ଶିବସେନାରେ ଯୋଗଦେଲେ ସଲମାନଙ୍କ ବଡିଗାର୍ଡ ‘ସେରା’


ବଲିଉଡ ଷ୍ଟାର ସଲମାନଙ୍କ ରକ୍ଷକ ତଥା ତାଙ୍କ ଘନିଷ୍ଠ ସହଯୋଗୀ ଶେରା ଶିବସେନାରେ ଯୋଗ ଦେଇଛନ୍ତି । ଶିବସେନା ଅଧ୍ୟକ୍ଷ ଉଧବ ଠାକରେଙ୍କ ଉପସ୍ଥିତିରେ ଶେରା ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଆଉ ତିନୋଟି ଦିନ ବାକି ରହିଥିବାବେଳେ ସେ ଏହି ଅବସରରେ ଶିବସେନାରେ ଯୋଗ ଦେଇଛନ୍ତି ।ଶିବସେନା ପକ୍ଷରୁ ନିଜ ଅଫିସିଆଲ ଟ୍ୱିଟରେ ଏ ସଂପର୍କରେ ସୂଚନା ଦିଆଯାଇଥିବାବେଳେ ଶେରା ଗତ ଶୁକ୍ରବାର ଦିନ ମାତୋଶ୍ରୀରେ ପହଞ୍ଚି ଶିବସେନା ପ୍ରମୁଖ ଉଧବ ଠାକରେ ଏବଂ ଯୁବ ସେନା ପ୍ରମୁଖ ଆଦିତ୍ୟ ଠାକରେଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି ।

ଶେରାଙ୍କ ପ୍ରକୃତ ନାମ ଗୁରମିତ ସିଂହ ଅଟେ । ମହାରାଷ୍ଟ୍ରରେ ଆସନ୍ତା ୨୧ରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ୨୪ ଅକ୍ଟୋବରରେ ଏହାର ଫଳାଫଳ ବାହାରିବ । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ଏବଂ କଂଗ୍ରେସ-ଏନସିପି ମେଣ୍ଟ ମଧ୍ୟରେ ବିଗ ଫାଇଟ ହେବାର ବହୁତ ସମ୍ଭାବନ ରହିଛି ।


Share It

Comments are closed.