ସାମ୍ନାକୁ ଆସିଲା ରୀୟା ଚକ୍ରବର୍ତିଙ୍କ ହ୍ବାଟସ ଆପ ଚାର୍ଟ, ଶୌଭିକଙ୍କ ଦ୍ବାରା ମଗାଉଥିଲେ ଡ୍ରଗ୍ସ


ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରଗ୍ସର ସଂଯୋଗକୁ ନେଇ ଏକ ବଡ଼ ଖୁଲାସା ହୋଇଛି। ଏହିପରି ଅନେକ ହ୍ବାଟସ୍ ଆପ୍ ଚାଟ୍ ସାମ୍ନାକୁ ଆସିଛି, ଯାହା ଏହି ଘଟଣା ସହିତ ଡ୍ରଗ୍ ସଂଯୋଗ ଉପରେ ସନ୍ଦେହକୁ ଆହୁରି ବଢ଼ାଉଛି। ସିବିଆଇ ଏହି ମାମଲାର ତଦନ୍ତ କରିସାରିଛି। ଏହି ସମୟରେ, ମାର୍ଚ୍ଚ ୨୦୨୦ରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକଙ୍କ ମଧ୍ୟରେ ହ୍ବାଟସ ଆପ୍ ଚାଟ୍ ସାମ୍ନାକୁ ଆସିଥି | ଏଥିରେ ଉଭୟ ଡ୍ରଗ୍ସ ବିଷୟରେ କଥା ହେଉଛନ୍ତି ।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବର୍ତ୍ତମାନ ସୁଶାନ୍ତ ମାମଲାରେ ଡ୍ରଗ୍ସ ସଂଯୋଗର ଯାଞ୍ଚ କରୁଛି। ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୌଭିକଙ୍କ ମଧ୍ୟରେ ଡ୍ରଗ୍ କାରବାର ସହ ଜଡିତ କିଛି ଚାଟ୍ ଏବଂ ପୁଅ ଦ୍ବାରା ପିତାଙ୍କ ପାଇଁ ଡ୍ରଗ୍ସ କ୍ରୟ କରିବା ବିଷୟ ମଧ୍ୟ ସାମ୍ନାକୁ ଆସିସାରିଛି। ବର୍ତ୍ତମାନ ରିୟା ଏବଂ ଶୋଭିକଙ୍କ ନୂଆ ଚାଟ୍ ରେ ବଡ୍ ନାମକ ଡ୍ରଗ ବିଷୟରେ କଥା ହେଉଛନ୍ତି |
ରୀୟା ଓ ଶୌଭିକଙ୍କ ମଧ୍ୟରେ ହୋଇଥିବା ଚାର୍ଟ
ରିୟା- ହଁ ପ୍ଲିଜ |
ରିୟା- ଯଦି ସେ ଦିନରେ ଚାରିଥର ସ୍ମୋକ କରନ୍ତି, ତେବେ ସେହି ଅନୁଯାୟୀ ଦେଖିନେବ |
ଶୋଭିକ୍ – ଏବଂ (BUD) ବଡ ର ଡୋଜ ମଧ୍ୟ ତାଙ୍କୁ ଦରକାର
ରିୟା- ହଁ BUD ମଧ୍ୟ |
ଶୋଭିକ୍- ଠିକ ଅଛି .. BUD ର ପାଞ୍ଚ ଗ୍ରାମ ନେଇପାରେ |
ଶୋଭିକ୍ – ଯାହା ୨୦ ଡୁଡର ଅଟେ | (୨୦ ଟି ସିଗାରେଟ୍ ତିଆରି କରାଯାଇପାରେ)
ଏହି ଚାଟରେ କଥାବାର୍ତ୍ତା ହେଉଥିବା ‘ବଡ’ ହେଉଛି ଏକ ପ୍ରକାର ଡ୍ରଗସ, ଯାହା ବିଦେଶରୁ ଅଣାଯାଇ ମୁମ୍ବାଇରେ ବିକ୍ରି ହୁଏ | ଏହି ଡ୍ରଗ୍ସ ମୁମ୍ବାଇରେ ବହୁଳ ଭାବରେ ବ୍ୟବହୃତ ହୁଏ | ସେଠାରେ ଏହାର ବହୁତ ଚାହିଦା ଅଛି | ଏହା କୋକେନ ଅପେକ୍ଷା ଅଧିକ ମୂଲ୍ୟରେ ବିକ୍ରି ହୁଏ |

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଜାଇଡ ଭିଲାତ୍ରା ଏବଂ ଅବଦୁଲ ବାସିତ ପାରିହର ନାମକ ଦୁଇଜଣ ଡ୍ରଗ୍ ବେପାରୀଙ୍କୁ ଗିରଫ କରିଛି। ଏହି ଉଭୟ ଶୋଭିକ୍ ଙ୍କ ନାମ ପ୍ରକାଶ କରିଛନ୍ତି | ଏହାପୂର୍ବରୁ ଶୋଭିକ୍ ଏବଂ ତାଙ୍କ ବନ୍ଧୁଙ୍କ ଏକ ଚାଟ୍ ପ୍ରକାଶ ପାଇଥିଲା ଯେଉଁଥିରେ ସେ ଖୋଲାଖୋଲି ଭାବେ ଡ୍ରଗ୍ସ ବିଷୟରେ କଥା ହେଉଥିଲେ।


Share It

Comments are closed.