ସୋସିଆଲ ମିଡିଆରେ ପ୍ରଥମଥର ପାଇଁ ନିଜ ଝିଅର ଫଟୋ ସେୟାର କଲେ ରୋହିତ


ରୋହିତଙ୍କ ପାଇଁ ଚଳିତ ନୂଆ ବର୍ଷ ଅନେକ ଖୁସି ନେଇ ଆସିଛି । ରୋହିତଙ୍କ ପତ୍ନୀ ରିତିକା ୩୦ ଡିସେମ୍ବରରେ ଜଣେ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ଏହି ଖବର ଆସିବା ମାତ୍ରେକେ ହିଁ ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଖେଳି ନଥିଲେ । ସେପଟେ ରୋହିତ ପ୍ରଥମ ଥର ପାଇଁ ଟ୍ୱିଟରେ ନିଜ ପରିବାରର ଏକ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ସେ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବା ସହ ନିଜର ନବଜାତ କନ୍ୟାର ନାମ ମଧ୍ୟ ଲେଖିଛନ୍ତି । ପ୍ରକାଶ ଥାଉକି ଭାରତ ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଏøତିହାସିକ ବିଜୟ ହାସଲ କରିଛନ୍ତି । କିନ୍ତୁ ରୋହିତ ଚତୁର୍ଥ ଟେଷ୍ଟ ଖେଳିବା ପୂର୍ବରୁ ଭାରତ ପ୍ରତ୍ୟାବର୍ତ୍ତନ କରିସାରିଥିଲେ । ରୋହିତ ତାଙ୍କ ଝିଅଙ୍କ ନାମକୁ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ରୋହିତ ଏହି ଫୋଟକୁ ସେୟାର କରିବା ସହ ଲେଖିଛନ୍ତି ଯେ, “ ମୁଁ ରାତି କଟାଇଲି ଏବଂ ତୁମ ପାଇଁ ସାରା ଦିନ ବିମାନରେ ସମୟ କାଟିଲି, ସେଥିପାଇଁ ତୁମର ଆଉ ମୋ ଭିତରେ ଦୂରତା ବହୁତ ଶୀଘ୍ର ଶେଷ ହେବାକୁ ଯାଉଛି ।” ରୋହିତ ଏହି ଫଟୋକୁ ସୋସିଆ ମିଡିଆରେ ସେୟାର କରିବା ସହ ତାଙ୍କ ଝିଅଙ୍କ ନାମ “ସମାୟରା” ବୋଲି କହିଛନ୍ତି ।


Share It

Comments are closed.