ରୁବିକନ ରିସର୍ଚ୍ଚ ଲିମିଟେଡର ଇନିସିଆଲ ପବ୍ଳିକ୍ ଅଫରିଂ ୨୦୨୫ ଅକ୍ଟୋବର ୯, ଗୁରୁବାର ଖୋଲିିଛି

Share It

ଭୁବନେଶ୍ୱର: ରୁବିକନ ରିସର୍ଚ୍ଚ ଲିମିଟେଡର ଇକ୍ୱିଟି ସେୟାରର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୫ ଅକ୍ଟୋବର ୯ ଗୁରୁବାର ଦିନ ଖୋଲିିଛି । ଆଙ୍କର ନିବେଶକମାନେ ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ୨୦୨୫ ଅକ୍ଟୋବର ୮, ବୁଧବାର ବିଡ୍ ଦାଖଲ କରିପାରିବେ । ୨୦୨୫ ଅକ୍ଟୋବର ୧୩ ସୋମବାର ଦିନ ବିଡ୍ ଦାଖଲ ଶେଷ ହେବ।
ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ୍ ୪୬୧ ଟଙ୍କାରୁ ୪୮୫ ଟଙ୍କା ମଧ୍ୟରେ ରହିଛି । ନିବେଶକମାନେ ସର୍ବନିମ୍ନ ୩୦ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ସେଥିରେ ୩୦ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବେ। କର୍ମଚାରୀମାନେ ଇକ୍ୱିଟି ସେୟାର ପିଛା ୪୬ ଟଙ୍କାର ରିହାତି ପାଇପାରିବେ। ସେମାନଙ୍କ ସବସ୍କ୍ରିପସନ ପାଇଁ ୧୭.୫୦ ନିୟୁତ ସେୟାର ସଂରକ୍ଷିତ ରହିବ।
ଏହି ଇନିସିଆଲ ଅଫରରେ କମ୍ପାନି ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ନୂଆ ଇକ୍ୱିଟି ସେୟାର ଜାରି କରିବ ଏବଂ ଅଂଶଧନକାରୀମାନେ ଅଫର ଫର ସେଲରେ ୮୭୭.୫ କୋଟି ସେୟାର ବିକ୍ରି କରିବେ। କମ୍ପାନିର ପ୍ରତିଷ୍ଠାତା ଜେନେରାଲ ଆଟଲାଂଟିକ ସିଙ୍ଗାପୁର ଆରଆର ପିଟିଇ ଲିମିଟେଡ ପକ୍ଷରୁ ଅଫର ଫର ସେଲରେ ଇକ୍ୱିଟି ସେୟାର ବିକ୍ରି କରାଯିବ।
ଏହି ଅଫରରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି ହାସଲ କରିଥିବା କିଛି ଋଣକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ପରିଶୋଧ କରିବା, ଅଧିଗ୍ରହଣ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଜରିଆରେ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ପାଇଁ ପାଣ୍ଠି ପ୍ରଦାନ କରିବା ଏବଂ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରିବା ପ୍ରସ୍ତାବ ରହିଛି। ଅଫର ଫର ସେଲରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହା ଜେନେରାଲ ଆଟଲାଂଟିକ ସିଙ୍ଗାପୁର ଆରଆର ପିଟିଇ ଲିମିଟେଡକୁ ପ୍ରଦାନ କରାଯିବ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଅଫରର ୭୫ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କ ପାଇଁ ରଖାଯିବ । ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନା କରି କ୍ୟୁଆଇବି ଭାଗର ୬୦ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଆଙ୍କର ନିବେଶକଙ୍କ ପାଇଁ ଆବଂଟନ କରାଯିବ । ସେଥିରୁ ଏକ ତୃତୀୟାଂଶ ସେୟାରକୁ ଘରୋଇ ମ୍ୟୁଚୁଆଲ ଫଣ୍ଡମାନଙ୍କକୁ ଆବଂଟନ କରାଯିବ।
ନିଟ କ୍ୟୁଆଇବି ଭାଗର ୫ ପ୍ରତିଶତ ସେୟାରକୁ ସମାନୁପାତିକ ଭିତିରେକେବଳ ମ୍ୟୁଚୁଆଲ ଫଣ୍ଡକୁ ପ୍ରଦାନ କରାଯିବ ଏବଂ ଅବଶିଷ୍ଟ ରାଶିକୁ ସମାନୁପାତିକ ଭିତିରେ ସମସ୍ତ କ୍ୟୁଆଇବିଙ୍କୁ ଆବଂଟନ କରାଯିବ । ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ଅଫରର ୧୫ ପ୍ରତିଶତ ସେୟାର ରଖାଯିବ । ବିଭିନ୍ନ ଆକାରର ଆପ୍ଲିକେସନ ଆଧାରରେ ଏହି ସେୟାର ଆବଂଟନ କରାଯିବ। ଅଫରର ୧୦ ପ୍ରତିଶତ ସେୟାରକୁ ଖୁଚୁରା ବ୍ୟକ୍ତିଗତ ନିବେଶକମାନଙ୍କ ଲାଗି ରଖାଯିବ।
କମ୍ପାନିର ଇକ୍ୱିଟି ସେୟାରଗୁଡ଼ିକୁ ବିଏସ୍‌ଇ ଲିମିଟେଡ୍ ଓ ଏନଏସଇରେ ତାଲିକାଭୁକ୍ତ କରାଯିବ ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆକ୍ସିସ କ୍ୟାପିଟାଲ ଲିମିଟେଡ, ଆଇଆଇଏଫଏଲ କ୍ୟାପିଟାଲ ସର୍ଭିସେସ ଲିମିଟେଡ, ଜେଏମ ଫାଇନାନ୍ସିଆଲ ଲିମିଟେଡ ଓ ଏସବିଆଇ କ୍ୟାପିଟାଲ ମାର୍କେଟସ ଲିମିଟେଡ।


Share It

Comments are closed.