କବର ଭିତରୁ ସଦ୍ଦାମ ହୁସେନଙ୍କ ମୃତ ଦେହ ଗାଏବ


ଇରାକର ଏକଛତ୍ରବାଦୀ ସ୍ୱେଚ୍ଛଚାରୀ ଶାସକ ସଦ୍ଦାମ ହୁସେନଙ୍କ ମୃତଦେହ ତାଙ୍କ କବରରୁ ଗାଏବ ହୋଇଯାଇଛି । କବର ଭିତରେ ସଦାମଙ୍କ ଶବ ନଥିବା ଘଟଣା ଜଣାପଡିବା ପରେ ସାମାଜିକ ଗଣମାଧ୍ୟମରେ ଏହା ଚର୍ଚ୍ଚାର ବିଷୟ ପାଲିଟିଛି । ଏଠାରେ ଉଲ୍ଲେଖନୀୟ ଯେ ଶହ ଶହ ନିରିହ ଲୋକଙ୍କ ମୃତ୍ୟୁର କାରଣ ସାଜିଥିବା ସ୍ୱେଚ୍ଛାଚାରୀ ଶାସକ ସଦ୍ଦାମ ହୁସେନଙ୍କୁ ଆମେରିକା ସେନା ଗିରଫ କରିଥିଲା । ଦୀର୍ଘ ଦିନ ଧରି କୋର୍ଟରେ ତାଙ୍କର ଶୁଣାଣି ହେବା ପରେ ତାଙ୍କୁ ଫାଶୀ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ଗତ ୨୦୦୬ ମସିହା ଡିସେମ୍ବର ୩୦ ତାରିଖ ଦିନ ସଦ୍ଦାମ ହୁସେନଙ୍କୁ ଫାଶୀ ଦିଆଯାଇଥିଲା । ଫାଶୀ ଦ୍ୱାରା ସଦ୍ଦାମଙ୍କ ମୃତ୍ୟୁ ଘଟିବା ପରେ ତାଙ୍କ ଶବକୁୁ ଆମେରିକା ସେନା ହେଲିକପ୍ଟରରେ ନିଆଯାଇ ଇରାକର ଅଲ ଅବଜା ଠାରେ କବର ଦିଆଯାଇଥିଲା । ତେବେ ସଦ୍ଦାମଙ୍କ ଜଣେ ସମ୍ପର୍କୀୟ ଶେଖ ମନଫ ଅଲ ନିଦା ଅଭିଯୋଗ କରଛନ୍ତି ଯେ ସଦ୍ଦାମ ହୁସେନଙ୍କ ମୃତ ଦେହ ତାଙ୍କ କବରରେ ନାହିଁ । କେହି ଶବକୁ କବରରୁ କାଢିନେଇଛନ୍ତି ।
ସୂଚନାଯୋଗ୍ୟ ଯେ ସଦ୍ଦାମଙ୍କ କବରସ୍ଥଳ ଦେଖିବା ପାଇଁ ପ୍ରତ୍ୟେକ ଦିନ ଅଲ ଅବଜାରେ ପର୍ଯ୍ୟଟକଙ୍କ ଭିଡ ହେଉଥିଲା । ସଦାମଙ୍କ କବର ପାଖରେ ମୁତୟନ ଥିବା ସୁରକ୍ଷା କର୍ମୀଙ୍କ କହିବା ଅନୁଯାଇ ଆଇଏସର କ୍ରମାଗତ ଆକ୍ରମଣ ଯୋଗୁଁ ତାଙ୍କ କବର କ୍ଷତିଗ୍ରସ୍ତ ହୋଇଛି ।


Share It

Comments are closed.