ମାତ୍ର ୨୦ ଦିନରେ ରୁଷ୍‌ ନିର୍ମାଣ କଲା ବିଶ୍ୱର ସବୁଠାରୁ ବଡ କରୋନା ହସ୍ପିଟାଲ


ରୁଷ୍ କରୋନା ଭାଇରସ୍ ବିରୋଧରେ ଲଢିବା ପାଇଁ ମାତ୍ର ୨୦ ଦିନରେ ୧୦ ହଜାର ଲୋକଙ୍କ ଚିକିତ୍ସା ପାଇଁ ଏକ ବୃିଶାଳ ହସ୍ପିଟାଲର ନିର୍ମାଣ କରିଛି । ଏକ୍ଷେତ୍ରରେ ରୁଷ୍ , ଚୀନ୍‌ର ରେକର୍ଡ ଭାଙ୍ଗିଛି । ପ୍ରାୟ ୧୦ ହଜାର ଶ୍ରମିକ ମିଶି ଏହି ବିଶାଳ ହସ୍ପିଟାଲର ନିର୍ମାଣ କରିଛନ୍ତି । ୭୦୦ କୋଟି ଟଙ୍କାରେ ନିର୍ମିତ ଏହି ହସ୍ପିଟାଲକୁ ୨୦ ଦିନରେ ନିର୍ମାଣ କରାଯାଇ ଚିକିତ୍ସା ପାଇଁ ପ୍ରସ୍ତୁତ କରାଯାଇଛି । ଏହି ହସ୍ପିଟାଲ ରୁଷ୍ ରାଜଧାନୀ ମସ୍କୋ ନିକଟରେ ରହିଛି । ରୁଷ୍‌ରେ ବର୍ତମାନ କରୋନା ଭାଇରସ୍‌ର ସଂକ୍ରମଣ ମାମଲା ବୃଦ୍ଧି ପାଉଛି । ଯେଉଁ କାରଣରୁ ସରକାର ରାଜଧାନୀ ମସ୍କୋରରେ ୧୮ଟି ସେକ୍ସନ ବିଶିଷ୍ଟ ଏହି ହସ୍ପିଟାଲର ନିର୍ମାଣ କରିବାକୁ ନିଷ୍ପତି ନେଇଥିଲେ । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ନିଜେ ଏହି ହସ୍ପିଟାଲର ନିର୍ମାଣ କାର୍ଯ୍ୟ ତଦାରଖ କରିଥବଲେ ।


ରୁଷ୍‌ରେ ବର୍ତମାନ ସୁଦ୍ଧା କରୋନା ଭାଇରସ୍ ଆକ୍ରାସ୍କ ସଂଖ୍ୟା ୧୦,୦୦୦ ଟପିଛି । ଗତ ସପ୍ତାହରେ ରୁଷ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଖୁବ୍ କମ୍ ଥିବା ବେଳେ ମାତ୍ର ଏକ ସପ୍ତାହ ମଧ୍ୟରେ ଏହି ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇଛି । ଏଠାରେ ଏବେ ସୁଦ୍ଧା କରୋନା ଯୋଗୁଁ ୭୬ ଜଣଙ୍କର ମୃତ୍ୟୁ ଘଟିଛି । ଗତ ଗୁରୁବାର ଏଠାରେ କରୋନା ସଂକ୍ରମଣର ୧୫୦୦ ନୂଆ ମାମଲା ସାମ୍‌ନାକୁ ଆସିଥିଲା । ରୁଷ୍ ରାଜଧାନୀ ମସ୍କୋ କରୋନା ଭାଇରସ୍‌ର ହଟ୍‌ସ୍ପଟ୍ ହୋଇଛି । ଅନ୍ୟପକ୍ଷରେ ଏହି ହସ୍ପିଟାଲ ନିର୍ମାଣ କରି ରୁଷ୍‌, ଚୀନ୍‌ର ରେକର୍ଡ ଭାଙ୍ଗିଛି । ଚୀନ୍‌ର ଉହାନ ସହରରେ ମାତ୍ର ୧୦ ଦିନରେ ୧୦୦୦ ବେଡ୍ ବିଶିଷ୍ଟ ଏକ ହସ୍ପିଟାଲ ନିର୍ମାଣ କରାଯାଇଥିଲା ।


Share It

Comments are closed.