ଟି-୨୦ରେ ଆଉ ଏକ ରେକର୍ଡର ଅଧିକାରୀ ହେଲେ ‘ରୋହିତ’


ହିଟ ମ୍ୟାନ ରୋହିତ ଶର୍ମା ଆନ୍ତର୍ଜାତିକ ଟି-୨୦ କ୍ରିକେଟରେ ସର୍ବାଧିକ ଛକା ମାରିବାରେ ଗୌରବ ଅର୍ଜନ କରିଛନ୍ତି । ସେ ଆନ୍ତର୍ଜାତିକ କ୍ରିକେଟରେ ସର୍ବାଧିକ ଛକା ମାରିବାର ପ୍ରଥମ ଖେଳାଳୀ ହୋଇଯାଇଛନ୍ତି । ରୋହିତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଫ୍ଲୋରିଡାଠାରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମାଚରେ ଏହି ରେକର୍ଡ ହାସଲ କରିଛନ୍ତି ।
ପୂର୍ବରୁ ଗେଲ ୫୪ଟି ଇଂନିସ ଖେଳି ୧୦୫ଟି ଛକା ଲଗାଇଥିବାବେଳେ ଅନ୍ୟପଟେ ରୋହିତ ୮୮ଟି ଇଂନିସ ଖେଳି ୧୦୭ଟି ଛକା ମାରି ଗେଲଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି । ରୋହିତ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ୫୧ଟି ବଲ ଖେଳି ୬୭ ରନ ସଂଗ୍ରହ କରିବା ସହ ଆନ୍ତର୍ଜାତିକ ଟି-୨୦ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହ କରିବାର ପ୍ରଥମ ଖେଳାଳୀ ହୋଇଯାଇଛନ୍ତି ।
ସେ ସର୍ବାଧିକ ୨୪୨୨ ରନ ସଂଗ୍ରହ କରି ପ୍ରଥମ ସ୍ଥାନରେ ରହିଥିବାବେଳେ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଅଧିନାୟକ ବିରାଟ କୋହଲି ଯିଏକି ୬୯ଟି ମ୍ୟାଚରେ ୨୩୧୦ ରନ ସଂଗ୍ରହ କରିଛନ୍ତି ।


Share It

Comments are closed.