ଶତକ ସହ ଟେଷ୍ଟରେ ନୂଆ ଇଂନିସ ଆରମ୍ଭ କଲେ ରୋହିତ


ବିଶାଖାପଟଣାରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚର ପ୍ରଥମ ପାଳିରେ ଭାରତ ବିନା କୌଣସି ୱିକେଟ ହରାଇ ୨୦୨ ରନ ସଂଗ୍ରହ କରିଛି । ଭାରତ ପ୍ରଥମେ ଟସ ଜିତି ବ୍ୟାଟିଙ୍ଗ ପାଇଁ ନିଷ୍ପତି ନେଇଥିବାବେଳେ ଟେଷ୍ଟ ମ୍ୟାଚରେ ପ୍ରଥମ ଥର ପାଇଁ ଓପନିଙ୍ଗ କରିବା ପାଇଁ ଆସିଥିବା ରୋହିତ ଏବଂ ମୟଙ୍କ ଭାରତକୁ ଆଗେଇ ନେବାରେ ସଫଳ ହୋଇଛନ୍ତି । ସବୁଠାରୁ ଖୁସିର କଥା ଏହା ଟେଷ୍ଟ ମ୍ୟାଚରେ ପ୍ରଥମ ଥର ପାଇଁ ଓପନର ରୂପେ ପଡିଆକୁ ଓହ୍ଲାଇଥିବା ରୋହିତ ପ୍ରଥମ ଦିନର ଖେଳ ଶେଷ ହେବା ପୂର୍ବରୁ ନିଜ ଶତକ ହାସଲ କରିନେଇଥିବାବେଳେ ଅନ୍ୟପଟେ ମୟଙ୍କ ମଧ୍ୟ ନିଜ ଶତକ ଠାରୁ ୧୬ ରନ ପଛରେ ଅଛନ୍ତି ।ରୋହିତ ଟେଷ୍ଟରେ ପ୍ରଥମ ଥର ପାଇଁ ଓପନିଙ୍ଗ କରୁଥିବାବେଳେ ଏହା ହେଉଛି ତାଙ୍କ କ୍ୟାରିୟର ଚତୁର୍ଥ ଶତକ । ରୋହିତ ୧୦ଟି ପାଳି ପରେ ଶତକ ହାସଲ କରିଛନ୍ତି । ରୋହିତ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ନାଗପୁର ଶେଷ ଥରକ ପାଇଁ ନିଜ ଶତକ ମାରିଥିଲେ । ସେପଟେ ଏହା ହେଉଛି ମୟଙ୍କର କ୍ୟାରିୟର ଚତୁର୍ଥ ଅର୍ଦ୍ଧଶତକ । ଟେଷ୍ଟରେ ଓପନର ରୂପେ ଶତକ ହାସଲ କରିଥିବା ଖେଳାଳୀଙ୍କ ମଧ୍ୟରେ ରୋହିତ ଚତୁର୍ଥ ଭାରତୀୟ ହୋଇଥିବାବେଳେ ଏହି କ୍ରମରେ ପ୍ରଥମ ସ୍ଥାନରେ ଶିଖର ଧାୱନ ରହିଛନ୍ତି । ଯିଏକି ୨୦୧୩ ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୮୭ ରନ ସଂଗ୍ରହ କରିଥିଲେ । ଏବଂ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ରାହୁଲ , ଯିଏକି ୨୦୧୫ ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୧୦ ରନ ସଂଗ୍ରହ କରିଛନ୍ତି ।


Share It

Comments are closed.