ନିଜ ଭୁଲର ପ୍ରାୟଶ୍ଚିତ କରିବାକୁ ଯାଇ ମଉୁନ ବ୍ରତ୍ତ ରଖିବା ପାଇଁ ନିଷ୍ପତ ନେଲେ ‘ପ୍ରଜ୍ଞା ଠାକୁର’


ଲୋକସଭା ନିର୍ବାଚନ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ବିଭିନ୍ନ ମହଲରୁ ସମାଲୋଚିତ ହୋଇଥିବା ବିଜେପି ପ୍ରାର୍ଥୀ ପ୍ରଜ୍ଞା ସିଂହ ଠାକୁର ବର୍ତ୍ତମାନ କ୍ଷମା ପ୍ରାର୍ଥନା କରିବାକୁ ଯାଇ ନିଜେ ମଉୁନ ବ୍ରତ୍ତ ରଖିବା ପାଇଁ ନିଷ୍ପତି ନେଇଛନ୍ତି । ପ୍ରକାଶ ଥାଉକି, ସେ ପୂର୍ବରୁ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କ ଦେଶଭକ୍ତ ବୋଲି କହି ବିବାଦ ଘେରକୁ ଚାଲି ଆସିଥିଲେ । ପ୍ରଜ୍ଞାଙ୍କର ଏହି ବିବାଦୀୟ ବୟାନ ପାଇଁ କେବଳ ସେ ବିବାଦ ଘେରକୁ ଆସିନଥିଲେ ତାଙ୍କ ସହ ତାଙ୍କୁ ପ୍ରାର୍ଥୀ କରାଯଇଥିବା ବିଜେପି ଦଳର ଭାବମୂର୍ତ୍ତୀ ମଧ୍ୟ କ୍ଷୁଣ ହୋଇଥିଲା ।

ତାଙ୍କର ଏହି ବୟାନ ପାଇଁ କେବଳ ବିରୋଧୀ ନୁହନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବିଜେପି ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ତାଙ୍କର ଏହି ମନ୍ତବ୍ୟ ତୀବ୍ର ନିନ୍ଦା କରିଥିଲେ ।
ପ୍ରଜ୍ଞା ଠାକୁର ନିଜେ କରିଥିବା ଏହି ଭୁଲ ପାଇଁ ବର୍ତ୍ତମାନ କ୍ଷମା ପ୍ରାର୍ଥନା କରିବାକୁ ଯାଇ ଉମନ ବ୍ରତ୍ତ ରଖିବେ ବୋଲି ନିଷ୍ପତି ନେଇଛନ୍ତି । ଏହା ଆମେ କହୁ ନାହୁଁ ଖୋଦ ପ୍ରଜ୍ଞା ଠାକୁରୀ ନିଜ ଚ୍ୱିଟରରେ ଏହି ସଂପର୍କରେ ସୂଚନା ଦେଇଛନ୍ତି ।


Share It

Comments are closed.