ମ୍ୟାଚ ବିଜୟ ସହ ତିନୋଟି ବଡ ରେକର୍ଡର ଅଧିକାରୀ ହେଲେ ରୋହିତ


ଗତ କାଲି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯାଇଥିଲା । ଯେଉଁଥିରେ ଅଧିନାୟକ ରୋହିତ ୨୯ ବଲରେ ୫୦ ରନର ଏକ ସୁନ୍ଦର ପାଳି ଖେଳିଥିଲେ । ରୋହିତ ଏହି ମ୍ୟାଚରେ ୩ଟି ଚୌକା ଏବଂ ୪ଟି ଛକା ମାରି ଏହି ଅର୍ଦ୍ଧଶତକ ଅର୍ଜନ କରିଥିଲେ । କେବଳ ଏତିକି ନୁହେଁ ସେ ନିଜର ଅର୍ଦ୍ଧଶତକ ପାଳି ସହ ତିନୋଟି ବିଶ୍ୱ ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି ।
ଗତ କାଲି ଖେଳାଯାଇଥିବା ମ୍ୟାଚରେ ସେ ଟି-୨୦ରେ ସର୍ବାଧିକ ରନ ସଂଗ୍ରହ କରିବାର ପ୍ରଥମ ଖେଳାଳୀ ହୋଇ ଯାଇଛନ୍ତି । ସେ ନ୍ୟୁଜିଲାଣ୍ଡର ବିସ୍ପୋଟକ ବ୍ୟାଟ୍ସମ୍ୟାନ ମାର୍ଟିନ ଗୁଫଟିଲଙ୍କୁ ପଛରେ ପକାଇ ଏହି ବିରଳ ରେକର୍ଡ ନିଜ ନାମରେ କରିଛନ୍ତି । ପୂର୍ବରୁ ଗୁଫଟିଲ ୭୪ଟି ଟି-୨୦ ମ୍ୟାଚରେ ୨୨୭୨ ରନ ସଂଗ୍ରହ କରିଥିଲେ । ଯେବେକି ରୋହିତ ୮୪ଟି ମ୍ୟାଚ ଖେଳି ଏହି ରେକର୍ଡ ନିଜ ନାମରେ କରିଛନ୍ତି ।
ଏହା ସହ ରୋହିତ ଆନ୍ତର୍ଜାତିକ ଟି-୨୦ ମ୍ୟାଚରେ ଭାରତୀୟ ଖେଳାଳୀ ହିସାବରେ ସର୍ବାଧିକ ୧୦୦ ଛକା ମାରିବାର ରେକର୍ଡ ମଧ୍ୟ ହାସଲ କରିଛନ୍ତି ।
କେବଳ ଏତିକି ନୁହେଁ ରୋହିତ ଟି-୨୦ରେ ସର୍ବାଧିକ ଅର୍ଦ୍ଧଶତକ ଲଗାଇବାର ରେକର୍ଡ ମଧ୍ୟ ହାସଲ କରିଛନ୍ତି । ସେ ବିରାଟ କୋହଲିଙ୍କୁ ପଛରେ ପକାଇ ଏହି ରେକର୍ଡ ହାସଲ କରିଛନ୍ତି । ପୂର୍ବରୁ ଟି-୨୦ରେ ସର୍ବାଧିକ ଅର୍ଦ୍ଧଶତକ ମାରିବାର ରେକର୍ଡ ବିରାଟ କୋହଲିଙ୍କ ନାମରେ ଥିବାବେଳେ ଏବେ ରୋହିତ ତାଙ୍କୁ ପଛରେ ପକାଇ ଏହି ରେକର୍ଡ ନିଜ ନାମରେ କରିଛନ୍ତି ।
ଟି-୨୦ରେ ସର୍ବାଧିକ ଅର୍ଦ୍ଧଶତକ ମାରିବାର ରେକର୍ଡ
ରୋହିତ ଶର୍ମା- ୨୦
ବିରାଟ କୋହଲି- ୧୯
ମାର୍ଟିନ ଗୁଫଟିଲ-୧୬
କ୍ରିସ ଗେଲ, ବ୍ରେଣ୍ଡନ ମ୍ୟାକକୁଲମ- ୧୫
ତିଲକରତନ ଦିଲସନ- ୧୪


Share It

Comments are closed.