ବିରାଟଙ୍କୁ ପଛରେ ପକାଇପାରନ୍ତି ରୋହିତ


ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବାକୁ ଅଛି । ଏହି ମ୍ୟାଚରେ ଭାରତ ବିଜୟ ହାସଲ କରି ପ୍ରତ୍ୟାବର୍ତ୍ତନ କରିବାକୁ ନିଶ୍ଚିତ ଚେଷ୍ଟା କରିବ କିନ୍ତୁ ବର୍ତ୍ତମାନ ସବୁଠାରୁ ମୁଖ୍ୟ କଥା ଏହା ଯେ, ଏହି ସିରିଜରେ ଦଳର ଅଧିନାୟକତ୍ୱର ଭାର ରୋହିତ ଶର୍ମାଙ୍କ ଉପରେ ରହିଛି ।
ତେବେ ଅଧିନାୟକତ୍ୱ ଦୃଷ୍ଟିରୁ ରୋହିତଙ୍କ ପାଖରେ ଏକ ନୂଆ ରେକର୍ଡ ସୃଷ୍ଟି କରିବାର ସୁଯୋଗ ରହିଛି । ରୋହିତଙ୍କ ଅଧିନାୟକତ୍ୱରେ ଦଳ ଯଦି ଏହି ସିରିଜରେ ବିଜୟ ହାସଲ କରିନିଏ ତେବେ ସେ ବିରାଟଙ୍କୁ ପଛରେ ପକାଇ ଏକ ନୂଆ ରେକର୍ଡ ସୃଷ୍ଟି କରିବେ ।
ପ୍ରକାଶ ଥାଉକି ବିରାଟଙ୍କ ଅଧିନାୟକତ୍ୱରେ ଦଳ ୨୦ଟି ଟି-୨୦ ଖେଳି ସାରିଥିବାବେଳେ ସେଥିରୁ ୧୨ଟି ବିଜୟ ହାସଲ କରିପାରିଛି । କିନ୍ତୁ ଅନ୍ୟପଟେ ଯଦି ରୋହିତଙ୍କ ପ୍ରଦର୍ଶନ ଉପରେ ନଜର ପକାଇବା ତେବେ ରୋହିତ ଦଳ ପାଇଁ ୧୨ଟି ମ୍ୟାଚରେ ଅଧିନାୟକତ୍ୱ କରିଥିବା ବେଳେ ସେଥିରୁ ୧୧ଟିରେ ବିଜୟ ହାସଲ କରିଛନ୍ତି ।
ଯଦି ରୋହିତ ନ୍ୟୁଜିଲାଣ୍ଡ ବିପକ୍ଷରେ ବାକି ୨ ଟି-୨୦ରୁ ଗୋଟିଏରେ ବିଜୟ ହାସଲ କରିନିଅନ୍ତି ତେବେ ସେ ବିରାଟଙ୍କ ସମକକ୍ଷ ହୋଇଯିବେ । ଅନ୍ୟପଟେ ରୋହିତ ଯଦି ବାକି ୨ଟି ମ୍ୟାଚରୁ ୨ଟିରେ ବିଜୟ ହାସଲ କରିନେବେ ତେବେ ସେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିବା ସହ ଦ୍ୱିତୀୟ ସଫଳ ଭାରତୀୟ ଅଧିନାୟକର କୀର୍ତ୍ତି ହାସଲ କରିପାରିବେ ।
ପ୍ରକାଶ ଥାଉକି ଏହା ପୂର୍ବରୁ ଧୋନିଙ୍କ ଅଧିନାୟକତ୍ୱରେ ଦଳ ୭୨ଟି ଟି-୨୦ ମ୍ୟାଚରୁ ୪୧ ଟିରେ ବିଜୟ ହାସଲ କରିଥିଲେ ।
ଅନ୍ୟପଟେ ବିରୋଧୀ ଦଳ ବ୍ଲାକ କ୍ୟାପ ଆଜିର ମ୍ୟାଚରେ ବିଜୟ ହାସଲ କରି ଦିନିକିଆ ସିରିଜ ପରାଜୟର ପ୍ରତିଶୋଧ ପୂରଣ କରିବାକୁ ନିଶ୍ଚିତ ଚେଷ୍ଟା କରିବ ।


Share It

Comments are closed.