ସାହାରା ଇଣ୍ଡିଆ ପରିବାର ପକ୍ଷରୁ ଗତ ୭୫ ଦିନରେ ନିବେଶକଙ୍କ ୩୨୨୬ କୋଟି ଟଙ୍କା ପଇଠ


ଭୁବନେଶ୍ୱର: ସାହାରା ଇଣ୍ଡିଆ ପରିବାର ପକ୍ଷରୁ ଆଜି ମିଡିଆରେ ଜାରି କରାଯାଇଥିବା ଏକ ବିବୃତି ଅନୁସାରେ, ଗତ ଦୁଇରୁ ଅଢେଇ ମାସ ମଧ୍ୟରେ ଏହି ଗ୍ରୁପ୍ ପକ୍ଷରୁ ଏହାର ୧୦,୧୭,୧୯୪ ଜଣ ସଦସ୍ୟଙ୍କୁ ମୋଟ ୩୨୨୬.୦୩ କୋଟି ଟଙ୍କା ପଇଠ କରାଯାଇଛି । ଏହି ଅବଧିରେ ପଇଠ କରାଯାଇଥିବା ମୋଟ ରାଶି ମଧ୍ୟରୁ ୨.୧୮% ରାଶି ବିଳମ୍ବିତ ଦେୟ ଅଭିଯୋଗକାରୀଙ୍କୁ ପଇଠ କରାଯାଇଥିଲା । ସମୁଦାୟ ବିଳମ୍ବିତ-ଦେୟ ଅଭିଯୋଗକାରୀ ବା ଡିଲେଡ୍‌-ପେମେଂଟ୍‌ସ କମ୍ପେ୍ଲନାଂଟ୍ସ୍ ସଂଖ୍ୟା ମୋଟ ନିବେଶକଙ୍କର ୦.୦୭% ରହିଛି । ସାହାରା ନିକଟରେ ଦେଶବ୍ୟାପର ୮ କୋଟି ନିବେଶକ ରହିଛନ୍ତି । ସାହାରା ଗତ ୧୦ ବର୍ଷ ମଧ୍ୟରେ ଏହାର ୫,୭୬,୭୭,୩୩୯ ଜଣ ନିବେଶକଙ୍କୁ ମୋଟ ୧,୪୦,୧୫୭.୫୧ କୋଟି ଟଙ୍କା ପଇଠ କରିଛି । ଏହାମଧ୍ୟରୁ କେବଳ ୪୦% ମାମଲା ପୁନଃନିବେଶର ହୋଇଥିବା ବେଳେ ଅବବଶିଷ୍ଟଗୁଡିକୁ ନଗଦ ଅର୍ଥ ପଇଠ କରାଯାଇଛି । ଗ୍ରୁପ୍ ପକ୍ଷରୁ ପେମେଂଟ୍‌ରେ ବିଳମ୍ବ ହୋଇଥିବା ସ୍ୱୀକାର କରାଯାଇଛି , ଯାହାକି ମୁଖ୍ୟତଃ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗତ ୮ ବର୍ଷ ହେବ ଲାଗୁ କରାଯାଇଥିବା ପ୍ରତିବନ୍ଧକ ଯୋଗୁଁ ଘଟିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଯଦି କୌଣସି ଅର୍ଥ ଗ୍ରୁପ୍ (କୋ-ଅପରେଟିଭ୍‌ଗୁଡିକ ସମେତ)ର ସମ୍ପତିକୁ ବିକ୍ରି କରି କିମ୍ବା ବନ୍ଧକ ରଖି କିମ୍ବା ମିଳିତ ଉଦ୍ୟୋଗରୁ ହାସଲ କରାଯାଉଛି ତେବେ ତାହାକୁ ସାହାରା-ସେବି ଆକାଉଂଟ୍‌ରେ ଜମା କରିବାକୁ ପଡୁଛି । ସାହାରା ଅଧିକାରୀ କହିଛନ୍ତି, ସାଂଗଠନିକ କାର୍ଯ୍ୟ ପାଇଁ କିମ୍ବା ନିବେଶକଙ୍କୁ ରିପେମେଂଟ୍ ପାଇଁ ଆମେ ଗୋଟିଏ ଟଙ୍କା ମଧ୍ୟ ବ୍ୟବହାର କରିପାରିବୁ ନାହିଁ ।
ଅନ୍ୟପକ୍ଷରେ ସାହାରା ବର୍ତମାନ ସୁଦ୍ଧା ସାହାରା-ସେବି ଖାତାରେ ସୁଧ ସମେତ ପ୍ରାୟ ୨୨,୦୦୦ କୋଟି ଟଙ୍କା ଜମା କରିସାରିଛି । ଅନ୍ୟପକ୍ଷରେ ଦେଶବ୍ୟାପୀ ଗତ ୮ ବର୍ଷ ମଧ୍ୟରେ ସେବି ଦ୍ୱାରା ୧୫୪ଟି ଖବରକାଗଜରେ ୪ଟି ପର୍ଯ୍ୟାୟର ବିଜ୍ଞାପନ ଦେଇଥିବା ବେଳେ ନିବେଶକଙ୍କୁ ମାତ୍ର ୧୦୬.୧୦ କୋଟି ଟଙ୍କା ପରିଶୋଧ କରିଛି । ପ୍ରାୟ ଏକ ବର୍ଷ ତଳେ ପ୍ରକାଶିତ ଏହାର ଶେଷ ବିଜ୍ଞାପନରେ ସେବି ସ୍ପଷ୍ଟ କରିଥିଲା ଯେ, ଏହା ଅନ୍ୟ କୌଣସି ପ୍ରକାରର ଦାବିକୁ ଗ୍ରହଣ କରିବ ନାହିଁ । ଏହାର ଅର୍ଥ ହେଉଛି ସେବି ପାଇଁ ଆଉ କୌଣସି ଦାବିଦାର ଦାହାନ୍ତି । ସେବି ଅନ୍ୟ କୌଣସି ଦାବି ଗ୍ରହଣ ନକରିବାର ଏକମାତ୍ର କାରଣ ହେଉଛି ସାହାରା ଗ୍ରୁପ୍ ସମସ୍ତ ନିବେଶକଙ୍କ ଅର୍ଥ ପରିଶୋଧ କରିସାରିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଏହି ୨୨,୦୦୦ କୋଟି ଟଙ୍କା ଉପଯୁକ୍ତ ଯାଂଚ ପରେ ପୁଣିଥରେ ସାହାରା ନିକଟକୁ ଫେରିବ । ସେହିପରି ସାହାରାର ପ୍ରବକ୍ତା ସ୍ପଷ୍ଟ କରିଛନ୍ତି ଯେ, କିଛି ମିଡିଆ ରିପୋର୍ଟ ସାହାରା ଚିଟ୍ ଫଣ୍ଡ ବ୍ୟବସାୟରେ ଅଛି ବୋଲି ଧାରଣା ସୃଷ୍ଟି କରୁଛନ୍ତି , ଯାହାକି ସମ୍ପୂର୍ଣ୍ଣ ରୂପେ ମିଥ୍ୟା ଓ ଭ୍ରମାତ୍ମକ ସୂଚନା । ସାହାରା ଅତୀତରେ କିମ୍ବା ବର୍ତମାନ କୌଣସି ପ୍ରକାରର ଚିଟ୍ ଫଣ୍ଡ ବ୍ୟବସାୟରେ ନାହିଁ । ସାହାରା ଇଣ୍ଡିଆ ପରିବାରର ସୂଚନା ଅନୁଯାୟୀ, ଗ୍ରୁପ୍ ଏହାର ସମସ୍ତ ଜମାକାରୀଙ୍କୁ ଦେୟ ପ୍ରଦାନ କରିଛି । ଗତ ୪୨ ବର୍ଷ ହେବ ଏହା ନିଜର ସଦସ୍ୟମାନଙ୍କୁ ସେବା ପ୍ରଦାନ କରୁଛି ଏବଂ ଆଗକୁ ଏହା ଜାରି ରଖିବ । ସମସ୍ତ ଆଇନ୍‌ଗତ ପ୍ରକ୍ରିୟାର ଅନୁସରଣ କରାଯାଇ ସଦସ୍ୟମାନଙ୍କଠାରୁ ଅର୍ଥ ସଂଗ୍ରହ କରାଯାଇଥିଲା । ତେବେ ଆମେ ବିଳମ୍ବିତ ଅବଧି ପାଇଁ ସୁଧ ମଧ୍ୟ ପ୍ରଦାନ କରୁଛି । ଏସମ୍ପର୍କରେ ଆମର ନିବେଶକମାନଙ୍କୁ ଖବରକାଗଜ ବିଜ୍ଞାପନ ମାଧ୍ୟମରେ ଅବଗତ କରାଯାଇଛି ।


Share It

Comments are closed.