ଟି୨୦ ସିଜନ୍‌ରେ ଭାରତର ‘ରିଅଲ୍ ହିରୋ’ଙ୍କୁ ରୟାଲ ଚ୍ୟାଲେଞ୍ଜ ସ୍ପୋର୍ଟସ୍ ଡ୍ରିଙ୍କ୍‌ର ସାଲ୍ୟୁଟ୍


ଭୁବନେଶ୍ୱର: ଚଳିତ ବର୍ଷ ଆରମ୍ଭରୁ ଜୀବନର ଅର୍ଥ ବଦଳିଯାଇଛି । ସାଧାରଣ ଲୋକ ଆଗଧାଡ଼ିର ଯୋଦ୍ଧାରେ ପରିଣତ ହୋଇଛନ୍ତି ଯେଉଁମାନେ ମହାମାରୀର ଅପ୍ରତ୍ୟାଶିତ ସମୟରେ ନିଜ କର୍ତବ୍ୟରୁ ଆଗକୁ ବଢି କାର୍ଯ୍ୟ କରିଛନ୍ତି । ଏହି ‘ବାସ୍ତବ ଚ୍ୟାଲେଞ୍ଜରମାନଙ୍କୁ’ ସାଲ୍ୟୁଟ୍ ଜଣାଇବା ପାଇଁ ରୟାଲ ଚ୍ୟାଲେଞ୍ଜ ସ୍ପୋର୍ଟସ୍ ଡ୍ରିଙ୍କ୍‌, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସହିତ ଏକତ୍ରିତ ହୋଇଛି । ସାମ୍ପ୍ରତିକ ପରିସ୍ଥିତିରେ ଅସହାୟଙ୍କୁ ସହଯୋଗ ପାଇଁ ନିସ୍ୱାର୍ଥପର ଭାବେ କାମ କରିଥିବା ଭାରତର ଏହି ପ୍ରକୃତ ଚ୍ୟାଲେଞ୍ଜର୍‌ମାନଙ୍କର ହୃଦୟସ୍ପର୍ଶୀ, ବୀରତ୍ୱର କାହାଣୀ ସହିତ ଏହି ଅଭିଯାନ ଲକ୍ଷ ଲକ୍ଷ ଲୋକଙ୍କୁ ଏହି ବିଚାରଧାରାକୁ ଆପଣାଇବା ଏବଂ ନିଜ ମଧ୍ୟରେ ପ୍ରକୃତ ଚ୍ୟାଲେଞ୍ଜର ହେବା ପାଇଁ ଅନୁପ୍ରାଣିତ କରିବ । ଏହି ଅଭିଯାନ ଏକ ଟିଭିସି ସହିତ ଲାଇଭ୍ ପ୍ରସାରିତ ହେଉଛି ଯେଉଁଥିରେ ବିରାଟ କୋହଲି, ଏବି ଡେଭିଲିୟର୍ସ ଓ ୟୁଜ୍‌ବେନ୍ଦ୍ର ଚହଲ୍ ଗର୍ବର ସହିତ ଏହି ହିରୋମାନଙ୍କ କାହାଣୀ ବର୍ଣ୍ଣନା କରିଛନ୍ତି, ଯେଉଁମାନେ ଏଭଳି ଆହ୍ୱାନପୂର୍ଣ୍ଣ ସମୟରେ ନିଜର ଅବଦାନ ଦେଉଛନ୍ତି ।
ଆମ ଦେଶର ଗଭୀରତାରେ ସଂସ୍କୃତିର ବିବିଧତା ସହିତ ବିଭିନ୍ନ କ୍ଷେତ୍ର ହିରୋମାନେ ଭାଇଚାରା ଓ ମାନବଜାତିର ସମର୍ଥନରେ ନିଜ ସୀମାକୁ ଭାଙ୍ଗି ସାହସର ପ୍ରଦର୍ଶନ କରିଛନ୍ତି । ଭୁବନେଶ୍ୱରର ନିବାସୀ ଏଭଳି ଜଣେ ହିରୋ ହେଉଛନ୍ତି ନିଳାଚଳ ପରିଡା (୨୫ ବର୍ଷ), ଯିଏକି ହେଉଛନ୍ତି ଜଣେ ଜାତୀୟ ସ୍ତରୀୟ ପର୍ବତାରୋହୀ । ଏକ ପୂର୍ବ ନିର୍ଦ୍ଧାରିତ ୟୁରୋପିୟ ଅଭିଯାନକୁ ବାତିଲ କରିବା ପରେ ସେ ନିଜର ସମୟ ଓ ପ୍ରୟାସକୁ ମହାମାରୀ ସମୟରେ ସାହାଯ୍ୟ ଆବଶ୍ୟକ କରୁଥିବା ଅସହାୟ ଲୋକଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିବାରେ ବିନିଯୋଗ କରିବାକୁ ନିଷ୍ପତି ନେଇଥିଲେ । ନିଜ ବନ୍ଧୁମାନଙ୍କ ସହଯୋଗରେ ନିଳାଚଳ ପନିପରିବା ବିକ୍ରି କରିବା, ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ହୋମ୍ ଡେଲିଭରିର ବିକଳ୍ପ ପ୍ରଦାନ କରିବା ଲାଗି ଏକ ମେକ୍‌ସିଫ୍ଟ ହଟ୍ ସ୍ଥାପନ କରିଥିଲେ । ଏହି କାର୍ଯ୍ୟ ସହରର ବରମୁଣ୍ଡା ଅଂଚଳର ନିବାସୀମାନଙ୍କୁ ଅନେକ ସାହାଯ୍ୟ କରିଥିଲା ଏବଂ ନିଜର ମୂଲ୍ୟବାନ ଅବଦାନ ପାଇଁ ତାଙ୍କୁ ପ୍ରଶଂସା କରାଯାଇଥିଲା । ଏହି ଦୋକାନ ସହିତ ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୋଭିଡ୍‌-୧୯ ରିଲିଫ୍ ଫଣ୍ଡ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ ।
ବିଗତ କିଛି ମାସ ମଧ୍ୟରେ ନିଜର ଏହି ଯାତ୍ରା ସମ୍ପର୍କରେ ନିଳାଚଳ ପରିଡା ମତ ରଖି କହିଛନ୍ତି ଯେ, “ମୁଁ ମୋର ବନ୍ଧୁମାନଙ୍କ ସହଯୋଗ ପାଇଁ ଖୁବ୍ କୃତଜ୍ଞ ଏବଂ ଏହି ଆହ୍ୱାନପୂର୍ଣ୍ଣ ସମୟରେ ସମୁଦାୟ ପାଇଁ କିଛି କରିବାକୁ ସକ୍ଷମ ହୋଇଥିବାରୁ ମୁଁ ଖୁବ୍ ଆନନ୍ଦିତ । ଜଣେ ରିଅଲ୍ ଚ୍ୟାଲେଞ୍ଜର ଭାବେ ପରିଚିତ ହେବା ଏବଂ ଏହି ହୃଦୟସ୍ପର୍ଶୀ ଅଭିଯାନର ଏକ ଅଂଶ ହେବା ମୋ ପାଇଁ ଏକ ସମ୍ମାନ ।”ଏହି ଅଭିଯାନ ଉପରେ ଇଭିପି ଆଣ୍ଡ ପୋର୍ଟଫୋଲିଓ ହେଡ୍ (ଜିଆଜିଓ ଇଣ୍ଡିଆ) ଏବଂ ବୋର୍ଡ ଅଫ୍ ଡାଇରେକ୍ଟର (ଆର୍‌ସିବି), ଅମରପ୍ରିତ ଆନନ୍ଦ କହିଛନ୍ତି ଯେ, “ବର୍ତମାନର ଅପ୍ରତ୍ୟାଶିତ ସମୟ ଦେଶବ୍ୟାପୀ ଯୋଦ୍ଧା ଓ ହିରୋମାନଙ୍କୁ ସେମାନଙ୍କର ପ୍ରୟାସକୁ ଚିହ୍ନଟ କରି ସେମାନଙ୍କୁ ସମ୍ମାନିତ କରିବା ପାଇଁ ରୟାଲ ଚ୍ୟାଲେଞ୍ଜ ସ୍ପୋର୍ଟସ୍ ଡ୍ରିଙ୍କ୍ ଟି୨୦ ସିଜନ୍ ସମୟରେ ଏହି ହିରୋମାନଙ୍କୁ ସାଲ୍ୟୁଟ୍ କରିବ ।”


Share It

Comments are closed.