ଗଣେଶ ବିସର୍ଜନରେ ମନଖୋଲି ଡ୍ୟାନ୍ସ କଲେ ସଲମାନ, ଭିଡିଓ ଭାଇରାଲ


ମୁମ୍ବାଇରେ ବଲିଉଡ ହସ୍ତି ଗଣେଶ ଚତୁର୍ଥିକୁ ଖୁବ ଧୁମ ଧାମରେ ପାଳନ କରୁଥିବାବେଳେ ସଲମାନଙ୍କ ଭଉଣୀ ଅର୍ପିତାଙ୍କ ଘରେ ମଧ୍ୟ ଚଳିତ ଗଣେଶ ପୂଜା ଖୁବ ଆଡମ୍ବରରେ ପାଳନ କରାଯାଇଥିଲେ । ଅର୍ପିତାଙ୍କ ଘରେ ମଙ୍ଗଳବାର ଦିନ ଗଣେଷ ବିସର୍ଜନ ଉତ୍ସବ ପାଳନ ହୋଇଯାଇଥିବାବେଳେ ସେଥିରେ ଦବଙ୍ଗ ଖାନ ତଥା ଅର୍ପିତାଙ୍କ ଭାଇ ସଲମାନଙ୍କୁ କିଛି ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଥିଲା । ସଲମାନଙ୍କ ଏହି ଅନ୍ଦାଜକୁ ସମସ୍ତ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଯିବା ସହ ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ମଧ୍ୟ ଲାଗିଛି । ସଲମାନ, ଗଣେଶ ବସର୍ଜନ ଉତ୍ସବରେ ଏହି ଡ୍ୟାନ୍ସ କଲେ, ଯାହାକୁ ଆପଣମାନେ ଆଗରୁ କେବେବି ଦେଖିନଥିବେ ।


ଏହା ସହ ନିଜ ଭାଣିଜୀଙ୍କ ସହ ଗଣେଶଙ୍କୁ ଆରତୀ କରୁଥିବାର ଆଉ ଏକ ଦୃଶ୍ୟ ମଧ୍ୟ ସଲମାନଙ୍କର ଦେଖିବାକୁ ମିଳିଥିଲା ।


Share It

Comments are closed.