‘ରକ ମ୍ୟୁଜିକ’ରେ ସାଧୁଙ୍କ ଡ୍ୟାନ୍ସ ଦେଖି ଦିୱାନା ହେଲେ ଲୋକ, ଭିଡିଓ ଭାଇରାଲ


ସାଧୁ ମହାତ୍ମା ଗଣ ସବୁବେଳେ ବହୁତ ଗମ୍ଭୀର ଜଣାପଡନ୍ତି । ସେମାନେ କେବଳ ଭଜନରେ ହିଁ ନାଚନ୍ତି ବୋଲି ଅନେକ ଜାଣନ୍ତି । କିନ୍ତୁ ଏହା ସତ ନୁହେଁ କାରଣ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ କେତେକ ସାଧୁ ‘ରକ ମ୍ୟୁଜିକ’ରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଆହୁରୀ ମଧ୍ୟ, ଏହି ସାଧୁ ବାବାଙ୍କ ନୃତ୍ୟ ଏଭଳି ଥିଲା ଯାହାକୁ ଦେଖି ସମସ୍ତ ମୁଗ୍ଧ ହୋଇଯାଇଥିଲେ । ଏହି ଭିଡିଓଟି ଆଜମେରର ପୁଷ୍କର ବୋଲି ଜଣାପଡିଛି ।

ଏହି ଭିଡିଓଟି ସେୟାର କରି ଜଣେ ୟୁଜର୍ସ ଲେଖିଛନ୍ତି ଯେ, ସାଧୁ ମହାରାଜ ରକ୍ସ !! ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଆହୁରୀ ମଧ୍ୟ, ସାଧୁ ମହାତ୍ମାଙ୍କ ନାଚକୁ ଲୋକମାନେ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି ।


Share It

Comments are closed.