ବିଜେଡିରୁ ବହିଷ୍କାର ହେବା ପରେ ନବୀନଙ୍କୁ ଟାର୍ଗେଟ କଲେ ଦାମ, ବୈଜୟନ୍ତ କହିଲେ ଦାମଙ୍କ ସହ ଠିକ ହୋଇ ନାହିଁ


ବିଜେଡିରୁ ବହିଷ୍କାର ପରେ ଦାମଙ୍କୁ ଭେଟିଛନ୍ତି ବୈଜୟନ୍ତ । ଦାମ ଓ ବୈଜୟନ୍ତଙ୍କ ସାକ୍ଷାତ ପରେ ରାଜନୈତିକ ମହଲରେ ସମୀକ୍ଷାଙ୍କ ମଧ୍ୟରେ ଅଙ୍କକଶା ଆରମ୍ଭ ହୋଇଗଲାଣି । ଦୁଇ ନେତାଙ୍କ ପରବର୍ତ୍ତୀ ରଣନୀତି କ’ଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଦାମଙ୍କ ସହ ସାକ୍ଷାତ ପରେ ବୈଜୟନ୍ତ କହିଛନ୍ତି ଯେ, ଦାମଙ୍କ ସହ ଅନ୍ୟାୟ ହୋଇଛି । ଦାମ ଯେଉଁ ଦୁର୍ନୀତି ବିରୋଧରେ ଅଭିଯୋଗ କରିଛନ୍ତି ତା’ର ତଦନ୍ତ କରିବାର ନିହାତି ଆବଶ୍ୟକ ଥିଲା ଏବଂ ତାହା ନକରି ମୁଖ୍ୟମନ୍ତ୍ରୀ ଦାମଙ୍କୁ ଦଳରୁ ବହିଷ୍କାର କରିଦେଇଥିଲେ ଯାହାକି ଦାମଙ୍କ ସହ ଉଚିତ ହୋଇନାହିଁ ବୋଲି ବୈଜୟନ୍ତ କହିଛନ୍ତି ।
ଅନ୍ୟପଟେ ଦଳରୁ ବହିଷ୍କାର ହେବା ପରେ ଦାମ ସିଧାସଳଖ ନବୀନଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥିଙ୍କୁ ବିଜେଡି ସମର୍ଥନ କରିବାକୁ ନେଇ ଦାମ ପ୍ରଶ୍ନ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ଅନୁଗତଙ୍କ ମଧ୍ୟରେ ଓଡିଶା ପ୍ରତି କିଛି ପ୍ରତିବଦ୍ଧତା ନାହିଁ ବୋଲି ଦାମ ସିଧାସଳଖ ଟାର୍ଗେଟ କରି ନବୀନଙ୍କୁ କହିଛନ୍ତି ।
ଦଳରୁ କ୍ଷମତା ଯିବା ପରେ ଦାମ ଏପରି ଅଭିଯୋଗ କରିଥାଇପାରନ୍ତି ବୋଲି ଦଳର ନେତା ସୁବାଷ ସିଂହ କହିଛନ୍ତି । ସୁବାଷ କହିଛନ୍ତି ଦାମ ଆଗରୁ କ୍ଷମତାରେ ଥିବାବେଳେ କାହିଁକି ଚୁପ ରହିଥିଲେ । ସବାଷ ଆହୁରୀ ମଧ୍ୟ କହିଛନ୍ତି ଦଳ ଶୃଙ୍ଖଳା ଏବଂ ଅନୁଶାସନରେ ଚାଲିଛି, ଯିଏକି ତାକୁ ଭଙ୍ଗ କରିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିହାତି ଆବଶ୍ୟକ ।
ଏହି ସଂକ୍ରାନ୍ତରେ ଦାମଙ୍କ ପୁଅ କହିଛନ୍ତି ସମ୍ବିତ କହିଛନ୍ତି ଯେ, ତାଙ୍କର ରାଜନୀତି ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ


Share It

Comments are closed.