ରୟାଲ ଏନ୍‌ଫିଲ୍ଡ ପକ୍ଷରୁ ୨୦୨୪ କ୍ଲାସିକ ୩୫୦ର ଶୁଭାରମ୍ଭ


 

ଭୁବନେଶ୍ୱର : ରୟାଲ ଏନ୍‌ଫିଲ୍ଡ ପକ୍ଷରୁ ୨୦୨୪ କ୍ଲାସିକ ୩୫୦ର ଶୁଭାରମ୍ଭ କରାଯାଇଛି । ରୟାଲ ଏନ୍‌ଫିଲ୍ଡ କ୍ଲାସିକ ୩୫୦ ୨୦୦୮ରେ ପ୍ରଥମ ଶୁଭାରମ୍ଭ ପରଠାରୁ କ୍ଲାସିକ ଅଟୋମୋଟିଭ ଡିଜାଇନ, ସୌନ୍ଦର୍ଯ୍ୟ ଓ ନିର୍ମାଣ ସଂସ୍କୃତି ଏବଂ ରୟାଲ ଏନ୍‌ଫିଲ୍ଡର ଡିଏନ୍‌ଏର ମହତ୍ୱକୁ ଉପସ୍ଥାପନ କରିଆସିଛି । ନୂଆ ୨୦୨୪ କ୍ଲାସିକ୍ ୩୫୦ ଏହାର ଅପ୍‌ଡେଟେଡ ନୂଆ ଫିଚର ଓ ଆକର୍ଷଣୀୟ ନୂତନ ରଙ୍ଗଗୁଡିକରେ ୧,୯୯,୫୦୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ଏବଂ ଏହାର ଦେଶବ୍ୟାପୀ ବୁକିଙ୍ଗ ଓ ଟେଷ୍ଟ ରାଇଡ ଆସନ୍ତା ରବିବାର, ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇଯାଇଛି । ୭ଟି ଉଜ୍ଜ୍ୱଳ ରଙ୍ଗରେ, ୫ଟି ନୂଆ ଭାରିଆଂଟ୍ ଯେପରିକି ହେରିଟେଜ (ମାଡ୍ରାସ ରେଡ୍ ଓ ଯୋଧପୁର ବ୍ଲୁ), ହେରିଟେଜ ପ୍ରିମିୟମ (ମେଡାଲିୟନ ବ୍ରୋଞ୍ଜ), ସିଗ୍‌ନାଲ୍ସ (କମାଣ୍ଡୋ ସ୍ୟାଣ୍ଡ), ଡାର୍କ (ଗନ୍ ଗ୍ରେ ଓ ଷ୍ଟିଲ୍‌ଥ ବ୍ଲାକ) ଓ କ୍ରୋମ (ଏମେରାଲ୍ଡ)ରେ ଲଂଚ୍ ହୋଇଥିବା ୨୦୨୪ ରୟାଲ ଏନ୍‌ଫିଲ୍ଡ କ୍ଲାସିକ ୩୫୦ ନିଜର ସିଗ୍ନେଚର ସୌନ୍ଦର୍ଯ୍ୟତ ଓ ଚରିତ୍ର ପ୍ରତି ବାସ୍ତବ ରହି, ଏଲ୍‌ଇଡି ହେଡଲ୍ୟାମ୍ପ, ଏଲ୍‌ଇଡି ପାଇଲଟ ଲ୍ୟାମ୍ପ, କ୍ଲଷ୍ଟର୍‌ରେ ଗିୟର ପୋଜିସନ ଇଣ୍ଡିକେଟର ଓ ଟାଇପ ସି ୟୁଏସ୍‌ବି ଚାର୍ଜିଙ୍ଗ୍ ପଏଂଟ୍ ଭଳି ଦକ୍ଷ ଫିଚର ଅପ୍‌ଗ୍ରେଡ୍‌ଗୁଡିକୁ ଇଂଟିଗ୍ରେଟ କରିଛି । ଏହାଛଡା ଶୀର୍ଷ ଭାରିଆଂଟ୍‌- ଏମେରାଲ୍ଡ ଓ ଡାର୍କ ସିରିଜକୁ ଆଡ୍‌ଜଷ୍ଟେବୁଲ ଲେଭର ଓ ଏଲ୍‌ଇଡି ଟ୍ରାଫିକେଟର୍ ସମେତ ଟ୍ରିପର୍ ପଡ୍ ସହ ଷ୍ଟାଣ୍ଡାର୍ଡ ଫିଟ୍‌ମେଂଟ୍ ଭାବେ ପ୍ରଦାନ କରାଯିବ ।

୨୦୨୪ କ୍ଲାସିକ୍ ୩୫୦ ସମ୍ପର୍କରେ ରୟାଲ ଏନ୍‌ଫିଲ୍ଡର ସିଇଓ ବି ଗୋବିନ୍ଦରାଜନ କହିଛନ୍ତି, “ କ୍ଲାସିକ ୩୫୦ ହେଉଛି ରୟାଲ ଏନ୍‌ଫିଲ୍ଡର ଶୁଦ୍ଧ ମୋଟରସାଇକ୍ଲିଙ୍ଗ୍ ଡିଏନ୍‌ଏର ଏକ ପ୍ରକୃତ ବାହକ ଏବଂ ଏହା ଉତ୍କର୍ଷତା, ସୂକ୍ଷ୍ମ କାରିଗରି ଓ ଦୀର୍ଘସ୍ଥାୟୀ ଷ୍ଟାଇଲ, ସୌନ୍ଦର୍ଯ୍ୟତାର ଶୁଦ୍ଧତମ ଅଭିବ୍ୟକ୍ତି ଭାବେ ବଜାୟ ରହିଛି । ଏହା ବିଗତ ବର୍ଷଗୁଡିକରେ ନିଜର ଚରିତ୍ର ଓ ମହତ୍ୱ ପ୍ରତି ବାସ୍ତବ ରହିଛି ଏବଂ ଏହା କଷ୍ଟମାଇଜେଶନ ପାଇଁ ପହଂଚଯୋଗ୍ୟ ଓ ସୁଲଭ ରହିଆସିଛି । ଆମେ ରୟାଲ ଏନ୍‌ଫିଲ୍ଡ ଫ୍ୟାକ୍ଟ୍ରି କଷ୍ଟମ ପ୍ରୋଗ୍ରାମ ସହ ଆମର ପ୍ରଥମ କିଛି ଗ୍ରାହକଙ୍କୁ ସେମାନଙ୍କର ନିଜସ୍ୱ ମୋଟରସାଇକ୍ଲିଙ୍ଗ ଅନୁଭୂତି ନିର୍ମାଣ କରିବା ପାଇଁ ସୁଯୋଗ ପ୍ରଦାନ କରି ଖୁବ୍ ଉତ୍ସାହିତ ରହିଛୁ । ଆମ ହୃଦୟରେ ଆମର ଥରୁଭୋଟ୍ଟିୟୁର ଫ୍ୟାସିଲିଟି ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ଏବଂ ଆମେ ଖୁବ୍ ଖୁସି ଅନୁଭବ କରୁଛୁ ଯେ, ବର୍ତମାନ ଏହା ଏହି ସ୍ୱତନ୍ତ୍ର କଷ୍ଟମ ପ୍ରକଳ୍ପର ଘର ହେବାକୁ ଯାଉଛି ।”

୨୦୨୪ କ୍ଲାସିକ୍ ୩୫୦ର ଶୁଭାରମ୍ଭ ସହିତ ରୟାଲ ଏନ୍‌ଫିଲ୍ଡ କ୍ଲାସିକ୍‌ର ବର୍ଷ ଓ ଦଶନ୍ଧିରେ ପ୍ରବେଶ କରିଛି ଯେଉଁଥିରେ ରୟାଲ ଏନ୍‌ଫିଲ୍ଡ ଫ୍ୟାକ୍ଟ୍ରି କଷ୍ଟମ ପ୍ରୋଗ୍ରାମ ଭଳି ନୂଆ ଅଭିଯାନଗୁଡିକ ସାମିଲ ରହିଛି । ଏକ ଏକ୍ସକ୍ଲୁସିଭ, ୱାନ୍‌-ଟାଇମ ଅଫର୍ ଭାବେ ୧୫ ଜଣ ଗ୍ରାହକ ଥିରୁଭୋଟ୍ଟିୟୁର ଫ୍ୟାସିଲିଟିକୁ ପରିଦର୍ଶନ କରିବା ପାଇଁ ଚେନ୍ନାଇକୁ ଏକ ଅଲ୍‌-ଇନ୍‌କ୍ଲୁସିଭ ଦୁଇ ଦିନିଆ ଟ୍ରିପ୍ ଜିତିବା ଏବଂ ନିଜ କ୍ଲାସିକ୍‌କୁ ସହ-ନିର୍ମାଣ କରିବା ପାଇଁ ରୟାଲ ଏନ୍‌ଫିଲ୍ଡର ଡିଜାଇନ ଟିମ୍ ସହ କାର୍ଯ୍ୟ କରିବା ଏବଂ ଭଲ୍ଲାମ ବଡଗଲଠାରେ କମ୍ପାନୀର ବିଶ୍ୱସ୍ତରୀୟ ଉତ୍ପାଦନ କାରଖାନାର ଏକ ଟୁର୍ ଜିତିବାର ସୁଯୋଗ ପାଇବେ । ଏଥିପାଇଁ ଜଣେ ବ୍ୟକ୍ତିଙ୍କୁ ଆସନ୍ତା ସେପ୍ଟେମ୍ବର ୧ରୁ ୪ ତାରିଖ ମଧ୍ୟରେ ଏବଂ ପରେ ସେପ୍ଟେମ୍ବର ୫ ତାରିଖ ଅପରାହ୍ନ ୪ଟାରେ ଦେଶବ୍ୟାପୀ ରୟାଲ ଏନ୍‌ଫିଲ୍ଡର ୨୦୫୦ରୁ ଅଧିକ ଷ୍ଟୋରଗୁଡିକ ମଧ୍ୟରୁ ଯେକୌଣସି ଗୋଟିଏରେ ଏକ ୨୦୨୪ କ୍ଲାସିକ୍ ୩୫୦ ବୁକ୍ କରିବାକୁ ପଡିବ । ଏଥିସହିତ ଗ୍ରାହକଙ୍କୁ https://www.royalenfield.com/in/en/factory-custom/ରେ ଲଗ୍‌ଅନ୍ କରିବାକୁ ହେବ ଏବଂ ଫ୍ୟାକ୍ଟ୍ରି କଷ୍ଟମ ସର୍ଭିସ୍ (ଅତିରିକ୍ତ ୫୦୦୦ ଟଙ୍କା ସହିତ) ପାଇଁ ପଞ୍ଜୀକରଣ କରିବାକୁ ହେବ ।


Share It

Comments are closed.