ଭେଂଚର କାଟାଲିଷ୍ଟସ୍ ସହ ଯୋଡ଼ି ହେଲେ ରୀତେଶ ଅଗ୍ରୱାଲ୍‌, ଷ୍ଟାର୍ଟଅପ୍ ପାଇଁ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ


ଭୁବନେଶ୍ୱର: ଦେଶର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକର ନ୍ରୂଆ ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକୁ ମାର୍ଗଦର୍ଶନ କରିବା ପାଇଁ ଦେଶର ସର୍ବବୃହତ ଇନକୁବେଟର ସଂସ୍ଥା ଭେଂଚର କାଟାଲିଷ୍ଟସ୍ ସହ ଯୋଡ଼ି ହୋଇଛନ୍ତି ରୀତେଶ ଅଗ୍ରୱାଲ୍ । ସେ ଏହି ସଂସ୍ଥା ପାଇଁ ପରାମର୍ଶଦାତା ଭୂମିକା ନିର୍ବାହ କରିବେ । ତାଙ୍କ ସହ ଡକ୍ଟର ଅପୂର୍ବ ଶର୍ମା ମଧ୍ୟ ଯୋଡ଼ି ହୋଇଛନ୍ତି ଯିଏ ରୀତେଶଙ୍କ ଉଦ୍ୟମକୁ ସମର୍ଥନ କରିଥିଲେ ଯାହାଙ୍କ ପାଇଁ ରୀତେଶ ୨୦୧୨ରେ ଓରାଭାଲ୍ ଷ୍ଟେଜ୍ ଓ ୨୦୧୩ରେ ଓୟୋ ସ୍ଥାପନ କରିଥିଲେ ।
ଓଡ଼ିଶାର ରାୟଗଡ଼ାରୁ ନିଜର ଯାତ୍ରା ଆରମ୍ଭ କରିଥିବା ରୀତେଶ ବୁଝିପାରିଛନ୍ତି ଯେ ଯୁବ ପିଢ଼ିକୁ ପ୍ରାରମ୍ଭିକ ସମୟରେ ମେଂଟରସିପ୍ ଓ ମାର୍ଗଦର୍ଶନର ଆବଶ୍ୟକତା ରହିଛି । ଓୟୋକୁ ଗଠନ କରିବାରେ ସାରା ଦେଶର ବିଭିନ୍ନ ଲୋକ ଓ ଷ୍ଟାର୍ଟଅପ୍ ପରିବେଶ କିଭଳି ସହାୟକ ହୋଇଥିଲା ସେ ତାହାକୁ ମନେ ରଖିଛନ୍ତି ।
ଏହି ସହଯୋଗିତା ସମ୍ପର୍କରେ ରିତେଶ କହିଛନ୍ତି ଯେ, “ମୁଁ ବହୁତ ଯୁବାବସ୍ଥାରେ ଓୟୋ ଆରମ୍ଭ କରିଥିଲି ଓ ସେହି ସମୟରେ ପରିବେଶ ପୂର୍ଣ୍ଣ ବିକଶିତ ହୋଇନଥିଲା । ମୁଁ ଭାଗ୍ୟବାନ ଯେ ଡକ୍ଟର ପୂର୍ବ ଶର୍ମା, ବେୁଜଲ ସୋମାଲାଙ୍କ ଭଳି ମେଂଟର ମୋତେ ମିଳିଥିଲେ ଯିଏ ମୋତେ ମାର୍ଗଦର୍ଶକ ଓ ସହାୟତା ଦେଇଥିଲେ । ଆଜି ଅନେକ ପୂର୍ବତନ ଓୟୋପ୍ରେନ୍ୟୁଅର ନିଜର ସଂସ୍ଥା ଆରମ୍ଭ କରିଛନ୍ତି ଓ ବହୁତ ଭଲ କାରବାର କରୁଛନ୍ତି । ମୁଁ ନିଜକୁ ଉଦ୍ୟୋଗୀରେ ପରିଣତ କରିପାରିଛି । ମୁଁ ଭାବୁଛି ଏବେ ହେଉଛି ସମାଜକୁ ଫେରସ୍ତ କରିବା ଓ ମୋ ଭଳି ଉଦ୍ୟୋଗୀଙ୍କୁ ସାହାଯ୍ୟ କରିବାର ସମୟ ।’’
ଏହି ଅବସରରେ ଭେଂଚର କାଟାଲିଷ୍ଟସ୍‌ର ପ୍ରତିଷ୍ଠାତା, ଡକ୍ଟର ଅପୂର୍ବ ରଂଜନ ଶର୍ମା କହିଛନ୍ତି ଯେ, “ରୀତେଶଙ୍କ ସହ ଯୋଡ଼ି ହୋଇଥିବାରୁ ଆମେ ରୋମାଂଚିତ । ସେ ବର୍ତମାନ ଏମଡିଆଇ ବିଶ୍ୱବିଦ୍ୟାଳୟ ବୋର୍ଡରେ ଅଛନ୍ତି ଏବଂ ପ୍ରଥମ ଏସୀୟ ଭାବେ ଥିଏଲ ଫେଲୋସିପ୍ ପାଇଛନ୍ତି ଯାହା ତାଙ୍କ ଯାତ୍ରାକୁ ପ୍ରମାଣିତ କରୁଛି । ମୁଁ ପ୍ରାରମ୍ଭରେ ତାଙ୍କୁ ସମର୍ଥନ କରୁଥିଲି ଏବଂ ଭାରତର ଛାତ୍ରଛାତ୍ରୀ ଓ ଯୁବ ଉଦ୍ୟୋଗୀମାନଙ୍କୁ ସହାୟତା ଦେବା ଲାଗି ତାଙ୍କ ପ୍ରତିବଦ୍ଧତାକୁ ଦେଖି ବହୁତ ଖୁସି । ତାଙ୍କ ମାର୍ଗଦର୍ଶନରେ ଅନେକ ଉଦୀୟମାନ ଉଦ୍ୟୋଗୀ ଦେଶର ପରବର୍ତୀ ୟୁନିକର୍ଣ୍ଣରେ ପରିଣତ ହେବେ ।’’


Share It

Comments are closed.