ସାଇ ଲାଇଫ୍ ସାଇନ୍‌ସେସ୍ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫରିଂ ୨୦୨୪ ଡିସେମ୍ବର ୧୧ରେ ଖୋଲିବ

Share It

ଭୁବନେଶ୍ୱର: ସାଇ ଲାଇଫସାଇନ୍‌ସେସ୍ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ୨୦୨୪ ଡିସେମ୍ବର ୧୧ ବୁଧବାର ଦିନ ଖୋଲିବ ଓ ଡିସେମ୍ବର ୧୩ ଶୁକ୍ରବାରରେ ବନ୍ଦ ହେବ। ଆଙ୍କର ନିବେଶକମାନେ ବିଡ୍ ଦାରିଖର ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ଅର୍ଥାତ ଡିସେମ୍ବର ୧୦ରେ ବିଡ୍ ଦାଖଲ କରିପାରିବେ।
ଏହି ଅଫରରେ କମ୍ପାନି ପକ୍ଷରୁ ୯୫୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର୍ ସେଲ୍‌ରେ ଅଂଶଧନକାରୀମାନେ ୩୮,୧୧୬,୯୩୪ ଇକ୍ୱିଟି ସେୟାର ବିକ୍ରି କରିବେ। ଏହି ଅଫରରେ ଇକ୍ୱିଟି ସେୟାରର ମୂଲ୍ୟ ସେୟାର ପିଛା ୫୨୨ ଟଙ୍କାରୁ ୫୪୯ ଟଙ୍କା ମଧ୍ୟରେ ରହିବ। ନିବେଶକମାନେ ସର୍ବନିମ୍ନ ୨୭ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ସେଥିରେ ୨୭ଟି ଲେଖାଏଁ ସେୟାର ଯୋଡ଼ିପାରିବେ।
ଏଥିରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ସେଥିରୁ ୭୨୦ କୋଟି ଟଙ୍କାକୁ କମ୍ପାନିର ଋଣକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ପରିଶୋଧ କରିବାରେ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ।
ଅଫର ଫର୍ ସେଲ୍‌ରେ ସାଇ କ୍ୱେଷ୍ଟ ସିଙ୍କ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ୬,୪୫୪,୭୮୦ ଇକ୍ୱିଟି ସେୟାର, ଟିପିଜି ଏସିଆ ଷଷ୍ଠ ଏସଏଫ୍ ପିଟିଇ ଲିମିଟେଡ୍ ୨୩,୧୫୯,୩୬୮ ଇକ୍ୱ୍‌ିଟି ସେୟାର, ଏଚବିଏମ ପ୍ରାଇଭେଟ ଇକ୍ୱିଟି ଇଣ୍ଡିଆ ୬,୨୧୦,୧୮୬ ଇକ୍ୱିଟି ସେୟାର, ଭାରତୀ ଶ୍ରୀବରି ୬୫୦,୦୦୦ ଇକ୍ୱିଟି ସେୟାର, ଅନିତା ରୁଦ୍ରରାଜୁ ନନ୍ଦ୍ୟାଲା ୫,୦୦,୦୦୦ ଇକ୍ୱିଟି ସେୟାର, ରାଜୁ ପେନମାସ୍ତା ୫,୦୦,୦୦୦ ଇକ୍ୱିଟି ସେୟାର, ଡକ୍ଟର ଡିର୍କ ୱାଲଟର ସାର୍ଟୋର ୨,୫୦,୦୦୦ ଇକ୍ୱିଟି ସେୟାର, ଜଗଦ୍ଦୀଶ ବିଶ୍ୱନାଥ ଡୋରେ ୨୪୫,୧୦୦ ଇକ୍ୱିଟି ସେୟାର, ରାଜ ଗୋପାଳ ଶ୍ରୀରାମ ତାଟ୍ଟା ୬୨୫୦୦ ଇକ୍ୱିଟି ସେୟାର, କେ ପାଣ୍ଡୁ ରଙ୍ଗା ରାଜୁ ୮୦,୦୦୦ ଇକ୍ୱିଟି ସେୟାର ଓ ଭେଙ୍କଟ ନରସିଂହ ଶାସ୍ତ୍ରୀ ରେଣ୍ଡୁଚିନ୍ତାଲା ୫୦୦୦ ଇକ୍ୱିଟି ସେୟାର ବିକ୍ରି କରିବେ।
କମ୍ପାନିର ଇକ୍ୱିଟି ସେୟାରକୁ ବିଏସ୍‌ଇ ଲିମିଟେଡ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍ ଲିମିଟେଡ୍‌ରେ ତାଲିକାଭୁକ୍ତ କରିବା ଲାଗି ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି)ରେ ପ୍ରସ୍ତାବ ଦିଆଯାଇଛି।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ନେଟ୍ ଅଫରର ୭୫ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କ ଆବଂଟନ ଲାଗି ରଖାଯିବ। ସେଥିରୁ ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ଆଙ୍କର ନିବେଶକମାନଙ୍କୁ ଆବଂଟନ କରାଯିବ ଯାହାର ଏକ ତୃତୀୟାଂଶ ଇକ୍ୱିଟି ସେୟାର ଦେଶର ମ୍ୟୁଚୁଆଲ ଫଣ୍ଡ୍‌ମାନଙ୍କ ଲାଗି ସଂରକ୍ଷିତ ରଖାଯିବ। ସେହିପରି କ୍ୟୁଆଇବିଙ୍କ ଲାଗି ରହିଥିବା ଇକ୍ୱିଟି ସେୟାରର ୫ ପ୍ରତିଶତକୁ କେବଳ ମ୍ୟୁଚୁଆଲ ଫଣ୍ଡମାନଙ୍କ ଲାଗି ରଖାଯିବ। ନେଟ ଅଫରର ୧୫ ପ୍ରତିଶତ ଇକ୍ୱିଟି ସେୟାରକୁ ଅଣ ସଂସ୍ଥାଗତ ବିଡର୍‌ମାନଙ୍କ ଲାଗି ରଖାଯିବ। ବ୍ୟକ୍ତିଗତ ଖୁଚୁରା ନିବେଶକମାନଙ୍କ ଲାଗି ନିଟ୍ ଅଫରର ୧୦ ପ୍ରତିଶତ ଇକ୍ୱିଟି ସେୟାର ରଖାଯିବ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି କୋଟକ୍ ମହିନ୍ଦ୍ରା କ୍ୟାପିଟାଲ୍ କମ୍ପାନି ଲିମିଟେଡ୍‌,ଆଇଆଇଏଫ୍‌ଏଲ୍ କ୍ୟାପିଟାଲ୍ ସର୍ଭିସେସ୍ ଲିମିଟେଡ୍‌, ଜେଫେରିଜ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଓ ମୋର୍ଗାନ ଷ୍ଟାନଲି ଇଣ୍ଡିଆ କମ୍ପାନି ପ୍ରାଇଟ୍ଟ୍ ଲିମିଟେଡ୍‌।


Share It

Comments are closed.