ଖୁବ ଶୀଘ୍ର ଭାରତର ନିୟମିତ ଅଧିନାୟକ ରୂପେ ଦାୟିତ୍ୱ ଗ୍ରହଣ କରିପାରନ୍ତି ରୋହିତ


ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ପରାଜୟ ପରେ ବର୍ତ୍ତମାନ ଭାରତୀୟ ଦଳରେ ଅନେକ ପରିବର୍ତ୍ତନ କରାଯାଇପାରେ । କାରଣ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ବିରାଟଙ୍କୁ ବଦଳରେ ବର୍ତ୍ତମାନ ରୋହିତଙ୍କୁ ନିୟମିତ ଅଧିନାୟକ ରୂପେ ଦଳର ଦାୟିତ୍ୱକୁ ହସ୍ତାନ୍ତର କରାଯାଇପାରେ । କୋହଲିଙ୍କୁ କେବଳ ଟେଷ୍ଟ ଅଧିନାୟକ ଦାୟିତ୍ୱରେ ରହିପାରନ୍ତି ।
ବିସିସିଆଇର ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, “”ଦଳରୁ ଆହୁରୀ ଅଧିକ ସଶକ୍ତ କରିବା ପାଇଁ ପରିବର୍ତ୍ତନ ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହେବ । ଦିନିକିଆ ଓ ଟି-୨୦ରେ ରୋହିତଙ୍କୁ ବର୍ତ୍ତମାନ ଅଧିନାୟକ ପଦ ହସ୍ତାନ୍ତର କରାଯିବାର ଏହା ହେଉଛି ଉଚିତ ସମୟ ଏବଂ ଏଥିପାଇଁ ସେ ମାନସିକ ରୂପରେ ପ୍ରସ୍ତୁତ ରହିଥାନ୍ତୁ ।”
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ବର୍ତ୍ତମାନ ପୁରୁଣା କଥା ଭାବିବାର ଏହା ସମୟ ନୁହେଁ, ଭବିଷ୍ୟତ କଥା ଭାବିବାର ଅଛି । ଆଗାମୀ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରିବାର ଏହା ହେଉଛି ଉଚିତ ସମୟ । ନୂଆ ରୂପରେ ଟିମକୁ ଏବଂ ନୂଆ ଯୋଜନା ସହ ଟିମକୁ କିପରି ଆଗକୁ ନିଆଯିବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିବା ଉଚିତ ।”


Share It

Comments are closed.