ହସ୍ପିଟାଲରେ ଭର୍ତ୍ତି ହେଲେ ସଚିନ ତେନ୍ଦୁଲକର


ହସ୍ପିଟାଲରେ ଭର୍ତ୍ତିହେଲେ କ୍ରିକେଟର କିମ୍ୱଦନ୍ତୀ ତଥା ମାଷ୍ଟରବ୍ଲାଷ୍ଟର ସଚିନ୍ ତେନ୍ଦୁଲକର । କରୋନା ଚିକିତ୍ସା ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଟ୍ୱିଟ୍ କରି ନିଜେ ସୂଚନା ଦେଇଛନ୍ତି ସଚିନ୍ । ସେ ଖୁବଶ୍ରୀଘ୍ର ଘରକୁ କମବ୍ୟାକ୍ କରିବେ ବୋଲି ଦୃଢତାର ସହ ଟ୍ୱିଟରେ ଜଣାଇଛନ୍ତି । ସେ କହିଛନ୍ତି ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ଚିକିତ୍ସା କରାଉଛି । ଆପଣଙ୍କ ଭଲପାଇବା ଓ ପ୍ରାର୍ଥନା ପାଇଁ ମୁଁ ସମସ୍ତଙ୍କ ନିକଟରେ କୃତଜ୍ଞ । ୬ ଦିନ ତଳେ କରୋନାରେ ସଂକ୍ରମିତ ହୋଇ ନିଜ ଘରେ କ୍ୱାରେଣ୍ଟାଇନରେ ରହୁଥିଲେ ।


ଖବର ପ୍ରସାର ହେବା ମାତ୍ରେ ସାରା ବିଶ୍ୱରେ ସଚିନଙ୍କ ପ୍ରଶଂସକମାନେ ବ୍ୟାକୁଳ ହୋଇପଡ଼ିଛନ୍ତି। ‘ଲର୍ଡ ଅଫ୍ କ୍ରିକେଟ୍’ଙ୍କ ଉନ୍ନତ ସ୍ୱାସ୍ଥ୍ୟ ପାଇଁ ସଭିଏଁ କାମନା କରୁଛନ୍ତି।


Share It

Comments are closed.