ସୈଫ୍‌ଙ୍କ ପୁଅ ‘ଇବ୍ରାହିମ୍‌’ କରିବେ ବଲିଉଡ୍‌ ଡେବ୍ୟୁ


ବଲିଉଡ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର। ସେ ସବୁବେଳେ ଇଣ୍ଡଷ୍ଟ୍ରିରେ ଷ୍ଟାର କିଡ୍‌ମାନଙ୍କୁ ନେଇ ଫିଲ୍ମ ଲଞ୍ଚ କରୁଛନ୍ତି। ବର୍ତ୍ତମାନ ଖବର ଆସିଛି ଯେ କରଣ ସୈଫ ଅଲି ଖାନଙ୍କ ବଡ ପୁଅ ଇବ୍ରାହିମ ଅଲି ଖାନଙ୍କ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। କରଣଙ୍କ ବ୍ୟାନର ଧର୍ମା ପ୍ରଡକ୍ସନ୍ସରେ ନିର୍ମିତ ଏକ ଫିଲ୍ମ ସହିତ ଇବ୍ରାହିମ ବଲିଉଡରେ ଲଞ୍ଚ କରିବେ।

ଜୁମ୍‌ ଟିଭିର ରିପୋର୍ଟରେ ଦର୍ଶାଯାଇଛି କି ବଲିଉଡ ଅଭିନେତା ବୋମାନ ଇରାନୀଙ୍କ ପୁଅ କାୟୋଜ ଇରାନୀ ନିର୍ଦ୍ଦେଶନା ଦେବେ। ଏହି ଚଳଚ୍ଚିତ୍ର ୨୦୨୩ରେ ପରଦାକୁ ଆସିବ। କୁହା୍ାଉଛି କି ଏହା ବିଗ୍‌ ବଜେଟ ଫିଲ୍ମ ହେବ । ବର୍ତ୍ତମାନ ଇବ୍ରାହିମ କରଣଙ୍କୁ ତାଙ୍କର ଆଗାମୀ ଚଳଚ୍ଚିତ୍ର ରକି ଅର ରାନୀ କି ପ୍ରେମ କାହାନୀରେ ସାହାଯ୍ୟ କରୁଛନ୍ତି। ଏଠାରୁ ହିଁ ତାଙ୍କ ବଲିଉଡରେ ପ୍ରବେଶ ବିଷୟରେ କଳ୍ପନାଜଳ୍ପନା କରାଯାଇଥିଲା। ଇବ୍ରାହିମଙ୍କ ଭଉଣୀ ସାରା ଅଲି ଖାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ୍‌ ଆକ୍ଟିଭ୍‌। ସେ ଯୁବ ପିଢିରେ ଜଣେ ସଫଳ ଅଭିନେତ୍ରୀ ମଧ୍ୟ ଅଟନ୍ତି ।

ଏହା ବ୍ୟତୀତ କରଣ ଜୋହର ମଧ୍ୟ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଲଞ୍ଚ କରିବାକୁ ପ୍ରସ୍ତାବ ଦେଇଥିଲେ। ଆର୍ଯ୍ୟନ୍ ଖାନ୍ ଏବଂ କରଣଙ୍କ ମଧ୍ୟରେ ଏକ ଗମ୍ଭୀର କଥାବାର୍ତ୍ତା ମଧ୍ୟ ହୋଇଥିଲା। କିନ୍ତୁ ଆର୍ଯ୍ୟନ୍ ତୁରନ୍ତ ଏହାକୁ ମନା କରିଦେଇଥିଲେ। ଏହା ଥରେ ନୁହେଁ ପ୍ରତ୍ୟେକ ଥର କରଣଙ୍କ ଅଫରକୁ ଆର୍ଯ୍ୟନ ମନା କରି ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ଫିଲ୍ମରେ ଅଭିନୟ କରିବାକୁ ଚାହୁଁ ନାହିଁ। ମୁଁ ଆଦୌ ଅଭିନୟ କରିବାକୁ ଆଗ୍ରହୀ ନୁହେଁ ।


Share It

Comments are closed.