ଆରପାରିରେ ହାସ୍ୟ ଅଭିନେତା ‘ସଲିଲ ମିତ୍ର’


ଗତ କାଲି ବିଳମ୍ବିତ ରାତିରେ ହାସ୍ୟ ଅଭିନେତା ‘ସଲିଲ ମିତ୍ର’ଙ୍କ ପରଲୋକ ଘଟିଛି । ଦୁଃଖୀ ମଣିଷକୁ ହସେଇ ହସେଇ ବେଦମ କରୁଥିବା ବିଶିଷ୍ଟ ହାସ୍ୟ ଅଭିନେତା ‘ସଲିଲ ମିତ୍ର’ ସମସ୍ତଙ୍କୁ ଦୁଃଖ ସାଗରରେ ଭସେଇ ଦେଇ ଚାଲିଯାଇଛନ୍ତି ଆରପାରିକୁ ।
ଗତ ୧୨ ତାରିଖରେ ‘ସଲିଲ’ କେନ୍ଦୁଝରରୁ ସୁଟିଙ୍ଗ ସାରି ଫେରୁଥିବାବେଳେ ଘଟଗାଁ କଲେଜ ନିକଟତରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇଥିବାବେଳେ ଡାକ୍ତର ତାଙ୍କୁ ତୁରନ୍ତ ବଡ ମେଡିକାଲ ଫଟାଇ ଦେଇଥିଲା । ପରେ ସେଠାରୁ ତାଙ୍କୁ କିମସକୁ ସ୍ଥାନାନ୍ତର କରାଯାଇଥିଲା ।
ମିଳିଥିବା ସୂଚନା ମୁତାବକ ଗତ କାଲି ତାଙ୍କ ସ୍ୱାସ୍ଥ୍ୟ ବିଗିଡ ଯାଇଥିଲା, ଯାହା ଫଳରେ ତାଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ ଅନେକ ବାଧା ଉପୁଜୁଥିଲା । ଗତ କାଲି ବିଳମ୍ବିତ ରାତି ୧୨.୧୫ ମିନିଟରେ ତାଙ୍କର ନିଧିନ ଘଟିଛି । ସଲିଲ ତାଙ୍କ ଅଭିନୟର ଯାଦୁ ବଳରେ ଅନେକ ହିଟ ଫିଲ୍ମ ଓଡିଆ ଫିଲ୍ମ ଜଗତକୁ ଭେଟି ଦେଇଛନ୍ତି । ତାଙ୍କର ମୃତ୍ୟୁ ପରେ ବର୍ତ୍ତମାନ ଫିଲ୍ମ ଜଗତରରେ ଶୋକର ଛାୟା ଖେଳିଯାଇଛି ।


Share It

Comments are closed.