ରୟାଲ ଏନଫିଲ୍ଡ ପକ୍ଷରୁ ନୂତନ ବୁଲେଟର ଶୁଭାରମ୍ଭ


ଆନ୍ତର୍ଜାତୀୟ ଛଅ ଦିନିଆ ଟ୍ରାଏଲ୍ସରେ ରୟାଲ ଏନଫିଲ୍ଡ ପକ୍ଷରୁ ଜନି ବ୍ରିଟେନଙ୍କୁ ଶ୍ରଦ୍ଧାଞ୍ଜଳିଭାବେ ବୁଲେଟ ଟ୍ରାଏଲ ୱାର୍କସ ରେପ୍ଲିକା ୨୦୧୯ର ଶୁଭାରମ୍ଭ କରାଯାଇଛି । ବୁଲେଟ ଟ୍ରାଏଲ୍ସ ୫୦୦ସିସି ଏବଂ ୩୫୦ସିସିରେ ଭାରତରେ ଉପଲବ୍ଧ ହେବାକୁ ଯାଉଛି ଯାହାକି ସ୍ୱତନ୍ତ୍ର ଡିଜାଇନ ଏବଂ ଉକ୍ତୃଷ୍ଟ ବୈଶିଷ୍ଟ୍ୟଯୁକ୍ତ ଅଟେ । ଏକ୍ସ-ସୋରୁମରେ ବୁଲେଟ ଟ୍ରାଏଲ୍ସ ୫୦୦ର ମୂଲ୍ୟ ମାତ୍ର ୨,୦୭,୧୦୪ ଟଙ୍କା ରହିଥିବାବେଳେ ବୁଲେଟ ଟ୍ରାଏଲ୍ସ ୩୫୦ର ମୂଲ୍ୟ ମାତ୍ର ୧,୬୨,୩୪୫ ଟଙ୍କା ରହିଛି । ଦେଶରେ ଏହି ବୁଲେଟ ଟ୍ରାଏଲ୍ସର ବୁକିଙ୍ଗ ପ୍ରାରମ୍ଭ ହେବାକୁ ଯାଉଛି ଏବଂ ଏହାକୁ ମଧ୍ୟwww.royalenfield.com.ଅନଲାଇନ୍ ମାଧ୍ୟମରେ ବୁକ କରାଯାଇପାରିବ ।
ନୂତନ ବୁଲେଟ ଟ୍ରାଏଲ୍ସରେ ପ୍ରମୂଖ ଫିଚର ଟାୟାର ସହିତ ବିକଶିତ ଅଫ ରୋଡ ଗ୍ରିପ ପାଇଁ ବ୍ଲକ ଟ୍ରେଡ ପାର୍ଟନ ଏବଂ ଏକ ସୁଦୃଢ ହ୍ୟାଣ୍ଡେଲ ବାର ସହିତ କ୍ରସ-ବ୍ରାସ ମଧ୍ୟ ରହିଛି । ଉକ୍ତ ମୋଟରସାଇକେଲରେ ବିକଶିତ ଗ୍ରାଉଣ୍ଡ କ୍ଲିୟରାନ୍ସ ପାଇଁ ବର୍ଦ୍ଧିତ ସାଇଲେନସର ସହିତ ଏଥିରେ ଡୁଆଲ ଚ୍ୟାନେଲ ଆଣ୍ଟି-ଲକ ବ୍ରେକିଙ୍ଗ ସିଷ୍ଟମ (ଏବିଏସ) ମଧ୍ୟ ରହିଛି । ବୁଲେଟ ଟ୍ରାଏଲ୍ସରେ ଟ୍ରିମଡ ମଡଗାର୍ଡ, ସିଙ୍ଗଲ ସିଟ ଏବଂ ଲଗେଜ କ୍ୟାରିୟର ରହିଛି । ସେଥିରେ ମଧ୍ୟ ୫ଟି ସ୍ୱତନ୍ତ୍ର ମୋଟରସାଇକେଲ ଆସବାବ ରହିଛି ଯାହା ବୁଲେଟ ଟ୍ରାଏଲ୍ସ ପାଇଁ ପ୍ରସ୍ତୁତ ହୋଇଥିବା ସହିତ ଏଥିରେ ଇଞ୍ଜିନ ସୁରକ୍ଷା ପାଇଁ ସମ୍ପ ଗାର୍ଡ ରହିଛି । ବଜାରରେ ରିଟେନର ପ୍ରବେଶ ଏବଂ ରାଜ୍ୟରେ ଉଚ୍ଚ ଲିଭାଇସ ଏବଂ ଟ୍ୟାକ୍ସ ପାଇଁ ବୁଲେଟ ଟ୍ରାଏଲ୍ସ ୫୦୦ର ମୂଲ୍ୟ ଏକ୍ସ-ସୋରୁମ କେରଳରେ ମାତ୍ର ୧,୯୯,୮୯୯ ଟଙ୍କା ରହିଛି । ଚଳିତ ବର୍ଷ ଉକ୍ତ ବୁଲେଟ ଟ୍ରାଏଲ୍ସ ବିଶ୍ୱସ୍ତରରେ ସମସ୍ତ ମୁଖ୍ୟ ବଜାର ଗୁଡିକରେ ଶୁଭାରମ୍ଭ କରାଯିବ ।

ଏହି ବୁଲେଟ ଟ୍ରାଏଲ୍ସ ମୋଟରସାଇକେଲର ଶୁଭାରମ୍ଭ ସମ୍ପର୍କରେ ରୟାଲ ଏନଫିଲ୍ଡର, ଉତ୍ପାଦ ରଣନିତୀ ଏବଂ ଉଦ୍ୟୋଗ ଡିଜାଇନର ଗ୍ଲୋବାଲ ମୁଖ୍ୟ, ମାର୍କସ ୱେଲ୍ସ କହିଛନ୍ତିଯେ, “ରୟାଲ ଏନଫିଲ୍ଡ ପାଖରେ ଉକ୍ରୃଷ୍ଟ ଏବଂ ସ୍ଥାୟୀ ମୋଟରସାଇକେଲ ପ୍ରସ୍ତୁତ କରିବାର ବୃହତ୍ତ ଏବଂ ଏକ ଗୌରବମୟ ଇତିହାସ ରହିଛି, ସେମାନଙ୍କ ମଧ୍ୟରୁ ବୁଲେଟ ହେଉଛି ଅନ୍ୟତମ । ବୁଲେଟ ଟ୍ରାଏଲ୍ସ ୨୦୧୯ ମୋଟରସାଇକେଲ ୧୯୪୮-୧୯୬୫ ମଧ୍ୟରେ ୫୦ରୁ ଅଧିକ ଚାମ୍ପିୟାନସିପ ଜିତିପାରିଛି ଏବଂ ଏହା ମଧ୍ୟ ଆମ୍ଭମାନଙ୍କର ସେମିନାଲ ଡିଜାଇନ ଏବଂ ଇଞ୍ଜିନିୟରିଂ ବିଶେଷଜ୍ଞଙ୍କୁ ଏକ ଶ୍ରଦ୍ଧାଞ୍ଜଳୀ ଯାହା ସ୍ୱିନଗ୍ରାମକୁ ପ୍ରଥମଥର ପାଇଁ ୧୯୪୯ରେ ବୁଲେଟ ସହିତ ଶୁଭାରମ୍ଭ କରିଥିଲେ । ମୁଁ ବିଶ୍ୱାସ କରୁଛିକି ଏହି ମୋଟରସାଇକେଲ ଭାରତରେ ରୟାଲ ଏନଫିଲ୍ଡ ପ୍ରଂଶସକ ମାନଙ୍କ ଦ୍ୱାରା ଉତ୍ତମ ପ୍ରତିକ୍ରିୟା ପାଇପାରିବ ।”


Share It

Comments are closed.