ଧିତା ସିସ୍କୋ ୱେବେକ୍ସ ଏବଂ ଲଜିଟେକ୍ ଦ୍ୱାରା ପ୍ରସ୍‌ୁତ ଭିଡିଓ କନଫରେନ୍ସିଙ୍ଗ ସମାଧାନଗୁଡ଼ିକର ବିସୃତ ରେଂଜ ସହିତ ଡିଜିଟାଲ ସାଇନ୍‌ଏଜ୍ ଏବଂ ଡେସ୍କଟପ୍ ମନିଟର ସମେତ ଶିଳ୍ପର ସବୁଠାରୁ ବ୍ୟାପକ ଡିସପ୍ଲେ ଶୃଙ୍ଖଳକୁ ଏକତ୍ର ନେଇଆସିଛି । ସାମସଙ୍ଗର ୨୦୨୦ ଡିସପ୍ଲେ ଶୃଙ୍ଖଳର ସମ୍ପୂର୍ଣ୍ଣ ରେଞ୍ଜରେ ଏହି ସମାଧାନଗୁଡ଼କ ବ୍ୟବହାର କରାଯାଇପାରିବ ।
“ବର୍ତମାନ ସମୟରେ ପରିବର୍ତିତ ବ୍ୟବସାୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମର ନୂତନ ସମାଧାନକୁ ଏଭଳି ଭାବରେ ଡିଜାଇନ କରାଯାଇଛି ଯାହା ଉତ୍ପାଦକତା ବୃଦ୍ଧି କରିବ, ସହଯୋଗ ବୃଦ୍ଧି କରିବା ସହିତ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକୁ ସେମାନଙ୍କ ଗ୍ରାହକଙ୍କ ସହିତ ଉପଯୁକ୍ତ ସତର୍କତା ସହିତ ସଂଯୁକ୍ତ ହୋଇପାରିବୋ” ବୋଲି ସାମସଙ୍ଗ ଇଣ୍ଡିଆର କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଏଂଟରପ୍ରାଇଜ ବିଜନେସର ଉପାଧ୍ୟକ୍ଷ ଶ୍ରୀ ପୁନିତ ସେଠ କହିଛନ୍ତି ।


Share It

Comments are closed.