ରାଜ୍ୟସଭାରେ ଏବେ ଶୁଣି ହେବ ସାନ୍ତାଳୀ ଭାଷା


ଓଡିଶାରେ ଅନେକ ଅଦିବାସୀ ଅଧ୍ୟୁସିତ ଅଞ୍ଚଳରେ କୁହାଯାଉଥିବା ସାନ୍ତାଳୀ ଭାଷାକୁ ଏବେ ରାଜ୍ୟସଭାର ସୀକୃତିପ୍ରାପ୍ତ ଭାଷା ଗୁଡିକ ମଧ୍ୟରେ ସାମିଲ କରାଯାଇଛି । ଏହା ଦ୍ୱାରା ରାଜ୍ୟସଭାର କାର୍ଯ୍ୟ ଗୁଡିକୁ ଏବେ ସାନ୍ତାଳୀରେ ସଙ୍ଗେ ସଙ୍ଗେ ବାଖ୍ୟା କରାଯାଇପାରିବ । ଏହି ସୁବିଧା ୧୮ ଜୁଲାଇରୁ ଆରମ୍ଭ ହେବାକୁ ଥିବା ସଂସଦର ଆଗାମୀ ମୌସୁମୀ ଅଧିବେଶନରୁ ଲାଗୁ ହେବ ।
ରାଜ୍ୟସଭା ସଭାପତି ତଥା ଉପରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡୁ କହିଛନ୍ତି ଯେ ରାଜ୍ୟସଭା ସଚିବାଳୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ ବର୍ତ୍ତମାନ ସାଂସଦ ମାନେ ସାନ୍ତାଳୀ ଭାଷାରେ ସେମାନଙ୍କ ଭାଷଣ ଏବଂ ମତାମତ ଦେଇ ପାରିବେ । ଏଥି ପାଇଁ ରାଜ୍ୟସଭାରେ ସାନ୍ତାଳୀ ଭାଷାକୁ ମାନ୍ୟତା ପ୍ରଦାନ କରାଯାଉଛି । ସାନ୍ତାଳୀ ଭାଷା ସମେତ ଡୋଗ୍ରୀ, କୋଙ୍କଣୀ, କାଶ୍ମିରୀ ଓ ସିନ୍ଧି ଭାଷାକୁ ମାନ୍ୟତା ପ୍ରଦାନ କରାଯାଇଥିବା ଶ୍ରୀ ନାଇଡୁ ପ୍ରକାଶ କରିଛନ୍ତି ।
୨୨ଟି ଅନୁସୂଚିତ ଭାଷା ମଧ୍ୟରୁ ୧୨ ଭାଷା (ଯଥା- ଆସାମି, ବଙ୍ଗଳା, ଗୁଜୁରାତି, ହିନ୍ଦୀ, କନ୍ନଡ, ମାଲାୟଲମ, ମରାଠି, ଓଡିଆ, ପଞ୍ଜାବୀ, ତାମିଲ, ତେଲଗୁ, ଉର୍ଦ୍ଦୁ) ପାଇଁ ଉଚ୍ଚ ଗୃହ ପୂର୍ବରୁ ବାଖ୍ୟାକରଣ ସେବା ଗୁଡିକର ପ୍ରାରମ୍ଭ କରାଯାଇଥିଲା ।


Share It

Comments are closed.