ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ଉଚ୍ଚ କ୍ଷମତା ସଂପନ୍ନ କମିଟିର ବୈଠକ ଅନୁଷ୍ଠିତ
ଭୁବନେଶ୍ୱର ତା-୨୯.୦୫.୨୦୨୫ ୨୦୨୫-୨୬ ଆର୍ଥିକ ବର୍ଷରେ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି(ଆରଆଇଡିଏଫ)ର ଉଚ୍ଚ କ୍ଷମତା ସଂପନ୍ନ କମିଟିର ପ୍ରଥମ ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନସଚିବ ଶ୍ରୀମତୀ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଆରଆଇଡିଏଫ ପାଣ୍ଠି ସହାୟତାରେ କାର୍ୟ୍ୟକାରୀ କରାଯାଉଥିବା ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର କାର୍ୟ୍ୟକାରିତା, ସଫଳତା ଓ କାର୍ୟ୍ୟ ଅଗ୍ରଗତି ଆଦି ସଂପର୍କରେ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ସମୀକ୍ଷା କରି ନିର୍ମାଣାଧିନ ପ୍ରକଳ୍ପଗୁଡ଼ିକର ତ୍ୱରାନ୍ୱିତ କରିବାକୁ ସେ ସଂପୃକ୍ତ ସମସ୍ତ ବିଭାଗମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ରଙ୍କ ସମେତ ଗ୍ରାମୀଣ ଭିତ୍ତିଭୂମି ବିକାଶପାଣ୍ଠି ଉପଯୋଗ କରୁଥିବା ଜଳ ସଂପଦ ବିଭାଗ, ଗ୍ରାମ୍ୟଉନ୍ନୟନ, ପୂର୍ତ୍ତ ବିଭାଗ, ପଂଚାୟତି ରାଜ ଓ ପାନୀୟଜଳ, କୃଷି ଓ କୃଷକସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ଆଦି ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସମେତ ନାବାର୍ଡ,ଓଡ଼ିଶାର ମୁଖ୍ୟ ସାଧାରଣ ପରିଚାଳକ(ସିଜିଏମ) ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଯୋଜନା ଓ ସଂଯୋଜନ ବିଭାଗ ତରଫରୁ ଆହୂତ ଏହି ବେଠକରେ ଆର.ଆଇ.ଡି.ଏଫ୍ପାଣ୍ଠି ଅଧିନରେ୨୦୨୪-୨୫ ବର୍ଷରେ ଏହି ପାଣ୍ଠି ଉପଯୋଗ କରୁଥିବା ବିଭିନ୍ନ ବିଭାଗର କାର୍ୟ୍ୟ ସଫଳତା ଅନୁଧ୍ୟାନ କରାଯାଇଥିଲା ।
ଗ୍ରାମୀଣ ଭିତ୍ତିଭୂମି ବିକାଶପାଇଁ ୨୦୨୪-୨୫ଆର୍ଥିକ ବର୍ଷରେ ଓଡ଼ିଶା ନାବାର୍ଡଠାରୁ ୩୮୩୬.୩୪କୋଟି ଟଙ୍କାର ଆରଆଇଡିଏଫ୍ ଋଣ ହସଲ କରି ଦେଶରେ ଏକନମ୍ବର ସ୍ଥାନ ଅଧିକାର କରିଛି ।
କାର୍ୟ୍ୟକାରୀ ହୋଇଥିବା ଉଲ୍ଲେଖନୀୟ ପ୍ରକଳ୍ପ ମଧ୍ୟରୁ ଜଣାଯାଇଛି ଯେ, ଜଳ ସଂପଦବିଭାଗ ଜରିଆରେ ଗଞ୍ଜାମ ଜିଲ୍ଲାର ରାମନଦୀରେ ଜକମେରୀପଲ୍ଲୀ ଠାରେ ନିର୍ମିତ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ୩୪.୯୦ କୋଟି ଟଙ୍କା ବ୍ୟୟରେ ଶେଷ ହୋଇଛି । ଏହି ପ୍ରକଳ୍ପ ଦିଗପହଣ୍ଡି ବ୍ଲକର ୧୧ଟି ଗ୍ରାମର ୧୬,୫୦୦ ଲୋକଙ୍କୁ ପାନୀୟ ଜଳସୁବିଧା ଯୋଗାଇଦେବ । ସେହିପରି ଜଳ ସଂପଦ ବିଭାଗ ଅନ୍ତର୍ଗତ ଉଠା ଜଳସେଚନ ପ୍ରକଳ୍ପ, କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ, ସେଚାଂଚଳ ଉନ୍ନୟନ୍ନ ମାଧ୍ୟମରେ ନିର୍ମିତ ଅନ୍ୟ ବହୁ ଉଲ୍କେଖନୀୟ ଗ୍ରାମୀଣ ଭିତ୍ତିଭୂମି ପ୍ରକଳ୍ପ ସଂପୂର୍ଣ୍ଣ କରାଯାଇଥିବା ସଂପର୍କରେ ଉପସ୍ଥାପନ କରାଯାଇଥିଲା ।
ଅନ୍ୟ ବିଭିନ୍ନ ବିଭାଗ ଜରିଆରେ ଶେଷ ହୋଇଥିବା ଉଲ୍କେଖନୀୟ ପ୍ରକଳ୍ପ ମଧ୍ୟରେ ପୂର୍ତ୍ତ ବିଭାଗ ତରଫରୁ ଅନୁଗୋଳ ଜିଲ୍ଲାର ହରିପୁର, ଉଦୟପୁର ରାସ୍ତାରେ ୩୯.୮୯ କୋଟି ଟଙ୍କା ବ୍ୟୟରେ ୫୧୧ ମିଟର ବିଶିଷ୍ଟ ହରିପୁର ନାଳା ଉଚ୍ଚସେତୁ ନିର୍ମାଣ,ଗ୍ରାମ୍ୟ ଉନ୍ନୟନ ବିଭାଗ ଜରିଆରେ ୫ କୋଟି ୯୬ ଲକ୍ଷ ଟଙ୍କା ବ୍ୟୟରେ ମାଲକାନଗିରି ଜିଲ୍ଲାରେ ଜାତୀୟ ରାଜପଥ-୩୨୬-ରୁ କୋକିନାଡ଼ାଠାରୁ ପେଟାରୋଡ୍ ପର୍ୟ୍ୟନ୍ତ ୬.୮୦ କିମି. ରାସ୍ତା ନିର୍ମାଣ, ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଜରିଆରେ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଗ୍ରାମରେ୧୧୩.୯୮କୋଟି ଟଙ୍କା ବ୍ୟୟରେ ଏକ ବୃହତ୍ପାଇପ ଯୋଗେ ପାନୀୟ ଜଳଯୋଗାଣ ପ୍ରକଳ୍ପ ସ୍ଥାପନ କରାଯାଇଛି, ଯାହା ଦ୍ୱାରା୯ଟି ଗ୍ରାମପଞ୍ଚାୟତର ପ୍ରାୟ୮୫୦୦ରୁ ଊର୍ଦ୍ଧ୍ଵ ଜନସାଧାରଣ ଉପକୃତ ହେବେ ।କୃଷି ବିଭାଗ ଜରିଆରେ ଏକାଧିକ ହିତାଧିକାରୀଙ୍କ ପାଇଁ କାର୍ୟ୍ୟକାରୀ ହୋଇଥିବା ଆଖିଦୃଷ୍ଟିଆା ମାଇକ୍ରୋ ରିଭର ଲିଫ୍ଟ (ଜଳନିଧି-୨) ସଂପର୍କରେ ଆଲୋଚନା କରାଯାଇଥିଲା ।
ନୂଆ ପ୍ରସ୍ତାବ ଓ ବିଭିନ୍ନ କାରଣରୁ ବାଦ୍ ଦିଆଯାଇଥିବା ପ୍ରକଳ୍ପ ସଂପର୍କରେ ଆଲୋଚନା କରାଯାଇଥିଲା।ନାବାର୍ଡ କର୍ତ୍ତୃପକ୍ଷ ଆର.ଆଇ.ଡି.ଏଫ୍ପାଣ୍ଠି ଉପଯୋଗ ସଂପର୍କରେ ସେମାନଙ୍କର ପର୍ୟ୍ୟବେକ୍ଷଣଉ ପସ୍ଥାପନ କରି ପ୍ରକଳ୍ପ କାର୍ୟ୍ୟକାରିତାରେ ବିଭିନ୍ନ ବିଭାଗର କାର୍ୟ୍ୟ ସନ୍ତୋଷଜନକ ଥିବା ପ୍ରକାଶ କରିଥିଲେ।ପ୍ରକଳ୍ପ କାର୍ୟ୍ୟାନ୍ୱୟନରେ ତୃତୀୟ ପକ୍ଷ ମୂଲ୍ୟାୟନ କରାଯାଉଥିବାରୁ ପ୍ରକଳ୍ପ ଗୁଡିକର ଗୁଣାତ୍ମକ ମାନ ବଜାୟ ରହୁଥିବା ପ୍ରକାଶ କରିଥିଲେ।
ବୈଠକରେ ଅଣୁଜଳସେଚନପାଣ୍ଠି (ମାଇକ୍ରୋ ଇରିଗେସନ ଫଣ୍ଡ) ଅଧିନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ୩୪୨୫ ଟିପ୍ରକଳ୍ପ ପାଇଁ ୧୫୦.୮୯କୋଟି ଟଙ୍କାର ଋଣ ଭାରତ ସରକାରଙ୍କଠାରୁ ଅନୁମୋଦନ ମିଳିଥିବା ଜଣାଯାଇଛି ଏବଂ ନାବାର୍ଡକୁଏଥିପାଇଁ ଶୀଘ୍ର ଋଣମଂଜୁର କରିବାକୁ ପରାମର୍ଶ ଦିଆଯାଇଛି।ସେହିପରି ମତ୍ସ୍ୟ ଓ ଜଳଚାଷଭିତ୍ତି ଭୂମିଉନ୍ନୟନ ପାଣ୍ଠି(ଏଫଆଇଡିଏଫ୍) ଅଧିନରେ ୯ଟିପ୍ରକଳ୍ପପ୍ରସ୍ତାବ ଉପରେ ଆଲୋଚନା କରଯାଇଥିଲା ।
ଆର.ଆଇ.ଡି.ଏଫ୍ପାଣ୍ଠିଅଧିନରେ୨୦୨୫-୨୬ ବର୍ଷ ପାଇଁରାଜ୍ୟ ବଜେଟରେ ପ୍ରାବଧାନ, କାର୍ୟ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପରେ ଅଦ୍ୟାବଧି ଖର୍ଚ୍ଚ ଆଧାରରେନାବାର୍ଡକୁ ଅଧିକ ଅର୍ଥ ମଞ୍ଜୁରି ପାଇଁ ପରାମର୍ଶ ଦିଆଯାଇଛି ।
Comments are closed.