ସଂକଟାପନ୍ନ ଅବସ୍ଥାରେ ଭେଣ୍ଟିଲେଟରରେ ଅଛନ୍ତି ଲେଖକ ସଲମାନ ରୁସଦି


ଗତକାଲି ନିୟୁର୍କରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିାବ ସମୟରେ ସଲମାନ ରୁସଦି ଉପରେ ଜଣେ ଯୁବକ ଛୁରା ମାଡ କରିଥିଲା । ରୁସଦିଙ୍କ ଗଳାରେ ୧୦ରୁ ୧୫ ଥର ଛୁରାମାଡ ହୋଇଥିବା ବେଳେ ତାଙ୍କୁ ହେଲିକାପ୍ଟର ସାହାଯ୍ୟରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ସଙ୍କଟାପନ୍ନ ଥିବା ବେଳେ ସେ ଭେଣ୍ଟିଲେଟରରେ ଅଛନ୍ତି । ତାଙ୍କର ଗୋଟିଏ ଆଖି ମଧ୍ୟ ନଷ୍ଟ ହେବାର ଆଶଙ୍କା କରାଯାଉଛି । ୧୯୪୭ରେ ଜୁନ ମାସରେ ବମ୍ବେ ଭାରତରେ ଜନ୍ମ ହୋଇଥିବା ସଲମାନ ବ୍ରିଟିଶର ନାଗରିକ ଭାବେ ୨୦ ବର୍ଷ ଧରି କାର୍ଯ୍ୟ କରିଛନ୍ତି ।
ଋୁସଦିଙ୍କୁ ଦି ସାଟାନିକ ଭର୍ସେସ ପୁସ୍ତକ ପ୍ରକାଶ ପାଇବା ପରେ ହତ୍ୟା ଧମକ ଆସୁଥିଲା । ୧୯୮୦ ଦଶକରେ ସାଟାନିକ ଭର୍ସେସ ପୁସ୍ତକ ପ୍ରକାଶିତ ହେବା ପରେ ବିଶ୍ୱରେ ବିଭିନ୍ନ ମହଲରେ ଏହାକୁ ବିରୋଧ କରାଯାଉଥିଲା । ତାଙ୍କର ମୃତ୍ୟୁ ପାଇଁ ଇରାନ ସରକାର ପୂର୍ବରୁ ୬ଲକ୍ଷ ପାଉଣ୍ଡ ପୁରସ୍କାର ରାଶିର ଘୋଷଣା କରିଥଲେ ।


Share It

Comments are closed.