ବିଶ୍ୱର ପ୍ରଥମ କରୋନା ଭ୍ୟାକସିନକୁ ସ୍ୱୀକୃତି ଦେଲା ଋଷ, ରାଷ୍ଟ୍ରପତି ପୁଟିନ ନିଜେ କଲେ ଘୋଷଣା


ଋଷ ବିଶ୍ୱର ପ୍ରଥମ କରୋନା ଭ୍ୟାକସିନକୁ ସ୍ୱୀକୃତି । ଋଷ ରାଷ୍ଟ୍ରପତି ପୁଟିନ ନିଜେ ଏ ସଂପର୍କରେ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି କରୋନା ଭାଇରସ ଭ୍ୟାକସିନକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ପୁଟିନ ଆହୁରୀ ମଧ୍ୟ କହିଛନ୍ତି ଯେ, ସେ ତାଙ୍କ ଝିଅଙ୍କୁ ମଧ୍ୟ ଟୀକାକରଣ କରାଇ ସାରିଛନ୍ତି । ମସ୍କୋର ମାମଲିଆ ଗବେଷଣା କେନ୍ଦ୍ର ଏହି ଏଡେନୋଭାଇରସ ଆଧାରରେ ଏହାର ପ୍ରସ୍ତୁତି କରିଛନ୍ତି ।
ଗବେଷକ ଦାବୀ କରିଛନ୍ତି ଯେ, ଭ୍ୟାକସିନରେ ଯେଉଁ ପାର୍ଟିକଲସର ବ୍ୟବହାର କରାଯାଇଛି, ତାହା ନିଜକୁ ରେପଲ୍ଟିକେଟ କରିପାରିବ ନାହିଁ । ରିସର୍ଚ ଏବଂ ମ୍ୟାନୁଫ୍ୟାକରିଙ୍ଗରେ ଯେଉଁମାନେ ସବୁ କାର୍ଯ୍ୟରତ ଥିଲେ ସେମାନେ ସମସ୍ତେ ଏହି ଭ୍ୟାକସିନର ଡୋଜ ଗ୍ରହଣ କରିଛନ୍ତି । କିଛି ଲୋକଙ୍କୁ ଏହି ଭ୍ୟାକସିନ ଦିଆଯିବା ପରେ ଜ୍ୱର ଆସିପାରେ ସେଥିପାଇଁ ପାରାସିଟାମଲର ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି ।
ପୁଟିନ କହିଛନ୍ତି ଯେ, “ଏହି ସକାଳ ବିଶ୍ୱରେ ପ୍ରଥମ ଥର, ନୂଆ କରୋନା ଭାଇରସ ବିପକ୍ଷରେ ଭ୍ୟାକସିନ ପଞ୍ଜୀକୃତ ହୋଇଛି । ” ପୁଟିମ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯେଉଁମାନେ ଏହି ଭ୍ୟାକସିନ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଛନ୍ତି ।


Share It

Comments are closed.