କୋହଲିଙ୍କ ଅଧିନାୟକତ୍ୱକୁ ନେଇ ମୁହଁ ଖୋଲିଲେ ରୋହିତ


ଭାରତୀୟ କ୍ରିକେଟ ଦଳର ଦିନିକିଆ ଏବଂ ଟି-୨୦ ଫର୍ମାଟର ଉପ-ଅଧିନାୟକ ରୋହିତ ଶର୍ମା ନିଜ ପଦକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ସେ ଭାରତୀୟ ଦଳର ଉପ-ଅଧିନାୟକ ହୋଇଥିବା ହେତୁ ତାଙ୍କର ଦଳ ପ୍ରତି ଅନେକ ଗୁରୁ ଦାୟିତ୍ୱ ରହିଛି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମ୍ୟାଚ ଖେଳୁଥିବା ସମୟରେ ଯେତେବେଳେ ଘଡିସନ୍ଧି ମୂହୂର୍ତ୍ତ ଆସେ ସେତେବେଳେ ସେ କୋହଲି ସହ ଆଲୋଚନା କରିଥାନ୍ତି ଏବଂ ପରିସ୍ଥିତିକୁ ନେଇ ନିଜର ମତବ୍ୟକ୍ତ ମଧ୍ୟ କରିଥାନ୍ତି ।
ସାମ୍ବାଦିକମାନଙ୍କୁ ଦେଇଥିବା ଏହ ସାକ୍ଷାତକାରରେ ରୋହିତ କହିଛନ୍ତି ଯେ, “ଉପ-ଅଧିନାୟକ ହୋଇଥିବା ହେତୁ ମୋର ଏହା ଗୁରୁଦାୟିତ୍ୱ ଯେ, ମୁଁ ସବୁ ପରିସ୍ଥିତିରେ ଅଧିନାୟକ କୋହଲିଙ୍କ ସହ ଯେପରି ଠିଆ ହେବି ଏବଂ ଯେତେବେଳେ ବି କୌଣସି ଅସୁବିଧା ଆସିବା ତାଙ୍କୁ ସାହାଯ୍ୟ କରିବା ମୋ କର୍ତ୍ତବ୍ୟ । ଆମେ ଅନେକ ବର୍ଷ ହେବ ଏଭଳି କରି ଆସୁଛୁ ।”
ପ୍ରକାଶ ଥାଉକି ୨୦୦୭ରୁ ରୋହିତ ଭାରତୀୟ ଦଳର ଅଂଶ ହୋଇ ଆସୁଛନ୍ତି । ରୋହିତ ଏହା ଛଡା ଆହୁରୀ ମଧ୍ୟ କହିଛନ୍ତି ଯେ, “ଯେତେବେଳେ ଧୋନି ଭାରତୀୟ ଦଳର ଅଧିନାୟକ ଥିଲେ ସେତେବେଳେ ସେ ମଧ୍ୟ ସଚିନ ତେନ୍ଦୁଲର ଏବଂ ବିରେନ୍ଦ୍ର ସେହୱାଗଙ୍କ ଭଳି ବରିଷ୍ଠ ଖେଳାଳୀଙ୍କ ସହ ବିଚାରବିମର୍ଶ କରୁଥିଲେ । ବର୍ତ୍ତମାନ ଏହା ମୋ ଦାୟିତ୍ୱ ଯେ, ଘଟିସନ୍ଧି ମୂହୂର୍ତ୍ତରେ ମୁଁ ଅଧିନାୟକଙ୍କୁ ଯେପରି ସାହାଯ୍ୟ କରିବି । ”
ଖେଳାଳୀଙ୍କୁ ନେଇ ରୋହିତ କହିଛନ୍ତି ଯେ, “ଦଳ କେବେବି ଜଣେ ଖେଳାଳୀଙ୍କୁ ନେଇ ପ୍ରସ୍ତୁତ ହୋଇନଥାଏ । ଏଥିରେ ୧୫ ଜଣ ଖେଳାଳୀ ଥାନ୍ତି । ଏଥିପାଇଁ ଯଦି କୌଣସି ବି ଖେଳାଳୀ ମତବ୍ୟକ୍ତ କରିବା ପାଇଁ ଚାହୁଁଛି ତାହା ସମସ୍ତଙ୍କ ଭଲ । ”
ପ୍ରକାଶ ଥାଉକି ଆଗାମୀ ବିଶ୍ୱକପ ପାଇଁ ବିସିସିଆ ପକ୍ଷରୁ କୋହଲି, ରୋହିତ, ବୁମରା, ଚହଲ, ଶିଖର ଧୱନ, ଧୋନି, ଜାଡେଜା, କେଦାର ଯାଦବ, ଦୀନେଶ କାର୍ତ୍ତିକ, ହାର୍ଦିକ ପାଣ୍ଡିଆ, କେଏଲ ରାହୁଲ, ମହମ୍ମଦ ଶାମୀ, ବିଜୟ ଶଙ୍କର, ରୋହିତ ଶର୍ମା ଏବଂ କୁଲଦୀ ଯାଦବଙ୍କ ନାମକୁ ଚୟନ କରାଯାଇଛି ।


Share It

Comments are closed.