ଫୋବର୍ସ ତାଲିକାରେ ସ୍ଥାନ ପାଇଲା ଅକ୍ଷୟ ଏବଂ ସଲମାନଙ୍କ ନାମ


ବଲିଉଡ ଅଭିନେତା ସଲମାନ ଖାନ ଏବଂ ଅକ୍ଷୟ କୁମାରଙ୍କ ନାମ ଫୋବର୍ସ ତାଲିକାରେ ସବୁଠାରୁ ଅଧିକ ଆୟ କରୁଥିବା ୧୦୦ ଜଣ ହସ୍ତିଙ୍କ ମଧ୍ୟରେ ରହିଛି । ଏହି ତାଲିକାରେ ଅକ୍ଷୟ ୭୬ ନମ୍ବର ରହିଥିବାବେଳେ ସଲମାନ ୮୨ ନମ୍ବର ସ୍ଥାନରେ ରହିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଏହି ସୂଚୀରେ ଅମିର ଖାନ ଏବଂ ବଲିଉଡର କିଙ୍ଗ ଖାନ ଶାହାରୁଖ ଖାନଙ୍କ ନାମ ରହିନଥିବା ବେଳେ ସଲମାନ ଏବଂ ଶାହାରୁଖ ଏହି ତାଲିକାରେ ନାମ ଯୋଡିବାରେ ସଫଳ ହୋଇଛନ୍ତି । ଏହି ତାଲିକାରେ ଆମେରିକୀୟ ବକ୍ସର ଫ୍ଲଏଡ ମେ ୱେଦର ସର୍ବ ଶ୍ରେଷ୍ଟ ସ୍ଥାନ ହାସଲ କରିଛନ୍ତି ।

ଫୋବର୍ସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବଲିଉଡର ୫୦ ବର୍ଷିୟ ଅଭିନେତା ଅକ୍ଷୟ ଏହି ବର୍ଷ ୪.୦୫ କୋଟି ଡଲାର (ପ୍ରାୟ ୩୦୭ କୋଟି ) ଆୟ କରିଛନ୍ତି । ଅକ୍ଷୟ ଏହି ବର୍ଷ ‘ଟଏଲେଟ’ ଏବଂ ‘ପ୍ୟାଡ ମ୍ୟାନ ’ଭଳି ଅନେକ ଗୁଡିଏ ହିଟ ଫିଲ୍ନ ଦେଇଥିବାବେଳେ ବହୁତ ଗୁଡାଏ ବ୍ରାଣ୍ଡର ପ୍ରଚାର କରି ଅକ୍ଷୟ ଏହି ମୋଟ ରକମର ଆୟ ହାସଲ କରିଛନ୍ତି । ଏହା ଛଡା ସଲମାନ ଏହି ବର୍ଷ ୩.୭୭ କୋଟି ଡଲାର ଅର୍ଥାତ ୨୫୭ କୋଟି ଟଙ୍କା ଆୟ କରିଥିବାରୁ ହେତୁ ଉଭୟଙ୍କ ନାମ ଫୋବର୍ସର ୨୦୧୮ ବର୍ଷର ସବୁଠାରୁ ଅଧିକ ଆୟ କରୁଥିବା ହସ୍ତିମାନଙ୍କ ତାଲିକାରେ ରହିଛି । ଏହା ବ୍ୟତୀତ ଏହି ତାଲିକାରେ ଅଭିନେତା ଜର୍ଜ କ୍ଲୋନି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଟିଭି ଅଭିନେତା ତଥା ମହିଳା ଉଦ୍ୟାଗୋପତି କେଲି ଜେନର ତୃତୀୟ ସ୍ଥାନରେ ରହିଛନ୍ତି ।
ତାହା ସହ ଫୁଟବଲ ଖେଲାଳୀ କ୍ରଷ୍ଟିଆନ ରୋନାଲ୍ଡୋ (୧୦), ପପ ଷ୍ଟାର କେଟି ପେରି (୧୯) ଏବଂ ଟେନିସ ଖେଳାଳୀ ରୋଜର ଫେଡରର (୨୩) ସ୍ଥାନରେ ରହିଛନ୍ତି ।


Share It

Comments are closed.