ପିଆଜ ସହିତ ଜଡ଼ିତ ଏହି ରହସ୍ୟମୟ ରୋଗରେ ଆକ୍ରାନ୍ତ ହେଲେଣି ଶହ ଶହ ଲୋକ, ପିଆଜକୁ ନେଇ ସତର୍କ କରାଇଲେ ସରକାର


ଆମେରିକାରେ ସଂକ୍ରମଣାତ୍ମାକ ରୋଗ ବ୍ୟାପିବାରେ ଲାଗିଛି। ପ୍ରାୟ ୩୭ ରାଜ୍ୟରେ ଶହ ଶହ ଲୋକ ସଂକ୍ରମିତ ହୋଇଛନ୍ତି। ଏହାପରେ ପ୍ରଶାସନ ପଦକ୍ଷେପ ନେଇଛି। ଲାଲ, ହଳଦିଆ ଓ ଧଳା ପିଆଜ ନ ଖାଇବାକୁ ପ୍ରଶାସନ ଜନତାଙ୍କୁ ଚେତାବନୀ ଦେଇଛି। ଯଦି ଘରେ ଷ୍ଟକ ଅଛି ତାହେଲେ ତୁରାନର ଫୋପାଡ଼ି ଦେବାକୁ କହିଛି। ଏହି ସଂକ୍ରମଣ ରୋଗ ହେଲା ସାଲ୍ମୋନେଲା। ଏହାର ଲକ୍ଷଣଗୁଡିକ ହେଲା ଜ୍ୱର, ଝାଡା ଓ ପେଟରେ ଯନ୍ତ୍ରଣା। ଏହା ଖରାପ ଖାଦ୍ୟ ଖାଇବାର ୬ ଘଣ୍ଟାରୁ ୬ ଦିନ ପରେ ଆରମ୍ଭ ହୋଇଥାଏ।

ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର (CDC) କହିଛି ଯେ ସଂକ୍ରମଣର ଏକ ସୋର୍ସ ମେକ୍ସିକୋର ଚିହୁଆହୁଆରୁ ଆମଦାନୀ ହୋଇଥିବା ପିଆଜରୁ ମିଳିଛି। ଏହାକୁ ପ୍ରୋ-ସୋର୍ସ ଇଙ୍କ ଦ୍ୱାରା ବଣ୍ଟା ଯାଇଥିଲା।

ରିପୋର୍ଟ ଅନୁଯାୟୀ, ଏବେ ସୁଦ୍ଧା ଖରାପ ପିଆଜ ଖାଇ ବିଭିନ୍ନ ରାଜ୍ୟରେ ୬୫୨ ଲୋଗ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୨୯ ଜଣ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ତେବେ ଏଯାଏଁ କାହାର ମୃତ୍ୟୁ ସୂଚନା ନାହିଁ। ସିଡିସି କହିଛି ଯେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ପ୍ରାପ୍ତ ସଂଖ୍ୟାଠୁ ଅଧିକ ହେବାର ସମ୍ଭାବନା ଅଛି। ସଂକ୍ରମଣ ମାମଲା ମେ’ ୩୧ ରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ରେକର୍ଡ କରାଯାଇଛି।

ସିଡିସି ଏକ ବୟାନରେ କହିଛି ଯେ,ଆକ୍ରାନ୍ତ ଲୋକଙ୍କ ମଧ୍ୟରୁ ପ୍ରାୟ ୭୫% ସମ୍ଭବତଃ କଞ୍ଚା ପିଆଜ କିମ୍ବା ସେଥିରେ ପ୍ରସ୍ତୁତ କିଛି ବ୍ୟଞ୍ଜନ ଖାଇଥିବେ। କିଛି ଆକ୍ରାନ୍ତ ଲୋକେ ଗୋଟିଏ ହିଁ ରେଷ୍ଟୋରାଣ୍ଟରେ ଖାଇଥିବା କଥା କହିଥିଲେ।

ସିଡ଼ିଡ଼ି ଲୋକଙ୍କୁ ଚିହୁଆହୁଆରୁ ଆମଦାନୀ ହେଉଥିବା ପିଆଜ ନ କିଣିବାକୁ ଏବଂ ଷ୍ଟକ ରଖିଥିବା ପିଆଜ ଫୋପାଡ଼ି ଦେବାକୁ ପରାମର୍ଶ ଦେଇଛି। ଷ୍ଟିକରିଙ୍ଗ କିମ୍ବା ପ୍ୟାକେଜିଙ୍ଗ ହୋଇନଥିବା ପିଆଜ ନ କିଣିବାକୁ ଲୋକଙ୍କୁ ପରାମର୍ଶ ଦେଇଛି।


Share It

Comments are closed.