ନିଲାମ ହେବ ଟ୍ରମ୍ପଙ୍କ ବିଳାଶପୂର୍ଣ୍ଣ ‘ଫ୍ୟାନଟମ’ କାର, ମୂଲ୍ୟ କେତେ ଜାଣନ୍ତୁ


ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ସମୟରେ ନିଜର ବିବାଦୀୟ କାର୍ଯୟକଳାପକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଟ୍ରମ୍ପ ରୋଲ୍ସ-ରୋୟାସର ଏକ କଳା ଫ୍ୟାନଟମ କାର ଚଢୁଥିଲେ, ଯାହାକି ବର୍ତ୍ତମାନ ନିଲାମ ହେବାକୁ ଯାଉଛି । ୨୦୧୦ ମସିହାର ଏହି ବିଳାସପୂର୍ଣ୍ଣ ଫ୍ୟାନଟମ କାର ଆମେରିକାର ଏକ ୱେବସାଇଟ ଦ୍ୱାରା ନିଲାମ ହେବାକୁ ଯାଉଛି ।
ମେକମ ଅକ୍ସନ ନାମକ ଏକ ୱେବସାଇଟରେ ଡୋନାଲ୍ଡ ଟ୍ରମ୍ପଙ୍କ ଏହି କାରକୁ ଲିଷ୍ଟ କରାଯାଇଛି । ଏହା ସେହି ସମୟର ସବୁଠାରୁ ମହଙ୍ଗା ବିଳାଶପୂର୍ଣ୍ଣ ଫ୍ୟାନଟମ କାର ଅଟେ, ଯାହାକି ନିଲାମ ହେବାକୁ ଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଏହି କାର ୯୧,୨୪୯ କିମି ଯାତ୍ରା କରିଛି । ଏହି କାରର ମୂଲ୍ୟ ୩୦୦,୦୦୦ ଡଲରରୁ ୪୦୦,୦୦୦ ଡଲର ମଧ୍ୟରେ ଧାର୍ଯ୍ୟ କରାଯାଇଛି । ଯାହାର ମୂଲ୍ୟ ପାଖାପାଖି ୨.୨ କୋଟିରୁ ନେଇ ୨.୯ କୋଟି ମଧ୍ୟରେ ରଖାଯାଇଛି । ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପୂର୍ବରୁ ଏହି କାରକୁ ବିକ୍ରି କରିଦେଇଥିଲେ । ଏହି କାର ବର୍ତ୍ତମାନ ତାଙ୍କ ନାମରେ ରେଜିଷ୍ଟ୍ରଡ ନାହିଁ । ଏଥିରେ ଟ୍ରମ୍ପଙ୍କ ଅଟୋଗ୍ରାଫ ବି ଅଛି, ଯେଉଁଥିରେ ଲେଖାଯାଇଛି, “ମୋତେ ଏହି କାର ବହୁତ ପସନ୍ଦ, ଏହା ମହାନ ଅଟେ, ଅନେକ ଶୁଭକାମନା । ”


Share It

Comments are closed.