ସାତ୍ୱିକ ଗ୍ରିନ୍ ଏନର୍ଜି ପକ୍ଷରୁ ଡକ୍ଟର ଜୟ ଦେବ ମେମୋରିଆଲ ରୋଟାରି ଅମ୍ବାଲା ହସ୍ପିଟାଲ୍ର ରକ୍ତ କେନ୍ଦ୍ରକୁ ସହାୟତା
ଭୁବନେଶ୍ୱର: ବିଏସ୍ଇ ଓ ଏନ୍ଏସ୍ଇରେ ତାଲିକାଭୁକ୍ତ ହୋଇଥିବା ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ସମ୍ପୂର୍ଣ୍ଣ ସମନ୍ୱିତ ଅକ୍ଷୟ ଶକ୍ତି କମ୍ପାନି ସାତ୍ୱିକ ଗ୍ରିନ୍ ଏନର୍ଜି ଲିମିଟେଡ୍ ପକ୍ଷରୁ ଡକ୍ଟର ଜୟ ଦେବ ମେମୋରିଆଲ ରୋଟାରି ଅମ୍ବାଲା ହସ୍ପିଟାଲ୍ର ରକ୍ତ କେନ୍ଦ୍ରର ବିକାଶ ପାଇଁ ସହଯୋଗ ପ୍ରଦାନ କରାଯାଇଛି। ନୂତନ ଭାବେ ସ୍ଥାପନ କରାଯାଇଥିବା ରକ୍ତ କେନ୍ଦ୍ରକୁ ଗୀତା ମନିଷି ସ୍ୱାମୀ ଜ୍ଞାନନନ୍ଦ ଜୀ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ।
ଏହି ଅବସରରେ ସମ୍ମାନିତ ଅତିଥି ସାତ୍ୱିକ ଗ୍ରିନ୍ ଏନର୍ଜି ଲିମିଟେଡ୍ର ନିର୍ଦ୍ଦେଶକ ଶ୍ରୀ ପ୍ରମୋଦ ଗର୍ଗ କହିଛନ୍ତି ଯେ, “ସାତ୍ୱିକରେ ଆମର ବିଶ୍ୱାସ ରହିଛି ଯେ, ଆମ ପାରିପାଶ୍ୱିର୍କ ସମାଜର ଉନ୍ନତି ସହିତ ସ୍ଥାୟୀ ଅଭିବୃଦ୍ଧି ଆଗକୁ ବଢ଼ିବା ଦରକାର। ଏକ ଅଧିକ ସ୍ଥାୟୀ ଭବିଷ୍ୟତ ଗଠନ କରିବାକୁ ପ୍ରତିବଦ୍ଧ ଥିବା ଏକ କମ୍ପାନି ଭାବେ ଅର୍ଥପୂର୍ଣ୍ଣ ସାମାଜିକ ପ୍ରଭାବ ପ୍ରତି ଯୋଗଦାନ ଦେବା ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ଆମେ ଭାବୁଛୁ। ଭରସାଯୋଗ୍ୟ ସ୍ୱାସ୍ଥ୍ୟ ଭତ୍ତିିଭୂମି ପାଇବା ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହୋଇ ରହିଛି ଏବଂ ରକ୍ତ କେନ୍ଦ୍ର ଭଳି ଅଭିଯାନ ଜୀବନ ରକ୍ଷାକାରୀ ସେବାକୁ ସଠିକ୍ ସମୟରେ ଉପଲବ୍ଧ କରାଇବାକୁ ନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ବ୍ୟବସ୍ଥା ବିକାଶ କରିବାରେ ସହଯୋଗ କରିଥିବାରୁ ଆମେ ବହୁତ ଖୁସି ଏବଂ ଆଶା କରୁଛୁ ଯେ ଏହା ଅମ୍ବାଲା ଓ ଏହାର ଆଖପାଖ ଅଂଚଳର ଲୋକମାନଙ୍କୁ ଆଗାମୀ ବର୍ଷଗୁଡ଼ିକରେ ସେବା ପ୍ରଦାନ କରିବ।”
ଏହି ଅଭିଯାନରେ ହସ୍ପିଟାଲ୍ ପକ୍ଷରୁ ଅମ୍ବାଲା ଓ ଏହାର ଆଖପାଖା ଜିଲ୍ଲାର ରୋଗୀମାନଙ୍କୁ ସମୟୋପଯୋଗୀ ଓ ଭରସାଯୋଗ୍ୟ ରକ୍ତ ସେବା ପ୍ରଦାନ କରିବ ବୋଲି ଆଶା କରାଯାଉଛି। ବିଶେଷ କରି ଜରୁରୀକାଳୀନ ମେଡିକାଲ୍ ଆବଶ୍ୟକତା ଓ ମାତୃତ୍ୱ ସେବା ପାଇଁ ଏକ ସୁରକ୍ଷିତ ଓ ସୁବିଧାସୁଯୋଗ ଥିବା ରକ୍ତ କେନ୍ଦ୍ର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଉପଦାନ। ଏହି ନୂତନ ରକ୍ତ କେନ୍ଦ୍ର ସ୍ଥାନୀୟ ସମୁଦାୟକୁ ରକ୍ତ ଯୋଗାଣ କରି ସେହି ଆବଶ୍ୟକତାକୁ ପୂରଣ କରିବ।
ଅମ୍ବାଲା ହେଉଛି ହରିୟାଣାର ଏକ ପ୍ରମୁଖ ସହରାଚଂଳ ଓ ପରିବହନ ହବ୍। ଏହି ରକ୍ତ କେନ୍ଦ୍ର ଦ୍ୱାରା କେବଳ ସହର ବାସିନ୍ଦା ନୁହେଁ, ବରଂ ଆଖପାଖ ନଗର ଓ ଗ୍ରାମାଚଂଳର ଲୋକମାନେ ଉପକୃତ ହେବା ଆଶା କରାଯାଉଛି।
ଭାରତର ଅକ୍ଷୟ ଶକ୍ତି ପରିବର୍ତ୍ତନ ପ୍ରତି ଯୋଗଦାନ ଦେବା ସହ ଏଭଳି ଅଭିଯାନକୁ କମ୍ପାନି ସମର୍ଥନ ଜାରି ରଖିବ ଯାହା ଏହାର କାର୍ଯ୍ୟକ୍ଷେତ୍ର ଆଖପାଖ ଅଂଚଳର ଲୋକମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବ।

Comments are closed.