ଆଜି ଜନ୍ମମାଟିକୁ ଫେରୁଛନ୍ତି ସହିଦ


କାଶ୍ମୀରର ପୁଲୱାମାରେ ଘଟିଥିବା ଆତ୍ମଘାତି ଆତଙ୍କବାଦୀ ବିସ୍ପୋରଣରେ ଭାରତର ୪୪ଜଣ ସିଆରଫିଏଫ ଯବାନ ସହିଦ ହୋଇଥିବାବେଳେ ସାରା ବିଶ୍ୱ ବର୍ତ୍ତମାନ ଏହି ହୃଦୟବିଦାରକ ଘଟଣାକୁ ନେଇ ସ୍ତବ୍ଧ ହୋଇଯାଇଛି । ଦେଶ ପାଇଁ ଜୀବନ ଦେଇଥିବା ଏହି ମହାନ ପୁରୁଷଙ୍କର ପାର୍ଥିବ ଶରୀର ଆଜି ଶ୍ରୀନଗରରୁ ଦିଲ୍ଲୀରେ ଆସି ପହଞ୍ଚିଛି । ଗତ କାଲି ବାୟୁ ସେନାର ଏକ ସ୍ୱତନ୍ତ୍ର ବିମାନ ଜରୀଆରେ ସହିଦ ହୋଇଥିବା ସମସ୍ତ ଯବାନଙ୍କର ପାର୍ଥିବ ଶରୀର ଆଜି ଦିଲ୍ଲୀରେ ଆସି ପହଞ୍ଚିଛି ।
ଅନ୍ୟ ପଟେ ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ରହିଛନ୍ତି ୨ ଓଡିଶା ପୁଅ ପ୍ରସନ୍ନକୁମାର ସାହୁ ଏବଂ ମନୋଜ ବେହେରା । ସେମାନଙ୍କ ମଧ୍ୟରୁ ପ୍ରସନ୍ନକୁମାର ସାହୁ (୪୬) ଜଗତସିଂହପୁର ଜିଲ୍ଲା ନାଉଗାଁ ଜିଲ୍ଲାର ଥିବାବେଳେ ଅନ୍ୟଜଣ ହେଲେ କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ରତନପୁର ଗ୍ରାମର ମନୋଜ ବେହେରା (୩୩) ।
ତେବେ ମିଳିଥିବା ସୂଚନା ମୁତାବକ ଉଭୟଙ୍କର ପାର୍ଥିବ ଶରୀର ଆଜି ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅପରାହ୍ନ ୧ ବେଳେ ଆସିକି ପହଞ୍ଚିବ । ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଯୁବ ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ମଧ୍ୟ ଜ୍ଞାପନ କରାଯିବ ।
ପ୍ରକାଶ ଥାଉକି ଶହୀଦଙ୍କ ପାର୍ଥିବ ଆଜି ଦିଲ୍ଲୀରେ ଆସିକି ପହଞ୍ôଚବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଗୃହମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ମନ୍ତ୍ରୀ ନର୍ମଲା ସୀତାରମଣ ଏବଂ ଅନ୍ୟାନ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ସେଠାରେ ଉପସ୍ଥିତ ରହି ଶହିଦଙ୍କ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ ।


Share It

Comments are closed.