ସାମ୍‌ସଙ୍ଗ ପକ୍ଷରୁ ଏହାର ଅତ୍ୟାଧୁନିକ ହୋମ୍‌, ଫେଷ୍ଟିଭ୍ ହୋମ୍ ଅଫର୍ ସହିତ ଆକର୍ଷଣୀୟ ଡ଼ିଲ, କ୍ୟାଶବ୍ୟାକ୍‌, ସହଜ ଇଏମଆଇ ସୁବିଧା


ଭୁବନେଶ୍ୱର: ଭାରତର ସର୍ବାଧିକ ବିଶ୍ୱସନୀୟ ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ବ୍ରାଣ୍ଡ, ସାମ୍‌ସଙ୍ଗ ପକ୍ଷରୁ  ଏହାର ପାର୍ବଣ ଋତୁ ଅଭିଯାନ ‘ହୋମ୍‌, ଫେଷ୍ଟଭି୍ ହୋମ୍‌’ର ଶୁଭାରମ୍ଭ କରାଯାଇଛି, ଯାହାକି  ଦେଶବ୍ୟାପୀ ଉପଭୋକ୍ତାମାନଙ୍କୁ ଏକ୍ସକ୍ଲୁସିଭ୍ ଡିଲ୍ ଓ ନିଶ୍ଚିତ ଉପହାର ପ୍ରଦାନ କରିବା ସହିତ ଚଳିତ ଋତୁରେ ପାର୍ବଣର ଉତ୍ସାହକୁ ବୃଦ୍ଧି କରୁଛି । ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ସମେତ ଆକର୍ଷଣୀୟ ଫାଇନାନ୍ସ ସ୍କିମ୍‌, ୯୯୦ ଟଙ୍କାରୁ ଆରମ୍ଭ ହେଉଥିବା ସର୍ବନିମ୍ନ ଇଏମ୍‌ଆଇ ଆଦି ସାମିଲ ଥିବା ଉତ୍ସାହଜନକ ଉତ୍ପାଦ ଅଫର୍‌ଗୁଡିକ ଆସନ୍ତା ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ବୈଧ ରହିବ ।

ଉପଭୋକ୍ତାମାନେ  ସାମ୍‌ସଙ୍ଗ କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍ ପ୍ରଡକ୍ଟ ଯେପରିକି ସାମ୍‌ସଙ୍ଗ କ୍ୟୁଏଲ୍‌ଇଡି ଓ କ୍ୟୁଏଲ୍‌ଇଡି ୮କେ ଟିଭି, ୟୁଏଚ୍‌ଡି ଟିଭି, ସ୍ମାର୍ଟ ଟିଭି, ସ୍ପେସ୍‌ମ୍ୟାକ୍ସ ଫ୍ୟାମିଲି ହବ୍ ରେଫ୍ରିଜରେଟର୍‌, କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍‌, ସାଇଡ୍‌-ବାଏ-ସାଇଡ୍ ଓ ଫ୍ରଷ୍ଟ୍ ଫ୍ରି ରେଫ୍ରିଜରେଟର୍‌, ଫ୍ଲେକ୍ସୱାଶ ୱାଶିଙ୍ଗ ମେସିନ୍‌ଏ ଆଡ୍‌ୱାଶ୍ ୱାଶିଙ୍ଗ୍ ମେସିନ୍‌, ୱାଶର ଡ୍ରାୟର୍ ମଡେଲ୍‌, ଫୁଲି ଅଟୋମାଟିକ୍ ଫ୍ରଂଟ୍ ଲୋଡ୍ ଓ ଫୁଲି ଅଟୋମାଟିକ୍ ଟପ୍ ଲୋଡ୍ ୱାଶିଙ୍ଗ୍ ମେସିନ୍‌ଏ ମାଇକ୍ରେୱେଭ୍ ଓଭନ୍ ଓ ୱାଇଣ୍ଡ-ଫ୍ରି ଏୟାର କଣ୍ଡିସ୍‌ନର ଆଦିର କ୍ରୟ ଉପରେ ନିଶ୍ଚିତ ଉପହାର ସହିତ  ସ୍ୱତନ୍ତ୍ର ଅଫର୍‌ଗୁଡିକୁ ହାସଲ କରିବାକୁ ସକ୍ଷମ ହୋଇପାରିବେ ।

ଏସମ୍ପର୍କରେ ସାମ୍‌ସଙ୍ଗ ଇଣ୍ଡିଆର ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ବିଜ୍‌ନେସ୍‌ର ବରିଷ୍ଠ ଉପାଧ୍ୟକ୍ଷ ରାଜୁ ପୁଲାନ କହିଛନ୍ତି,  “ଚଳିତ ପାର୍ବଣ ଋତୁରେ  ଉପଭୋକ୍ତାମାନେ ଅଧିକ ସତର୍କତା ଅବଲମ୍ବନ କରୁଥିବାରୁ ଉତ୍ସବଗୁଡିକ ପ୍ରାୟତ ଘରେ ପାଳିତ ହେବ ।  ତେଣୁ ସେମାନଙ୍କୁ ନିଜ ଘରକୁ ନିଜର ଫେଷ୍ଟିଭ୍ ହବ୍‌ରେ ପରିଣତ କରିବାରେ ସାହାଯ୍ୟ କରିବା ପାଇଁ ସାମ୍‌ସଙ୍ଗ ଏହାର  ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ ଉତ୍ପାଦ ରେଞ୍ଜ୍ ଉପରେ ଏହାର ‘ହୋମ୍‌, ଫେଷ୍ଟିଭ୍ ହୋମ୍‌’ ଅଫର୍ ଆଣିଛି ଯାହାକି ଉପଭୋକ୍ତାଙ୍କୁ ନିଜ ଘରକୁ ନୂଆ ରୂପ ଦେବା ଓ ଆଗାମୀ ପାର୍ବଣ ଋତୁ ପାଇଁ ପ୍ରସ୍ତୁତ ହେବାରେ ସାହାଯ୍ୟ କରିବ । ଆମେ ନିଶ୍ଚିତ ଯେ, ବିଭିନ୍ନ ମୂଲ୍ୟ ବର୍ଗରେ ଆମର ସ୍ୱତନ୍ତ୍ର ଅଫର୍‌ଗୁଡିକ ସେମାନଙ୍କର ଆଶାକୁ ପୂରଣ କରିପାରିବ, ସେମାନଙ୍କ ଜୀବନକୁ ସମୃଦ୍ଧି କରିବା ସହିତ ସେମାନଙ୍କୁ ପାର୍ବଣ ଋତୁ ପାଇଁ ନିଜ ଘରକୁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିପାରିବ ।”


Share It

Comments are closed.