ରୁଷରେ କରୋନାର ପ୍ରଥମ ଟିକା ପ୍ରସ୍ତୁତ, ରାଷ୍ଟ୍ରପତି ପୁତିନଙ୍କ ଝିଅକୁ ଦିଆଗଲା ପ୍ରଥମ ଟିକା


କରୋନା ଟିକାକୁ ନେଇ ରୁଷ ଏକ ବଡ ଦାବି କରିଛି। ରୁଷ ପ୍ରଥମ କରୋନା ଟିକା ପ୍ରସ୍ତୁତ କରିଥିବା ଦାବି କରିଛି ଏବଂ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଝିଅକୁ କରୋନା ଭାଇରସର ଏହି ଟିକା ଦିଆଯାଇଛି। ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଘୋଷଣା କରିଛନ୍ତି ଯେ ଏହା ହେଉଛି ବିଶ୍ୱର ପ୍ରଥମ ସଫଳ ଟିକା ଏବଂ ଏହା ରୁଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ମଧ୍ୟ ହୋଇସାରିଛି ।

ରୁଷର ନ୍ୟୁଜ୍ ଏଜେନ୍ସି AFP ଟ୍ୱିଟ୍ କରି ଏହି ସୂଚନା ଦେଇଛି। ଏହି ଟିକା ମସ୍କୋର ଗାମାଲିଆ ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ କରାଯାଇଛି | ମଙ୍ଗଳବାର ଦିନ ରୁଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଟିକାକୁ ସଫଳ ଘୋଷଣା କରିଛି ଏବଂ ଭ୍ଲାଦିମିର ପୁତିନ ଦାବି କରିଛନ୍ତି ଯେ ଖୁବ୍ ଶୀଘ୍ର ରୁଷରେ ଏହି ଟିକା ଉତ୍ପାଦନ ଆରମ୍ଭ ହେବ ଏବଂ ବହୁ ସଂଖ୍ୟକ ଟିକା ଯୋଗାଇ ଦିଆଯିବ।


Share It

Comments are closed.