ରିୟା ଚକ୍ରବର୍ତ୍ତୀଙ୍କ ହ୍ୱାଟସ ଆପ୍ ଚାଟରୁ ସାମ୍ନାକୁ ଆସୁଛି ଡ୍ରଗ୍ ଆଙ୍ଗଲ୍, ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଖୋଲିପାରେ ଅନେକ ରହସ୍ୟ


ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରତିଦିନ ଅନେକ ନୂଆ ନୂଆ ମୋଡ଼ ସାମ୍ନାକୁ ଆସୁଛି | ସିବିଆଇ ଏବଂ ଇଡି ଏହି ମାମଲାର ଅନୁସନ୍ଧାନ ଜାରି ରଖିଛନ୍ତି ଏବଂ ଲୋକଙ୍କୁ ନିରନ୍ତର ପ୍ରଶ୍ନ କରୁଛନ୍ତି। ଏହି ସମୟରେ, ରିୟା ଚକ୍ରବର୍ତ୍ତୀଙ୍କ କିଛି ହ୍ୱାଟସ ଆପ୍ ଚାଟ୍ ସାମ୍ନାକୁ ଆସିଛି ଯେଉଁଥିରେ ଡ୍ରଗ୍ସ ବିଷୟରେ ଆଲୋଚନା ହେଉଛି। ଏହି ଚାଟ୍ ଗୁଡିକରେ ରିୟା ଗୌରବ ଆର୍ଯ୍ୟ, ସାମୁଏଲ୍ ମିରାଣ୍ଡା, ଜୟା ସାହାଙ୍କ ସହ କଥାବାର୍ତ୍ତା କରିଛନ୍ତି ।

ପ୍ରଥମ ଚାଟରେ ଲେଖା ରହିଛି ଯେ, ‘ଯଦି ଆମେ ହାର୍ଡ ଡ୍ରଗସ ବିଷୟରେ କଥାବାର୍ତ୍ତା କରୁ, ତେବେ ମୁଁ ଅଧିକ ହାର୍ଡ ଡ୍ରଗ୍ସର ବ୍ୟବହାର କରିନାହିଁ | ରିୟା ୮ ମାର୍ଚ୍ଚ ୨୦୧୭ ରେ ଗୌରବଙ୍କୁ ଏହି ମେସେଜ ପଠାଇଥିଲେ | ଗୌରବ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ଅଭିଯୁକ୍ତ ଡ୍ରଗ୍ ଡିଲର ବୋଲି ଦର୍ଶାଯାଉଛି | ଏହା ପରେ ରିୟା ଗୌରବଙ୍କୁ ପଚାରନ୍ତି, ‘ତୁମ ପାଖରେ MD ଅଛି କି?’ MD ହେଉଛି ଏକ ପ୍ରକାର ଡ୍ରଗସ ଯାହା ଅତ୍ୟନ୍ତ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ |
ଏଥିରେ ରିୟା ଏବଂ ଜୟା ସାହାଙ୍କ ମଧ୍ୟରେ ଏକ ଚାଟ୍ ମଧ୍ୟ ଅଛି | ଏହି ଚାଟ୍ ୨୫ ନଭେମ୍ବର ୨୦୧୯ର | ଏଥିରେ ଜୟା କୁହନ୍ତି, ‘ମୁଁ ତାଙ୍କୁ ଶ୍ରୁତିଙ୍କ ସହ କୋଅର୍ଡିନେଟ କରିବାକୁ କହିଛି। ରିୟା ତା’ପରେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି | ଏହା ପରେ ଜୟା ରିୟାଙ୍କୁ କହିଛନ୍ତି ଯେ, ‘ଚା, କଫି କିମ୍ବା ପାଣିରେ ୪ ବୁନ୍ଦା ପକାଇ ଏହାକୁ ପିଇବାକୁ ଦିଅ | ଏହାର ପ୍ରଭାବ ଦେଖିବାକୁ ୩୦ ରୁ ୪୦ ମିନିଟ୍ ଅପେକ୍ଷା କର | ‘

ଅନ୍ୟ ଏକ ଚାଟରେ ସାମୁଏଲ ମିରାଣ୍ଡା ଏବଂ ରିୟାଙ୍କ ମଧ୍ୟରେ ଏକ ଚାର୍ଟ ଅନ୍ତର୍ଭୁକ୍ତ, ଯେଉଁଥିରେ ସାମୁଏଲ କୁହନ୍ତି, ‘ହାଏ ରିୟା, ଷ୍ଟଫ ଶେଷ ହୋଇଯାଇଛି |’ ଏହି ଚାଟ୍ ୧୭ ଏପ୍ରିଲ ୨୦୨୦ ତାରିଖର ଅଟେ | ତା’ପରେ ସେ ରିୟାଙ୍କୁ ପଚାରନ୍ତି, ଆମେ ଏହାକୁ ଶୌଭିକ୍ (ରିୟାଙ୍କ ଭାଇ) ଙ୍କ ବନ୍ଧୁଙ୍କଠାରୁ ନେଇ ପାରିବା କି? କିନ୍ତୁ ତାଙ୍କ ପାଖରେ କେବଳ ହ୍ୟାସ୍ ଏବଂ ବଡ୍ ରହିଛି । ‘ ହ୍ୟାସ୍ ଏବଂ ବଡ୍ କମ୍ ଶକ୍ତିଶାଳୀ ଡ୍ରଗ୍ସ ଭାବରେ ବିବେଚନା କରାଯାଏ ।

ସୋସିଆଲ ମିଡିଆରେ ଡ୍ରଗ୍ ଆଙ୍ଗଲ୍ ଦେଖାଯିବା ମାତ୍ରେ ସୁଶାନ୍ତଙ୍କ ପ୍ରଶଂସକମାନେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିବାକୁ ଦାବି କରୁଛନ୍ତି। ପ୍ରକାଶ ଥାଉ କି ପଚରାଉଚରା ସମୟରେ ଇଡି ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରର ଫୋନ୍ ଏବଂ ଲାପଟପ୍ ଜବତ କରିଛି।


Share It

Comments are closed.