କାହିଁକି ସଲମାନ ରହୁଛନ୍ତି ଏତେ ବ୍ୟତିବ୍ୟସ୍ତ, ଜାଣନ୍ତୁ


ସାରା ବଲିଉଡରେ ସଲମାନ ଖାନ ଆକ୍ସନ ହିରୋ ରୂପରେ ଖୁବ ଲୋକପ୍ରିୟ ଥିବାବେଳେ ତାଙ୍କ ଅଭିନୟ ଦର୍ଶନମାନଙ୍କ ପାଖରେ ବହୁଳ ମାତ୍ରାରେ ଆଦୃତ ମଧ୍ୟ ହୋଇ ପାରିଛି । ୫୩ ବର୍ଷିୟ ଏହି ଅଭିନେତାଙ୍କୁ ଆକ୍ସନ ସିନ କରିବା ସମୟରେ କେତେ ବାଧାବିଘ୍ନର ସମ୍ମୁଖୀନ ହୋଇଥାନ୍ତି ଏକ ସାକ୍ଷାତକାର ସମୟରେ ସେ ଏହାର ଖୁଲାସା କରିଛନ୍ତି ।
ସଲମାନ ଫିଲ୍ମଫେୟାର ସମୟରେ ସାମ୍ବାଦିକ ମାନଙ୍କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, “ଏମିତିରେ ସବୁବେଳେ ତ ମୁଁ ଆକ୍ସନ ସିନ କରି ଆସୁଛି ଏଥିପାଇଁ ମୋ ଶରୀର ପାଇଁ ଏହା ଅଭ୍ୟାସଗତ ହୋଇଗଲାଣି କିନ୍ତୁ କିଛି ନିର୍ଦ୍ଦିଷ୍ଟ ସମୟ ପରେ ଏହି ଆକ୍ସନ ସିନ କରିବା ଖୁବ କଷ୍ଟକର ହୋଇପଡେ କାରଣ ଏହାକୁ କମରୁ କମ ୫-୬ଥର ରିହେଲସେଲ କରିବାକୁ ପଡିଥାଏ । ପ୍ରତ୍ୟେକ ସିନ କରିବା ପାଇଁ ଏତେ ଏନର୍ଜି ଆବଶ୍ୟକତା ପଡିଥାଏ ଯେ, ସିନ କରୁ କରୁ ଦୁର୍ବଳ ମଧ୍ୟ ଲାଗେ । ଯେଉଁ ପର୍ଯ୍ୟନ୍ତ ଆଘାତ ନଲାଗିଛି ସେହି ପର୍ଯ୍ୟନ୍ତ ଏହି କାର୍ଯ୍ୟ କରିବାକୁ ପଡିଥାଏ ।”


“ବଢୁଥିବା ବୟସ ପାଇଁ ତୁମକୁ ଡର ଲାଗେ ନାହିଁ କି ? ସାମ୍ବାଦିକମାନଙ୍କ ଦ୍ୱାରା ସଲମାନଙ୍କୁ ପଚାରଯାଇଥିବା ଏହି ପ୍ରଶ୍ନର ଉତ୍ତର ରଖି ସେ କରିଥିଲେ ଯେ, “ବଢୁଥିବା ବୟସ କାହାକୁ ବି ଡରାଇଦେଇ ପାରେ । ଆପଣଙ୍କୁ ଆହୁରୀ ବେଶି କଷ୍ଟ କାର୍ଯ୍ୟ କରିବାକୁ ପଡିଥାଏ । ଆପଣଙ୍କୁ ସବୁବେଳେ ନିଜର ବେଷ୍ଟ ଦେବାକୁ ପଡିଥାଏ । ମୁଁ ପୂର୍ବଭଳି ଅନୁଶାସନହୀନ ରହିପାରିବି ନାହିଁ । ”
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ମୁଁ ବର୍ତ୍ତମାନ ରାତିରେ ୨ରୁ୩ ଘଣ୍ଟା ଶୋଇ ପାରୁଛନ୍ତି । ବେଳେ ବେଳେ ପେଣ୍ଟିଙ୍ଗ ମଧ୍ୟ କରୁଛି ଓ ଟିଭି ମଧ୍ୟ ଦେଖେ ।”

View this post on Instagram

Mom is saying band karo yeh naach ganna..

A post shared by Salman Khan (@beingsalmankhan) on


Share It

Comments are closed.