ସାତ୍ୱିକ୍ ଗ୍ରୀନ୍ ଏନର୍ଜି ଲିମିଟେଡ୍‌ର ଉପକରଣ ସହାୟକ ସଂସ୍ଥା ପକ୍ଷରୁ ସୌର ପିଭି ମଡ୍ୟୁଲ୍ ଯୋଗାଣ ପାଇଁ ୨୯୯.୪୦ କୋଟି ଟଙ୍କାର ବରାଦ ହାସଲ

Share It

ଭୁବନେଶ୍ୱର: ଭାରତର ଅଗ୍ରଣୀ ଏକୀକୃତ ସୌର ଶକ୍ତି ସମାଧାନ ପ୍ରଦାନକାରୀ ସାତ୍ୱିକ୍ ଗ୍ରୀନ୍ ଏନର୍ଜି ଲିମିଟେଡ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ଉପକରଣ ସହାୟକ କମ୍ପାନୀ ସାତ୍ୱିକ ସୋଲାର ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ ସୌର ଫଟୋଭୋଲଟାଇକ୍ (ପିଭି) ମଡ୍ୟୁଲ୍ ଯୋଗାଣ ପାଇଁ ମୋଟ ୨୯୯.୪୦ କୋଟି ଟଙ୍କାର ନୂଆ ବରାଦ ହାସଲ କରିଛି। ଭାରତର ତିନି ନାମୀ ସ୍ୱାଧୀନ ବିଦ୍ୟୁତ ଶକ୍ତି ଉତ୍ପାଦନକାରୀ (ଆଇପିପି) ଓ ଇପିସି କମ୍ପାନୀଙ୍କଠାରୁ କମ୍ପାନୀ ଏହି ବରାଦ ପାଇଛି। ଦ୍ରୁତ ଗତିରେ ବଢୁଥିବା ଘରୋଇ ସୌର ଶକ୍ତି ବଜାରରେ ସାତ୍ୱିକର ଦୃଢ଼ ସ୍ଥିତିକୁ ଏହା ଦର୍ଶାଉଛି।
ଏହା ସୌର ପିଭି ମଡ୍ୟୁଲ ଯୋଗାଣ ପାଇଁ ଏକ ପୁନରାବୃତି ବରାଦ ଏବଂ ୨୦୨୫ ଡିସେମ୍ବରରୁ ୨୦୨୬ ମାର୍ଚ୍ଚ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବ ଯାହା ସମ୍ପୃକ୍ତ କମ୍ପାନୀମାନଙ୍କ ପ୍ରକଳ୍ପ ସହ ସମନ୍ୱିତ ରହିଛି। ସବୁ ବରାଦ ଘରୋଇ ସଂସ୍ଥାଠାରୁ ଆସିଛି ଯାହା ସାତ୍ୱିକର ଉତ୍ପାଦନ କ୍ଷମତା, ଉତ୍ପାଦ ବିଶ୍ୱସନୀୟତା ଏବଂ ସମୟାନୁବର୍ତ୍ତୀ ଡେଲିଭରି ରେକର୍ଡ ଉପରେ ନିରନ୍ତର ବିଶ୍ୱାସକୁ ପ୍ରତିଫଳିତ କରୁଛି।
ଏ ସଂପର୍କରେ ସାତ୍ୱିକ୍ ଗ୍ରୀନ୍ ଏନର୍ଜି ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରଶାନ୍ତ ମାଥୁର କହିଛନ୍ତି ଯେ, “ଅଗ୍ରଣୀ ଆଇପିପି ଓ ଇପିସି କମ୍ପାନୀଙ୍କଠାରୁ ପ୍ରାୟ ୩୦୦ କୋଟି ଟଙ୍କାର ଏହି ନୂଆ ବରାଦ ସାତ୍ୱିକର ଗୁଣବତ୍ତା, ବ୍ୟାପକତା ଓ କାର୍ଯ୍ୟକାରିତା ବିଶ୍ୱସନୀୟତା ଉପରେ ଏକ ଦୃଢ଼ ବିଶ୍ୱାସର ପ୍ରମାଣ। ୨୦୨୫-୨୬ ଆର୍ôଥକ ବର୍ଷର ପ୍ରଥମାର୍ଦ୍ଧରେ ଆମେ ଆମ ଉତ୍ପାଦନ ସ୍ଥିତିକୁ ଯଥେଷ୍ଟ ମଜବୁତ କରିଛୁ ଏବଂ ଉତ୍ପାଦ ପୋର୍ଟଫୋଲିଓକୁ ବ୍ୟାପକ କରିଛୁ। ଭାରତର ଅକ୍ଷୟ ଶକ୍ତି ବିକାଶକୁ ତ୍ୱରାନ୍ୱିତ କରୁଥିବା ବେଳେ ବିଶ୍ୱସନୀୟ ଯୋଗାଣ ଶୃଙ୍ଖଳା ସହ ଭାଗୀଦାରମାନେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ନ୍ତି। ସାତ୍ୱିକ ଓ ଏହାର ଉପକରଣ ସହାୟକ ସଂସ୍ଥା ଉଚ୍ଚ ଦକ୍ଷତା ମଡ୍ୟୁଲ୍‌, ବର୍ଦ୍ଧିତ ଉତ୍ପାଦନ କ୍ଷମତା ଏବଂ ନିୟନ୍ତ୍ରିତ ଡେଲିଭରି ମାଧ୍ୟମରେ ଗ୍ରାହକମାନଙ୍କ ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପକୁ ଦେଶବ୍ୟାପୀ ସମର୍ଥନ କରିବା ପାଇଁ ଦୃଢ଼ ଭାବେ ପ୍ରସ୍ତୁତ ରହିଛି।”
ଏହି ସଫଳତା ସାତ୍ୱିକର ବଢୁଥିବା ବରାହ ବୁକକୁ ଆହୁରି ବୃଦ୍ଧି କରିଛି। କମ୍ପାନିର ହରିୟାଣାର ଅମ୍ବାଲାଠାରେ ୪.୮ ଗିଗାୱାଟ୍ ମଡ୍ୟୁଲ୍ କାରଖାନା ରହିଛି ଏବଂ ଓଡ଼ିଶାରେ ଆଗାମୀ ୪ ଗିଗାୱାଟ୍ ମଡ୍ୟୁଲ, ୪.୮ ଗିଗାୱାଟ୍ ସୌର ସେଲ କାରଖାନା ସ୍ଥାପନ କରାଯାଉଛି।


Share It

Comments are closed.