କାମ୍ବଲୀଙ୍କୁ ଆହ୍ୱାନ ଦେଲେ ସଚିନ, କହିଲେ ସପ୍ତାହରେ ପୂରଣ କରି ଦେଖାଅ


ପୂର୍ବତ୍ତନ କ୍ରିକେଟର ସଚିନ ତେନ୍ଦୁଲକର ନିଜର ପ୍ରିୟ ବନ୍ଧୁ ତଥା ପୂର୍ବତ୍ତନ ଟିମ ମେଟ ବିନୋଦ କାମ୍ବଲୀଙ୍କୁ ଏକ ଆହ୍ୱାନ ଦେଇଛନ୍ତି । ତେନ୍ଦୁଲକର ଏହି ଆହ୍ୱାନକୁ ପୂରଣ କରିବା ପାଇଁ କାମ୍ବଲୀଙ୍କୁ ଏକ ସପ୍ତାହ ସମୟ ଦେଇଛନ୍ତି । ପ୍ରକାଶ ଥାଉକି, ସଚିନ ତେନ୍ଦୁଲକର ୨୦୧୭ରେ ଏକ ବଲିଉଡର ଲୋକପ୍ରିୟ ଗାୟକ ସୋନୁ ନିଗମଙ୍କ ସହ ଗୀତ ଗାଇଥିଲେ- ‘କ୍ରିକେଟ ୱାଲି ବାତ’ା ଏହି ଗୀତ ସେ ଦଳର ଯୁବ ଖେଳାଳୀଙ୍କୁ ସମର୍ପିତ କରିଥିଲେ , ଯେଉଁମାନେ କି ସେହି ସମୟରେ ବିଶ୍ୱକପ ଖେଳୁଥିଲେ ।

ବର୍ତ୍ତମାନ ସଚିନ, ଏହି ଗୀତକୁ ନିଜ ସାଙ୍ଗ କାମ୍ବଲୀଙ୍କୁ ଟ୍ୟାଗ କରି ଲେଖିଛନ୍ତି ଯେ, ଶ୍ରୀ କାମ୍ବଲୀ, ମୁଁ ତୁମକୁ ଆହ୍ୱାନ ଦେଉଛୁ । ମୋର ଏହି ଗୀତର ର‌୍ୟାପ ପ୍ରସ୍ତୁତ କରନ୍ତୁ । ଏଥିପାଇଁ ଆପଣଙ୍କ ପାଖରେ ଗୋଟିଏ ସପ୍ତାହ ଅଛି ।
ଏହି ଗୀତରେ ସଚିନ ଅନେକ କ୍ରିକେଟରଙ୍କ ନାମ ନେଇଛନ୍ତି ଯେଉଁମାନେ ୮୦ ଦଶକରେ ଭାରତୀୟ ଦଳରେ ଖେଳୁଥିଲେ । କାମ୍ବଲୀଙ୍କୁ ଆହ୍ୱାନ ଦେଇ ସଚିନ ସେହି ସମସ୍ତଙ୍କ ନାମ ପଚାରିଛନ୍ତି ଏବଂ ତାଙ୍କୁ ଏଥିରେ ର‌୍ୟାପ କରିବା ପାଇଁ କହିଛନ୍ତି ।

ସଚିନ ଟ୍ୱିଟ କରି କହିଛନ୍ତି ଯେ, “ମୁଁ କାମ୍ବଲୀଙ୍କୁ ଗୋଟିଏ ସପ୍ତାହର ସମୟ ଦେଉଛି । ତାଙ୍କ ପାଖରେ ୨୮ ଜାନୁଆରୀ ପର୍ଯ୍ୟନ୍ତ ସମୟ ଅଛି । ଯଦି ସେ ଜାଣି ନାହାନ୍ତି ଏହି ଗୀତକୁ କିପରି ଗାଇବାକୁ ପଡେ, ତେବେ ମୋ ନିିକଟରେ ତୁମେ କତଜ୍ଞ ରହିବା କଥା ।”


Share It

Comments are closed.