ବିଶ୍ୱ ରୋବୋଟିକ ଚମ୍ପିୟାନସିପରେ ରୋବୋ ଓଡ଼ିଶା ଦଳର ସଫଳତା


ଯାଜପୁର ରୋଡ଼ : ନୂଆଦିଲ୍ଲୀ ସ୍ଥିତ ନୋଇଡା ଇୋର ଷ୍ଟାଡିୟମରେ ଅଗଷ୍ଟ ୨୪ ରୁ ୨୭ ତାରିଖ ପର୍ଯ୍ୟନ୍ତ ବିଶ୍ୱ ରୋବୋଟିକ ଚମ୍ପିୟାନସିପ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁର ଜିଲ୍ଲା ଅନ୍ତର୍ଗତ ଯାଜପୁର ରୋଡ ସ୍ଥିତ କିଡି କିଡ଼ସ ସ୍କୁଲର ମୁଖ୍ୟ ମାନସ ମହାନ୍ତିଙ୍କ ତତ୍ୱାବଧାନରେ ୧୬ ଜଣିଆ ରୋବୋ ଓଡ଼ିଶା ଦଳ ଅଂଶ ଗ୍ରହଣ କରିଥିଲେ । ଏହି ଚମ୍ପିୟାନସିପରେ ପ୍ରାୟ ୫୦ଟି ଦେଶରୁ ୨୫୦୦ରୁ ଅଧିକ ପ୍ରତିଯୋଗୀ ଯୋଗଦେଇଥିଲେ । ସେଠାରେ ୧୪ଟି ବର୍ଗର ପ୍ରତିଯୋଗିତା ହୋଇଥିଲେ ଏବଂ ରୋବୋ ଓଡ଼ିଶା ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ୨ଟି ପ୍ରତିଯୋଗିତାରେ, ଗୋଟିଏରେ ସ୍ୱର୍ ପଦକ ଏବଂ ଅନ୍ୟଟିରେ ରୋପ୍ୟ ପଦକ ହାସଲ କରିଛନ୍ତି । ଏହି ଦଳରେ ପୁରୁଜିତ ପାଢୀ, ଶ୍ରୀୟାଂଶ ଆଇଚ, ଅନିକେଶ ଦାଶ, ସଂସ୍କୃତି ପା, ସାଇତିଲକ ଦାସ, ସାରା ମହାନ୍ତି, କିଶୋର କୁମାର ଜୋତିଷ, ସାନଭି ଗୁପ୍ତା, ଯଜ୍ଞଦô ଦାସ, ସାଇପି୍ରୟା ଭଞ୍ଜ, ଦିବ୍ୟାଶ୍ରୀ ନାୟକ, ଜିଏମ କାମ୍ୟା ଏବଂ ରୁଦ୍ରାକ୍ଷ ଆଇଚ ସଦସ୍ୟତା କରିଥିଲେ ।


Share It

Comments are closed.