ଦୀର୍ଘ ୭ ବର୍ଷ ପରେ କ୍ରିକେଟକୁ ଫେରିବେ ଶ୍ରୀସାନ୍ତ, ଖେଳିବେ ଟି-୨୦ ଟୁର୍ଣ୍ଣାମେଣ୍ଟ


ଦୀର୍ଘ ୭ବର୍ଷ କ୍ରିକେଟ୍‌ରୁ ଦୂରେଇ ରହିବା ପରେ ପେସ୍‌ ତାରକା ଏସ୍‌.ଶ୍ରୀସନ୍ତ ପୁଣି ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ସେ ଆଗାମୀ କେସିଏଲ୍‌ ପ୍ରେସିଡେଣ୍ଟ୍‌ କପ୍‌ ଟି-ଟ୍ୱେଣ୍ଟିରେ ଖେଳିବାକୁ ଯାଉଛନ୍ତି । ୨୦୧୩ରେ ଆଇପିଏଲ୍‌ରେ ସ୍ପଟ୍‌ଫିକ୍ସିଂ ମାମଲାରେ ବାସନ୍ଦ ହୋଇଥିଲେ ।

ଗତ ସେପ୍ଟେମ୍ବର ମାସରେ ତାଙ୍କର ବାସନ୍ଦା ଦେଶ ପୂରଣ ହୋଇଥିଲା । କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିବା ନେଇ ସେ ବ୍ୟାକୁଳ ରହିଥିଲେ । ପୁଣି ପ୍ରତିଦ୍ୱନ୍ଦ୍ୱିତା ମୂଳକ କ୍ରିକେଟ୍‌କୁ ଫେରୁଥିବାରୁ ସେ ବହୁତ ଖୁସି ରହିଥିବା ପ୍ରକାଶ କରିଛନ୍ତି ।


Share It

Comments are closed.